ବଢ଼ିଲା ଜିପିଏଫ୍ ସୁଧ ହାର

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର) କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସିଖବର। ଜେନେରାଲ୍ ପ୍ରୋଭିଡେଣ୍ଟ୍ ଫଣ୍ଡ୍(ଜିପିଏଫ୍) ସହିତ ଅନ୍ୟକେତେକ ସ୍ୱଳ୍ପ ସଞ୍ଚୟ ଜମାରେ ସରକାର ସୁଧହାର ବୃଦ୍ଧି କରିଛନ୍ତି। ପୂର୍ବରୁ ଏହା ୭.୬% ଥିବା ବେଳେ ଏବେ ୮%କୁ ବୃଦ୍ଧି ପାଇଛି। ୨୦୧୮-୧୯ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସ( ଅକ୍ଟୋବର-ଡିସେମ୍ବର) ପାଇଁ ଏହାକୁ ବୃଦ୍ଧି କରାଯାଇଛି। ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତିରେ ଏହା ସ୍ପଷ୍ଟ କରାଯାଇଛି। ଏହି ବର୍ଦ୍ଧିତ ସୁଧହାର କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଲାଗୁ ହେବ […]

gpf-new

Hemant Lenka
  • Published: Tuesday, 16 October 2018
  • , Updated: 16 October 2018, 05:44 PM IST

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର) କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସିଖବର। ଜେନେରାଲ୍ ପ୍ରୋଭିଡେଣ୍ଟ୍ ଫଣ୍ଡ୍(ଜିପିଏଫ୍) ସହିତ ଅନ୍ୟକେତେକ ସ୍ୱଳ୍ପ ସଞ୍ଚୟ ଜମାରେ ସରକାର ସୁଧହାର ବୃଦ୍ଧି କରିଛନ୍ତି। ପୂର୍ବରୁ ଏହା ୭.୬% ଥିବା ବେଳେ ଏବେ ୮%କୁ ବୃଦ୍ଧି ପାଇଛି।

୨୦୧୮-୧୯ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସ( ଅକ୍ଟୋବର-ଡିସେମ୍ବର) ପାଇଁ ଏହାକୁ ବୃଦ୍ଧି କରାଯାଇଛି। ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତିରେ ଏହା ସ୍ପଷ୍ଟ କରାଯାଇଛି। ଏହି ବର୍ଦ୍ଧିତ ସୁଧହାର କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଲାଗୁ ହେବ ବୋଲି ସ୍ପଷ୍ଟ କରାଯାଇଛି।

Related story