ଆଉ ତିନି ଦିନ ପୁଲିସ ହେପାଜତରେ ରହିବ ଶାହରୁଖ

ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ବେଳେ ବନ୍ଧୁକ ଦେଖାଇ ହିଂସା କରୁଥିବା ଅଭିଯୋଗରେ ଗିରଫ ହୋଇଥିବା ଶାହରୁଖ ପଠାନ ଆଉ ତିନି ଦିନ ଅଧିକ ପୁଲିସ ହେପାଜତରେ ରହିବ। ଗତ ମଙ୍ଗଳବାର ୨୩ ବର୍ଷୀୟ ଶାହରୁଖ ପଠାନକୁ ଉତ୍ତର ପ୍ରଦେଶର ଶାମଲି ଜିଲ୍ଲାରୁ ଗିରଫ କରାଯାଇଥିଲା। ଗିରଫ ପରେ ୪ ଦିନିଆ ପୁଲିସ ହେପାଜତକୁ ନେଇଥିଲା। ଶନିବାର ଏହାର ଅବଧି ଶେଷ ହେଉଥିଲା। ଏବେ ଆଉ ତିନି ଦିନ ପୁଲିସ ହେପାଜତରେ ରହିବ ଶାହରୁଖ। ଫେବୃଆରୀ ୨୪ ଦିଲ୍ଲୀ […]

Photos-of-Shahrukh

Subhransu Sekhar
  • Published: Sunday, 08 March 2020
  • , Updated: 08 March 2020, 03:23 PM IST

ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ବେଳେ ବନ୍ଧୁକ ଦେଖାଇ ହିଂସା କରୁଥିବା ଅଭିଯୋଗରେ ଗିରଫ ହୋଇଥିବା ଶାହରୁଖ ପଠାନ ଆଉ ତିନି ଦିନ ଅଧିକ ପୁଲିସ ହେପାଜତରେ ରହିବ। ଗତ ମଙ୍ଗଳବାର ୨୩ ବର୍ଷୀୟ ଶାହରୁଖ ପଠାନକୁ ଉତ୍ତର ପ୍ରଦେଶର ଶାମଲି ଜିଲ୍ଲାରୁ ଗିରଫ କରାଯାଇଥିଲା। ଗିରଫ ପରେ ୪ ଦିନିଆ ପୁଲିସ ହେପାଜତକୁ ନେଇଥିଲା। ଶନିବାର ଏହାର ଅବଧି ଶେଷ ହେଉଥିଲା। ଏବେ ଆଉ ତିନି ଦିନ ପୁଲିସ ହେପାଜତରେ ରହିବ ଶାହରୁଖ।

ଫେବୃଆରୀ ୨୪ ଦିଲ୍ଲୀ ହିଂସା ବେଳେ ଶାହରୁଖ ଯେଉଁ ବନ୍ଧୁକ ଦେଖାଇଥିଲା ତାକୁ ଶୁକ୍ରବାର ଦିନ ପୁଲିସ ଜବତ କରିଛି। ହିଂସା ବେଳେ ଶାହରୁଖ ବନ୍ଧୁକ ଦେଖାଇବା ପରେ ଘରେ ରଖି ଦେଇଥିଲା। ଏହାପରେ କାରରେ ଘରଠାରୁ ଦୂରକୁ ପଳାଇଯାଇଥିଲା।

ଉତ୍ତର-ପୂର୍ବ ଦିଲ୍ଲୀର ଘୋଣ୍ଡା ନିବାସୀ ପଠାନ ଫେବୃଆରୀ ୨୪ରେ ଜାଫରବାଦ-ମଉଜପୁର ରାସ୍ତାରେ ପୁଲିସ ଆଗରେ ବନ୍ଧୁକ ଧରି ଛିଡ଼ା ହୋଇଥିଲା। ଏହାରି ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବା ସହିତ ନ୍ୟୁଜ ଚ୍ୟାନେଲରେ ଦେଖିବାକୁ ମିଳିଥିଲା। ଶାହରୁଖ ଟିଭିରେ ନିଜର ମୁହଁ ଦେଖିବା ପରେ ଭୟଭୀୟ ହୋଇଯାଇଥିଲା। ଏହାପରେ ସେ ପ୍ରଥମେ ପଞ୍ଜାବ ତା’ପରେ ଉତ୍ତର ପ୍ରଦେଶର ବରେଲି ଶେଷରେ ଶାମଲିରେ ନିଜର ଜଣେ ସାଙ୍ଗ ଘରେ ଲୁଚିଥିବା ବେଳେ ପୁଲିସ ଗିରଫ କରିଥିଲା।

ପୁଲିସ କହିଛି, ଶାହରୁଖ ପଠାନ ଯେଉଁ ସେମି-ଅଟୋମେଟିକ ବନ୍ଧୁକ ବ୍ୟବହାର କରିଥିଲା ତାହା ବିହାରର ମୁଙ୍ଗରରୁ କିଣାଯାଇଥିଲା।

ଶାହାରୁଖ କଲେଜରେ ପଢ଼ୁଥିବା ବେଳେ ପାଠ ପଢ଼ା ଛାଡ଼ିଦେଇଥିଲା। ଏହାପରେ ସେ ବଡ଼ି ବିଲ୍ଡିଂ, ମଡେଲିଂ କରୁଥିଲା। ଏଥିସହ ଟିକଟକ ଭିଡିଓ ତିଆରି କରୁଥିଲା। ଦିଲ୍ଲୀ ଘୋଣ୍ଡାରେ ତାଙ୍କର ଏକ ଦୋକାନ ଏବଂ ଏକ ଚୁଡ଼ି କାରଖାନା ରହିଛି।

Related story