ଗୁଜରାଟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲା ୨୪ ହଜାର

ଗାନ୍ଧିନଗର: ଗୁଜରାଟରେ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ୫୧୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୪,୧୦୪ ଛୁଇଁଛି। ସେହିପରି ପ୍ରତିଦିନି ହାରାହାରି ୩୦ ଜଣ କରୋନାରେ ମୃତ୍ୟୁ ବରଣ କରୁଥିବା ସୂଚନା ରହିଛି। ସୋମବାର ମୋଟ୍ ୪,୩୪୪ଟି କରୋନା ପରୀକ୍ଷା ହୋଇଥିଲା। ଏଥିରୁ ମୋଟ୍ ୫୧୪ ଜଣ ଚିହ୍ନଟ ହୋଇଛନ୍ତି। ଯଦିଓ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି ହେଲେ ଅହମଦାବାଦରେ ଆକ୍ରାନ୍ତଙ୍କ […]

corona-1

Subhransu Sekhar
  • Published: Monday, 15 June 2020
  • , Updated: 15 June 2020, 10:46 PM IST

ଗାନ୍ଧିନଗର: ଗୁଜରାଟରେ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ୫୧୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୪,୧୦୪ ଛୁଇଁଛି। ସେହିପରି ପ୍ରତିଦିନି ହାରାହାରି ୩୦ ଜଣ କରୋନାରେ ମୃତ୍ୟୁ ବରଣ କରୁଥିବା ସୂଚନା ରହିଛି।

ସୋମବାର ମୋଟ୍ ୪,୩୪୪ଟି କରୋନା ପରୀକ୍ଷା ହୋଇଥିଲା। ଏଥିରୁ ମୋଟ୍ ୫୧୪ ଜଣ ଚିହ୍ନଟ ହୋଇଛନ୍ତି। ଯଦିଓ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି ହେଲେ ଅହମଦାବାଦରେ ଆକ୍ରାନ୍ତଙ୍କ ସଂଖ୍ୟା ପୂର୍ବ ତୁଳନାରେ ହ୍ରାସ ପାଇଛି।

ସୋମବାର ଚିହ୍ନଟ ହୋଇଥିବା ୫୧୪ ଟି ମାମଲାରୁ ୩୨୭ ଜଣ ଅହମଦାବାଦର, ୬୪ ଜଣ ସୁରତର ହୋଇଥିବାବେଳେ ବଡ଼ୋଦରାରେ ୪୪, ଗାନ୍ଧିନଗର ୧୫, ଜାମନଗର, ଭରୁଚ ଏବଂ ରାଜକୋଟରେ ଆଠଟି, ପଞ୍ଚମହଲରେ ସାତଜଣ, ସାବରକାନ୍ତ ଏବଂ ଜୁନାଗଡକେ ଚାରିଟି, ପାଟନ ଏବଂ ସୁରେନ୍ଦ୍ରନଗରରେ ତିନୋଟି, ଭବନଗର, ମହେସାନା, ଭାଲସାଦ ଏବଂ ଆମ୍ରେଲିରେ ଦୁଇ ଜଣ ଲେଖାଏଁ, ବନାସ୍କାନ୍ତ, ଆନନ୍ଦ, କୁଚ୍, ଖେଡା, ନାଭସାରୀ, ବୋଟାଡ୍, ନର୍ମଦା, ଏବଂ ଆମ୍ରେଲିରେ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟ ଜଣେ ଆକ୍ରାନ୍ତ ରାଜ୍ୟ ବାହାରର।

Related story