ଟ୍ରମ୍ପଙ୍କ ଗସ୍ତ ପାଇଁ ବଜେଟ୍‌ ତାରିଖ ବଦଳାଇଲା ଗୁଜରାଟ

ଅହମ୍ମଦାବାଦ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅହମ୍ମଦାବାଦ ଗସ୍ତ ଉପଲକ୍ଷେ ଗୁଜରାଟ ସରକାର ବଜେଟ୍‌ ଉପସ୍ଥାପନା ତାରିଖ ବଦଳାଇଛନ୍ତି। ବର୍ତ୍ତମାନ ଏହା ଫେବୃଆରୀ ୨୬ ତାରିଖରେ ଉପସ୍ଥାପିତ ହେବ ବୋଲି ଜଣାପଡ଼ିଛି। ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ, ଏହା ୨୪ ତାରିଖ ଦିନ ଉପସ୍ଥାପିତ ହେବାର ଥିଲା। ଏହା ପୂର୍ବରୁ ଟ୍ରମ୍ପ ପ୍ରଶାସନ ନିଶ୍ଚିତ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ ଯଥାକ୍ରମେ ଫେବୃଆରୀ ୨୪ ଏବଂ ୨୫ ତାରିଖରେ ଅହମ୍ମଦାବାଦ ଏବଂ ନୂଆଦିଲ୍ଲୀ ଆସିବାର ଅଛି। ଏହା ତାଙ୍କର […]

Trump-Modi

Subrat Kumar Nayak
  • Published: Wednesday, 12 February 2020
  • , Updated: 12 February 2020, 05:58 PM IST

ଅହମ୍ମଦାବାଦ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅହମ୍ମଦାବାଦ ଗସ୍ତ ଉପଲକ୍ଷେ ଗୁଜରାଟ ସରକାର ବଜେଟ୍‌ ଉପସ୍ଥାପନା ତାରିଖ ବଦଳାଇଛନ୍ତି। ବର୍ତ୍ତମାନ ଏହା ଫେବୃଆରୀ ୨୬ ତାରିଖରେ ଉପସ୍ଥାପିତ ହେବ ବୋଲି ଜଣାପଡ଼ିଛି।

ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ, ଏହା ୨୪ ତାରିଖ ଦିନ ଉପସ୍ଥାପିତ ହେବାର ଥିଲା।

ଏହା ପୂର୍ବରୁ ଟ୍ରମ୍ପ ପ୍ରଶାସନ ନିଶ୍ଚିତ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ ଯଥାକ୍ରମେ ଫେବୃଆରୀ ୨୪ ଏବଂ ୨୫ ତାରିଖରେ ଅହମ୍ମଦାବାଦ ଏବଂ ନୂଆଦିଲ୍ଲୀ ଆସିବାର ଅଛି। ଏହା ତାଙ୍କର ପ୍ରଥମ ଭାରତ ଗସ୍ତ ହେବ।

ଟ୍ରମ୍ପଙ୍କ ଅହମ୍ମଦାବାଦ ଗସ୍ତ ପାଇଁ ଗୁଜରାଟ ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ପୂର୍ବରୁ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ କହିଥିଲେ, ଟ୍ରମ୍ପ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାବରମତୀ ନଦୀ କୂଳ ପରିଦର୍ଶନ କରିବେ।

Related story