Advertisment

କରୋନା ଆତଙ୍କ, ସୁଯୋଗ ଅପେକ୍ଷାରେ ସାଇବର ହ୍ୟାକର

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସର ମୁକାବିଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସମେତ ଅନେକ କମ୍ପାନୀ ସତର୍କତା ଅବଲମ୍ବନ କରୁଛନ୍ତି। ଗୋଟିଏ ସ୍ଥାନରେ ଏକାଠି ନହେବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ସରକାର ପରାମର୍ଶ ଦେଇଛନ୍ତି। ଏଥିପାଇଁ ଘରେ ରହି କାମ କରିବାକୁ ଘରୋଇ ଆଇଟି କମ୍ପାନୀର କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପାଖାପାଖି ୨୦ ଲକ୍ଷ ଆଇଟି କର୍ମଚାରୀ ଘରେ ରହି କାମ କରୁଥିବା ଜଣାପଡ଼ିଛି। କମ୍ପାନୀର ସାଇବର ସିକ୍ୟୁରିଟି ତୁଳନାରେ ଘରେ ରହିଥିବା […]

ଅଦ୍ୟତନ ହୋଇଛି
କରୋନା ଆତଙ୍କ, ସୁଯୋଗ ଅପେକ୍ଷାରେ ସାଇବର ହ୍ୟାକର

cyber hacker

Advertisment

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସର ମୁକାବିଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସମେତ ଅନେକ କମ୍ପାନୀ ସତର୍କତା ଅବଲମ୍ବନ କରୁଛନ୍ତି। ଗୋଟିଏ ସ୍ଥାନରେ ଏକାଠି ନହେବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ସରକାର ପରାମର୍ଶ ଦେଇଛନ୍ତି। ଏଥିପାଇଁ ଘରେ ରହି କାମ କରିବାକୁ ଘରୋଇ ଆଇଟି କମ୍ପାନୀର କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପାଖାପାଖି ୨୦ ଲକ୍ଷ ଆଇଟି କର୍ମଚାରୀ ଘରେ ରହି କାମ କରୁଥିବା ଜଣାପଡ଼ିଛି।

Advertisment

କମ୍ପାନୀର ସାଇବର ସିକ୍ୟୁରିଟି ତୁଳନାରେ ଘରେ ରହିଥିବା ସାଇବର ସିକ୍ୟୁରିଟି ଏତେଟା ସୁଦୃଢ଼ ନଥାଏ। ଯାହାର ଫାଇଦା ନେବା ପାଇଁ ସାଇବର ହ୍ୟାକର ପ୍ରସ୍ତୁତି ଆରମ୍ଭ କରିଥିବା ଜଣାପଡ଼ିଛି। ଏବେ ଘରେ ରହି କାମ କରୁଥିବା କର୍ମଚାରୀଙ୍କ କମ୍ପ୍ୟୁଟରକୁ ବିଭିନ୍ନ ଉପାୟରେ ପ୍ରବେଶ କରି କର୍ମଚାରୀଙ୍କ କମ୍ପାନୀର ଡାଟା ଚୋରି କରିବାକୁ ଲକ୍ଷ୍ୟ ରଖିଛନ୍ତି ହ୍ୟାକର। କୁଇକ୍ ହିଲ୍ ଟେକ୍ନୋଲୋଜିର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ତଥା ସଞ୍ଜୟ କଟକର ଏହା କହିଛନ୍ତି।

ସେ ଆହୁରି କହିଛନ୍ତି, କିଛି କର୍ମଚାରୀ ସ୍ମାର୍ଟ ଫୋନରେ ମଧ୍ୟ କମ୍ପାନୀ କାମ କରୁଛନ୍ତି। ଯାହାକି ସଂପୃକ୍ତ କର୍ମଚାରୀର କମ୍ପାନୀ ପାଇଁ ବିପଦ ଆଣିପାରେ। କାରଣ ଦୁର୍ବଳ ସାଇବର ସୁରକ୍ଷା।

Advertisment

ସୂଚନାଯୋଗ୍ୟ, ମହାମାରୀ କରୋନା ଭାଇରସ୍ ଯୋଗୁ ଭାରତର ସିଲିକନ୍ ଭ୍ୟାଲି ଏବେ ବନ୍ଦ ରଖାଯାଇଛି। ସେହିପରି ବେଙ୍ଗାଲୁରୁର ଇମ୍ଫୋସିସ୍ ଓ ଅନ୍ୟାନ୍ୟ ଅଗ୍ରଣୀ ଆଇଟି କମ୍ପାନୀ ମଧ୍ୟ ଘରେ ରହି କାମ କରିବାକୁ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପଟେ ପ୍ରାୟ ୨୮% ଭାରତୀୟ ସେମାନଙ୍କ ରାଉଟରର ୱେବ୍ ଆଡମିନିଷ୍ଟ୍ରେଟିଭ୍ ଇଣ୍ଟରଫେସ୍ ବିଷୟରେ ଅବଗତ ନୁହଁନ୍ତି। ଆଭଷ୍ଟ ଆଣ୍ଟି ଭାଇରସର ମୁଖ୍ୟ ସୂଚନା ସୁରକ୍ଷା ଅଧିକାରୀ ଜୟ ବାଲୁ କହିଛନ୍ତି ଯେ, କମ୍ପାନୀଗୁଡିକ କର୍ମଚାରୀଙ୍କୁ ସେହି କମ୍ପ୍ୟୁଟର ବ୍ୟବହାର କରିବା ପାଇଁ କହିବା ଦରକାର, ଯାହାକି କମ୍ପାନୀର ନହେଲେ ପୂର୍ବରୁ ଅନୁମୋଦିତ ହୋଇଥିବ। ଏମିତିକି କର୍ମଚାରୀ ବ୍ୟବହାର କରୁଥିବା ଇମେଲ୍ ଆଇଡି ଏବଂ ଡକ୍ୟୁମେଣ୍ଟ ପୂର୍ବ-ଅନୁମୋଦିତ ହୋଇଥିବା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe