ଗୁଜରାଟ ସ୍ଥିତି ଜଟିଳ, ପୁଣି ୩୯୫ ଆକ୍ରାନ୍ତ ଓ ୨୫ ମୃତ

ଅହମଦାବାଦ: କରୋନା ଯୋଗୁ ଗୁଜରାଟ ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଆଜି ପୁଣିଥରେ ରାଜ୍ୟରେ ୩୯୫ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ୨୫ ଜଣଙ୍କ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୧୪୧ରେ ପହଞ୍ଚି ଥିବା ବେଳେ ମୃତ୍ୟୁସଂଖ୍ୟା ୭୨୯ ଛୁଇଁଛି। କେବଳ ଅହମଦାବାଦରେ ଆଜି ୨୬୨ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି ୨୧ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଅହମଦାବାଦରେ […]

ya

Hemant Lenka
  • Published: Tuesday, 19 May 2020
  • , Updated: 19 May 2020, 09:30 PM IST

ଅହମଦାବାଦ: କରୋନା ଯୋଗୁ ଗୁଜରାଟ ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଆଜି ପୁଣିଥରେ ରାଜ୍ୟରେ ୩୯୫ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ୨୫ ଜଣଙ୍କ ଜୀବନ ନେଇଛି କରୋନା।

ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୧୪୧ରେ ପହଞ୍ଚି ଥିବା ବେଳେ ମୃତ୍ୟୁସଂଖ୍ୟା ୭୨୯ ଛୁଇଁଛି। କେବଳ ଅହମଦାବାଦରେ ଆଜି ୨୬୨ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି ୨୧ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଅହମଦାବାଦରେ ଆକ୍ରାନ୍ତଙ୍କ ସଂଖ୍ୟା ୮,୯୪୫ ରହିଥିବା ବେଳେ ମୃତ୍ୟୁସଂଖ୍ୟା ୫୭୬ରେ ପହଞ୍ଚି ଯାଇଛି।

ସେହିପରି ୨୩୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଫଳରେ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୫୦୪୩ରେ ପହଞ୍ଚି ଯାଇଛି।

ଏହାର ଅର୍ଥ ୬,୩୭୯ ଜଣ ଏବେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏମାନଙ୍କ ମଧ୍ୟରୁ ୪୯ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ଏଯାଏ ରାଜ୍ୟରେ ମୋଟ ୧,୫୪,୬୪୭ଟି ନମୁନା ପରୀକ୍ଷା ହୋଇଛି। ଗତ ୨୪ ଘଣ୍ଟାରେ ରାଜ୍ୟ ସରକାରଙ୍କ ତରଫରୁ ୫,୮୬୫ଟି ନମୁନା ପରୀକ୍ଷା ହୋଇଛି।

Related story