ମୁଖ୍ୟମନ୍ତ୍ରୀଙ୍କ ପାଇଁ ଆସୁଛି ୧୯୧ କୋଟି ଟଙ୍କାର ବିମାନ

ଅହମଦାବାଦ: ବଦଳିବ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ବିମାନ। ଚଳିତ ମାସ ଶେଷ ସପ୍ତାହ ପୂର୍ବରୁ ରୂପାଣୀଙ୍କ ଆକଶପଥରେ ଯାତ୍ରା ପାଇଁ ଆସୁଛି ବୋମ୍ବାଡିଏର ଚ୍ୟାଲେଞ୍ଜର ୬୫୦ ବିମାନ। ଯାହାର ଦାମ ରହିଛି ୧୯୧ କୋଟି ଟଙ୍କା। କାନାଡାର କ୍ୟୁବେକ ପ୍ରାନ୍ତରେ ଥିବା ବୋମ୍ୱାଡିୟର କମ୍ପାନୀ ଏହି ବିମାନ ତିଆରି କରିଛି। ଦୀର୍ଘ ୫ ବର୍ଷ ହେବ ଏହି ସ୍ୱତନ୍ତ୍ର ବିମାନ ନେଇ ଚର୍ଚ୍ଚା ଚାଲିଥିଲା। ଯାହାର ପୂର୍ଣ୍ଣଛେଦ ଏବେ ପଡିବାକୁ ଯାଉଛି। ଏବେ ରୂପାଣୀଙ୍କ ଯାତ୍ରା […]

Bombardier Challenger 650

Subhransu Sekhar
  • Published: Thursday, 07 November 2019
  • , Updated: 07 November 2019, 06:41 PM IST

ଅହମଦାବାଦ: ବଦଳିବ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ବିମାନ। ଚଳିତ ମାସ ଶେଷ ସପ୍ତାହ ପୂର୍ବରୁ ରୂପାଣୀଙ୍କ ଆକଶପଥରେ ଯାତ୍ରା ପାଇଁ ଆସୁଛି ବୋମ୍ବାଡିଏର ଚ୍ୟାଲେଞ୍ଜର ୬୫୦ ବିମାନ। ଯାହାର ଦାମ ରହିଛି ୧୯୧ କୋଟି ଟଙ୍କା। କାନାଡାର କ୍ୟୁବେକ ପ୍ରାନ୍ତରେ ଥିବା ବୋମ୍ୱାଡିୟର କମ୍ପାନୀ ଏହି ବିମାନ ତିଆରି କରିଛି। ଦୀର୍ଘ ୫ ବର୍ଷ ହେବ ଏହି ସ୍ୱତନ୍ତ୍ର ବିମାନ ନେଇ ଚର୍ଚ୍ଚା ଚାଲିଥିଲା। ଯାହାର ପୂର୍ଣ୍ଣଛେଦ ଏବେ ପଡିବାକୁ ଯାଉଛି।

ଏବେ ରୂପାଣୀଙ୍କ ଯାତ୍ରା ପାଇଁ ବିଚିକ୍ରାଫ୍ଟ ସୁପରକିଙ୍ଗ ବିମାନ ରହିଛି। ଏହି ବିମାନ ୨୫ଶହ କିଲୋମିଟର ଦୂରତା ଉଡ଼ିପାରିବାର କ୍ଷମତା ରଖିଛି। ଏଥିପାଇଁ ୫ ଘଣ୍ଟା ସମୟ ଲାଗିବ। ହେଲେ ବୋମ୍ୱାଡିୟର ବିମାନ ମାତ୍ର ୩ ଘଣ୍ଟାରେ ୨୫୦୦ କିଲୋମିଟର ରାସ୍ତା ଉଡ଼ିପାରିବ। ଏହି ବିମାନର ଘଣ୍ଟାପ୍ରତି ବେଗ ୮୭୦ କିଲୋମିଟର ରହିଛି। ୧୨ ଯାତ୍ରୀଙ୍କୁ ନେଇ ୭ ହଜାର କିଲୋମିଟର ପର୍ଯ୍ୟନ୍ତ ଏହି ବିମାନ ଉଡ଼ିପାରିବାର କ୍ଷମତା ରହିଛି। ବିମାନରେ ଏକାଥରେ ଇନ୍ଧନ ଫୁଲ ହେଲେ ୭ ହାଜର କିଲୋମିଟର ଦୂର ଉଡ଼ିପାରିବ ବୋଲି ଜଣାପଡ଼ିଛି।

ଦୂର ଯାତ୍ରା ଯିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଗୁଜରାଟ ସରକାର ଘରୋଇ ବିମାନ ଭଡ଼ାରେ ନେଉଛନ୍ତି। ଯାହାର ଘଣ୍ଟାପ୍ରତି ଭଡ଼ା ୧ ଲକ୍ଷ ଟଙ୍କା ରହିଛି। ବଜାରରେ ବୋମ୍ୱାଡିୟର ଚ୍ୟାଲେଞ୍ଜର ସିରିଜର ୧୧ଶହ ବିମାନ ରହିଛି। ୫ ବର୍ଷ ପୂର୍ବେ ବିମାନ କିଣିବା ନେଇ ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ହେଲେ କୌଣସି କାରଣ ପାଇଁ ବିଳମ୍ୱ ହୋଇଥିଲା ବୋଲି ସିଭିଲ୍ ଆଭିଏସନ ଡିପାର୍ଟମେଣ୍ଟ କହିଛି।

Related story