୫.୮୪ ଲକ୍ଷରୁ ଅଧିକ ଦୀପରେ ଝଟକିଲା ଅଯୋଧ୍ୟା

ଅଯୋଧ୍ୟା: ଦୀପାବଳିରେ ଦୀପମୟ ହୋଇଛି ରାମଜନ୍ମ ଭୂମି ଅଯୋଧ୍ୟା। ଆଲୋକ ପର୍ବ ଦୀପାବଳିକୁ ପାଳନ କରିବା ପାଇଁ ଅଯୋଧ୍ୟାରେ ୩ ଦିନିଆ ଦୀପୋତ୍ସବ ଆରମ୍ଭ ହୋଇଛି। ଆଜି ୫,୮୪,୫୭୨ଟି ଦୀପ ଲଗାଯାଇ ପୂରା ଅଯୋଧ୍ୟକୁ ଆଲୋକିତ କରାଯାଇଛି। ଏତେ ସଂଖ୍ୟକ ଦୀପ ଏକ ସଙ୍ଗରେ ଜଳିବା ଏକ ରେକର୍ଡ। ଆଜି ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ଦୀପୋତ୍ସବ ୩ ଦିନ ଧରି ଚାଲିବ। ୫ ଲକ୍ଷ ୮୪ ହଜାରରୁ ଅଧିକ ଦୀପ ଜଳିବାର ଫଟୋ ସାମ୍ନାକୁ ଆସିବା ପରେ […]

df

Hemant Lenka
  • Published: Friday, 13 November 2020
  • , Updated: 13 November 2020, 10:08 PM IST

ଅଯୋଧ୍ୟା: ଦୀପାବଳିରେ ଦୀପମୟ ହୋଇଛି ରାମଜନ୍ମ ଭୂମି ଅଯୋଧ୍ୟା। ଆଲୋକ ପର୍ବ ଦୀପାବଳିକୁ ପାଳନ କରିବା ପାଇଁ ଅଯୋଧ୍ୟାରେ ୩ ଦିନିଆ ଦୀପୋତ୍ସବ ଆରମ୍ଭ ହୋଇଛି। ଆଜି ୫,୮୪,୫୭୨ଟି ଦୀପ ଲଗାଯାଇ ପୂରା ଅଯୋଧ୍ୟକୁ ଆଲୋକିତ କରାଯାଇଛି।

ଏତେ ସଂଖ୍ୟକ ଦୀପ ଏକ ସଙ୍ଗରେ ଜଳିବା ଏକ ରେକର୍ଡ। ଆଜି ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ଦୀପୋତ୍ସବ ୩ ଦିନ ଧରି ଚାଲିବ। ୫ ଲକ୍ଷ ୮୪ ହଜାରରୁ ଅଧିକ ଦୀପ ଜଳିବାର ଫଟୋ ସାମ୍ନାକୁ ଆସିବା ପରେ ସମସ୍ତେ ଏହାକୁ ଶେୟାର କରିଛନ୍ତି। ଦୀପମାଳାରେ ଅତି ସୁନ୍ଦର ଦିଶୁଛି ପୂରା ଅଯୋଧ୍ୟା।

ଆଜି ଆରମ୍ଭ ହୋଇଥିବା ଦୀପୋତ୍ସବ କାର୍ଯ୍ୟକ୍ରମରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ରାଜ୍ୟପାଳ ଆନନ୍ଦିବେନ ପଟେଲ ଯୋଗଦେଇଥିଲେ। ଏହି ଅବସରରେ ଏକାଧିକ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ଯୋଗୀ ଆଦିତ୍ୟନାଥ। ଅଯୋଧ୍ୟାରେ ଅନ୍ତର୍ଜାତୀୟ ବିମାନ ସେବା ଓ ସୁବ୍ୟବସ୍ଥିତ ବସ୍ ସେବା ସହ ଅନ୍ୟାନ୍ୟ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି।

Related story