୨୦୦୨ ଗୁଜରାଟ ଦଙ୍ଗା ମାମଲାରେ ନରେନ୍ଦ୍ର ମୋଦିଙ୍କୁ କ୍ଲିନ୍ ଚିଟ୍

ଅହମଦାବାଦ: ୨୦୦୨ ମସିହାରେ ହୋଇଥିବା ଗୁଜରାଟ ଦଙ୍ଗା ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (ସେତେବେଳର ମୁଖ୍ୟମନ୍ତ୍ରୀ)ଙ୍କୁ କ୍ଲିନଚିଟ୍ ଦେଇଛନ୍ତି ନାନାବତୀ କମିଶନ। ଆଜି ଗୁଜରାଟ ବିଧାନସଭାରେ ଗୃହମନ୍ତ୍ରୀ ପ୍ରଦୀପ ସିଂହ ଜାଡେଜା ନାନାବତୀ-ମେହଟା କମିଶନଙ୍କ ଦ୍ୱାରା ହୋଇଥିବା ତଦନ୍ତର ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିଥିଲେ। ପୂର୍ବତନ ଗୁଜରାଟ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଦଙ୍ଗା ନେଇ ଯେଉଁ ସବୁ ଅଭିଯୋଗ ଆସିଥିଲା ତାହା ତଦନ୍ତ କମିଶନ ଖାରଜ କରିଛନ୍ତି ବୋଲି ସେ କହିଛନ୍ତି। ନାନାବତୀ-ମେହଟା କମିଶନ […]

Narendra_Modi

Narendra_Modi

Subhransu Sekhar
  • Published: Wednesday, 11 December 2019
  • Updated: 11 December 2019, 02:14 PM IST

Sports

Latest News

ଅହମଦାବାଦ: ୨୦୦୨ ମସିହାରେ ହୋଇଥିବା ଗୁଜରାଟ ଦଙ୍ଗା ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (ସେତେବେଳର ମୁଖ୍ୟମନ୍ତ୍ରୀ)ଙ୍କୁ କ୍ଲିନଚିଟ୍ ଦେଇଛନ୍ତି ନାନାବତୀ କମିଶନ। ଆଜି ଗୁଜରାଟ ବିଧାନସଭାରେ ଗୃହମନ୍ତ୍ରୀ ପ୍ରଦୀପ ସିଂହ ଜାଡେଜା ନାନାବତୀ-ମେହଟା କମିଶନଙ୍କ ଦ୍ୱାରା ହୋଇଥିବା ତଦନ୍ତର ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିଥିଲେ। ପୂର୍ବତନ ଗୁଜରାଟ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଦଙ୍ଗା ନେଇ ଯେଉଁ ସବୁ ଅଭିଯୋଗ ଆସିଥିଲା ତାହା ତଦନ୍ତ କମିଶନ ଖାରଜ କରିଛନ୍ତି ବୋଲି ସେ କହିଛନ୍ତି।

ନାନାବତୀ-ମେହଟା କମିଶନ ତାଙ୍କ ରିପୋର୍ଟରେ କହିଛନ୍ତି, ୨୦୦୨ରେ ଗୋଧ୍ରା ଷ୍ଟେସନରେ ସାବରମତୀ ଏକ୍ସପ୍ରେସ ଛିଡ଼ା ହୋଇଥିଲା। ଏହି ସମୟରେ ଟ୍ରେନରେ ନିଆଁ ଲାଗିଥିଲା। ଏହା ପରେ ରାଜ୍ୟରେ ସାମ୍ପ୍ରଦାୟିକ ଦଙ୍ଗା ବ୍ୟାପିଥିଲା। ଏହା ସୁଚିନ୍ତିତ ଯୋଜନା ନଥିଲା।

ଏହି କମିଶନ ୧୫୦୦ ପୃଷ୍ଠାର ରିପୋର୍ଟ ସରକାରଙ୍କୁ ଦେଇଛି। ଯେଉଁଥିରେ କୁହାଯାଇଛି, ଏହି ଦଙ୍ଗା ପାଇଁ ରାଜ୍ୟର ପୂର୍ବତନ ମୋଦି ସରକାରଙ୍କ କୌଣସି ମନ୍ତ୍ରୀ ଦଙ୍ଗାକୁ ଉସକାଇଲାଭଳି କାମ କରି ନାହାନ୍ତି। କିଛି ସ୍ଥାନରେ ପୁଲିସ ଭିଡ଼ ନିୟନ୍ତ୍ରଣ କରିବାକୁ ଯାଇ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ପୁଲିସ ପାଖରେ ମାନବ ସମ୍ୱଳ ଓ ଅସ୍ତ୍ରଶସ୍ତ୍ରର ଅଭାବ ଥିଲା। ଭିଡ଼ ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ କରିଥିଲା ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ପୁଲିସ ଅଧିକାରୀଙ୍କ ବିରୋଧରେ ତଦନ୍ତ କରିବାକୁ ତଦନ୍ତ କମିଶନ କହିଛନ୍ତି।

ସୂଚନାଯୋଗ୍ୟ, ୨୦୦୨ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ସମୟରେ ଏହି ଦଙ୍ଗା ହୋଇଥିଲା। ଗୋଧ୍ରା ଷ୍ଟେସନରେ ସାବରୀମାଳା ଏକ୍ସପ୍ରେସ ଛିଡ଼ା ହୋଇଥିଲା। ଏହି ସମୟରେ ଟ୍ରେନର ଦୁଇଟି ବଗିରେ ନିଆଁ ଲଗାଯାଇଥିଲା। ଫଳରେ ୫୯ କର ସେବକଙ୍କ ମୃତ୍ୟୁ ଘଟିଥିଲା। ଏହା ପରେ ଗୁଜରାଟରେ ସାମ୍ପ୍ରଦାୟିକ ଦଙ୍ଗା ବ୍ୟାପିଥିଲା। ଏଥିରେ ୧୦୦୦ ଅଳ୍ପ ସଂଖ୍ୟକଙ୍କର ମୃତ୍ୟୁ ଘଟିଥିଲା। ଏହି ଦଙ୍ଗା ପଛରେ ନରେନ୍ଦ୍ର ମୋଦି ସରକାରର ହାତ ରହିଥିବା ଅଭିଯୋଗ ହୋଇଥିଲା।

ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦି ଦଙ୍ଗାର ତଦନ୍ତ ପାଇଁ କମିଟି ଗଠନ କରିଥିଲେ। ତଦନ୍ତ କମିଶନ ଏହି ଘଟଣାର ପ୍ରାଥମିକ ତଦନ୍ତ କରି ୨୦୦୯ରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଇଥିଲେ। ରାଜ୍ୟ ବିଧାନସଭାରେ ୨୫ ଡିସେମ୍ୱର ୨୦୦୯ରେ  ଏ ସଂପର୍କରେ ଅବଗତ କରାଯାଇଥିଲା। ପରେ ୧୮ ନଭେମ୍ୱର, ୨୦୧୪ରେ ତଦନ୍ତ କମିଶନ ଚୂଡ଼ାନ୍ତ ରିପୋର୍ଟ ପୂର୍ବତନ ମୁଖ୍ୟମନ୍ତ୍ରୀ ଆନନ୍ଦିବେନ ପଟେଲଙ୍କୁ ଦେଇଥିଲେ। ରାଜ୍ୟ ସରକାର ତଦନ୍ତ ରିପୋର୍ଟ ସାର୍ବଜନୀନ କରନ୍ତୁ ବୋଲି ଦାବି ହୋଇଥିଲା। ଶେଷରେ ଆଜି ସରକାର ବିଧାନସଭାରେ ସାର୍ବଜନୀନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos