ଗୁଇନ୍ଦା ବିଭାଗର ସୂଚନା: ଭାରତରେ ଆଇଏସଆଇଏସ ଆତଙ୍କବାଦୀ ଆକ୍ରମଣ ଆଶଙ୍କା

ନୂଆଦିଲ୍ଲୀ: ଆତଙ୍କବାଦୀ ସଙ୍ଗଠନ ଇସଲାମିକ୍ ଷ୍ଟେଟ୍ (ଆଇଏସଆଇଏସ) ଭାରତରେ ଆକ୍ରମଣ କରିବାକୁ ଯୋଜନା କରୁଛି । ଏ ନେଇ ଦେଶର ଗୁଇନ୍ଦା ସଂସ୍ଥା (ଆଇବି) ଆଲର୍ଟ ଜାରି କରିଛି। ଆଇଏସଆଇଏସକୁ ସହାନୁଭୂତି ରଖୁଥିବା ୩୫ ଜଣ କ୍ୟାଡର୍ ଜିହାଦିଙ୍କୁ ଚିହ୍ନଟ କରାଯାଇଛି। ରାଜଧାନୀ ଦିଲ୍ଲୀ ସମେତ ହାଇଦ୍ରାବାଦ ଓ ବେଙ୍ଗାଲୁରୁ ସହରରେ ଏମାନେ ସକ୍ରିୟ ଅଛନ୍ତି । ଏହି ଆତଙ୍କୀ ମାନଙ୍କ ତାଲିକା ତିଆରି କରି ଆଇବି ଗୃହ ମନ୍ତ୍ରଣାଳୟକୁ ପଠାଇଛି । ରିପୋର୍ଟ ଅନୁସାରେ ଆଇଏସଆଇଏସରେ […]

isis

Rakesh Mallick
  • Published: Thursday, 18 June 2015
  • , Updated: 18 June 2015, 08:29 AM IST

ନୂଆଦିଲ୍ଲୀ: ଆତଙ୍କବାଦୀ ସଙ୍ଗଠନ ଇସଲାମିକ୍ ଷ୍ଟେଟ୍ (ଆଇଏସଆଇଏସ) ଭାରତରେ ଆକ୍ରମଣ କରିବାକୁ ଯୋଜନା କରୁଛି । ଏ ନେଇ ଦେଶର ଗୁଇନ୍ଦା ସଂସ୍ଥା (ଆଇବି) ଆଲର୍ଟ ଜାରି କରିଛି। ଆଇଏସଆଇଏସକୁ ସହାନୁଭୂତି ରଖୁଥିବା ୩୫ ଜଣ କ୍ୟାଡର୍ ଜିହାଦିଙ୍କୁ ଚିହ୍ନଟ କରାଯାଇଛି। ରାଜଧାନୀ ଦିଲ୍ଲୀ ସମେତ ହାଇଦ୍ରାବାଦ ଓ ବେଙ୍ଗାଲୁରୁ ସହରରେ ଏମାନେ ସକ୍ରିୟ ଅଛନ୍ତି ।

ଏହି ଆତଙ୍କୀ ମାନଙ୍କ ତାଲିକା ତିଆରି କରି ଆଇବି ଗୃହ ମନ୍ତ୍ରଣାଳୟକୁ ପଠାଇଛି । ରିପୋର୍ଟ ଅନୁସାରେ ଆଇଏସଆଇଏସରେ ପିଲାମାନଙ୍କୁ ଭର୍ତ୍ତି କରିବା ପାଇଁ ଏକ ସଙ୍ଗଠନ ଏଠାରେ କାମ କରୁଛି । ଆଇବି ସବୁ ରାଜ୍ୟର ପୋଲିସକୁ ଏ ସମ୍ପର୍କରେ ସୂଚନା ଦେଇଛି।

ଅନ୍ୟପକ୍ଷରେ ଦେଶର ବିଭିନ୍ନ ପ୍ରାନ୍ତରୁ ଅନେକ ଯୁବକ ଆଇଏସଆଇଏସକୁ ସମର୍ଥନ କରି ଇରାକ ଓ ସିରିଆ ଯାଇଛନ୍ତି । ସେମାନଙ୍କ ମଧ୍ୟରୁ ୫ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଥିବା ବେଳେ ଅରୀବ ମଜୀଦ ନାମକ ଜଣେ ଯୁବକ ଭାରତକୁ ଫେରି ଆସିଛନ୍ତି । ଅରୀବଙ୍କୁ ଏବେ ଏନଆଇଏ ଅଟକ ରଖିଛି । ତେବେ ଜାମ୍ମୁ- କାଶ୍ମୀର ବିଛିନ୍ନାଞ୍ଚଳ ରାଲିରେ ତଥା ଏହା ପୂର୍ବରୁ ଆଇଏସଆଇଏସର ପତାକା ସାର୍ବଜନୀନ ରୂପରେ ଉଡାଯାଇଛି । ଯାହା ଦେଶର ସୁରକ୍ଷା ପ୍ରତି ଏକ ବିପଦ ବୋଲି ବିଚାର କରାଯାଉଛି।

 

Related story