ଗୁଜରାଟ ନିର୍ବାଚନରେ କଡ଼ା ମୁକାବିଲ: କଂଗ୍ରେସର ବଢୁଛି, ବିଜେପି ଆଗରେ

ନୂଆଦିଲ୍ଲୀ : ଗୁଜରାଟରେ ବିଧାନ ସଭା ନିର୍ବାଚନ ପରିପ୍ରେକ୍ଷୀରେ ଭୋଟ ଗଣତି ଜାରି ରହିଛି।  ଆଜି ସକାଳ ୮ଟାରୁ ଭୋଟ ଗଣତି ଜାରି ରହିଥିବା ବେଳେ ଦିନ ୪ଟା ସୁଦ୍ଧା ଚୂଡ଼ାନ୍ତ ଫଳାଫଳ ଆସିନାହିଁ। ତେବେ ଶେଷ ସୂଚନା ଅନୁଯାୟୀ  ଗତ ଥରେ ଅପେକ୍ଷା କଂଗ୍ରେସର ଏଥର ସିଟ୍‌ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ବିଜେପି ଆଗରେ ରହିଛି।  ଗତଥର ଅପେକ୍ଷା ଏଥର କଡ଼ା ମୁକାବିଲା ହୋଇଛି। ତେବେ ଭୋଟ୍‌ ଗଣତି ଫଳାଫଳରୁ ଗୁଜରାଟ ପୁଣି ଥରେ […]

p-111

p-111

Rakesh Mallick
  • Published: Monday, 18 December 2017
  • Updated: 18 December 2017, 04:21 PM IST

ନୂଆଦିଲ୍ଲୀ : ଗୁଜରାଟରେ ବିଧାନ ସଭା ନିର୍ବାଚନ ପରିପ୍ରେକ୍ଷୀରେ ଭୋଟ ଗଣତି ଜାରି ରହିଛି।  ଆଜି ସକାଳ ୮ଟାରୁ ଭୋଟ ଗଣତି ଜାରି ରହିଥିବା ବେଳେ ଦିନ ୪ଟା ସୁଦ୍ଧା ଚୂଡ଼ାନ୍ତ ଫଳାଫଳ ଆସିନାହିଁ। ତେବେ ଶେଷ ସୂଚନା ଅନୁଯାୟୀ  ଗତ ଥରେ ଅପେକ୍ଷା କଂଗ୍ରେସର ଏଥର ସିଟ୍‌ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ବିଜେପି ଆଗରେ ରହିଛି।  ଗତଥର ଅପେକ୍ଷା ଏଥର କଡ଼ା ମୁକାବିଲା ହୋଇଛି। ତେବେ ଭୋଟ୍‌ ଗଣତି ଫଳାଫଳରୁ ଗୁଜରାଟ ପୁଣି ଥରେ ଶାସନ କ୍ଷମତାକୁ ଆସିବା ସ୍ପଷ୍ଟ ସଙ୍କେତ ମିଳିଛି।

ଏହି ନିର୍ବାଚନରେ ବାଜି ମାରିଲେ ବିଜେପି ଲଗାତର ୬ଷ୍ଠ ଥର ଶାସନ କ୍ଷମତାକୁ ଆସିବ। ଗୁଜରାଟ୍‌ ୧୮୨ଟି ବିଧାନସଭା ଆସନ ମଧ୍ୟରୁ ବିଜେପି ବର୍ତ୍ତମାନ ସୁଦ୍ଧା ୯୮ ଓ କଂଗ୍ରେସ ୮୧ ସିଟ୍‌ରେ ଆଗୁଆ ରହିଛି।  ଏବଂ ଅନ୍ୟାନ୍ୟ ୩ଟି ରହିଛି। ଗତ ୨୦୧୨ ନିର୍ବାଚନରେ ବିଜେପି ୧୧୬ ସିଟ୍‌ ପାଇଥିବା ବେଳେ କଂଗ୍ରେସ ୬୦ଟି ସିଟ୍‌ ପାଇଥିଲା। ସେହିପରି ହିମାଚଳପ୍ରଦେଶରେ ବିଜେପି କଂଗ୍ରେସଠାରୁ ଆଗୁଆ ରହିଛି। ବିଜେପି ୪୪ଟି ଆସନ ଏବଂ କଂଗ୍ରେସ ୨୦ଟି ଆସନ ପାଇ ଆଗରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos