କଇଁଚି ନୁହେଁ , ନିଆଁରେ କେଶ କାଟନ୍ତି ଦଶରଥ

ଗୁଲବର୍ଗା(କର୍ନାଟକ):ସବୁଠି କଇଁଚିରେ କେଶ କଟାଯାଏ। ସେଲୁନ୍‌ରେ ମଧ୍ୟ କଇଁଚି ଓ ପାନିଆ ବ୍ୟବହାର କରାଯାଏ। ହେଲେ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯିଏ ନିଆଁରେ କେଶ କାଟିଥାନ୍ତି ।  ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ।  ଫ୍ୟାଶନ ଜଗତର ଏହା ଏକ ନୂଆ ଟ୍ରେଣ୍ଡ ବୋଲି କୁହାଯାଉଛି। ଗୁଲବର୍ଗାର ଶାହବାଦରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ ମହମବତୀ ସହାୟତାରେ ଚୁଟି କାଟନ୍ତି ଏହି ଯୁବକ ଜଣକ। ଏଠାରେ ଦସରଥ ନାମକ ଜଣେ ଯୁବକ  ଭିନ୍ନ […]

Untitled-2

Rakesh Mallick
  • Published: Tuesday, 04 July 2017
  • , Updated: 04 July 2017, 12:36 PM IST

ଗୁଲବର୍ଗା(କର୍ନାଟକ):ସବୁଠି କଇଁଚିରେ କେଶ କଟାଯାଏ। ସେଲୁନ୍‌ରେ ମଧ୍ୟ କଇଁଚି ଓ ପାନିଆ ବ୍ୟବହାର କରାଯାଏ। ହେଲେ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯିଏ ନିଆଁରେ କେଶ କାଟିଥାନ୍ତି ।  ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ।  ଫ୍ୟାଶନ ଜଗତର ଏହା ଏକ ନୂଆ ଟ୍ରେଣ୍ଡ ବୋଲି କୁହାଯାଉଛି। ଗୁଲବର୍ଗାର ଶାହବାଦରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ ମହମବତୀ ସହାୟତାରେ ଚୁଟି କାଟନ୍ତି ଏହି ଯୁବକ ଜଣକ। ଏଠାରେ ଦସରଥ ନାମକ ଜଣେ ଯୁବକ  ଭିନ୍ନ ଉପାୟରେ କେଶ କାଟୁଥିବା ଦେଖିବାକୁ ମିଳିଛି। ରାଜ ମେସ ନାମରେ ସେ ଏକ ସେଲୁନ୍‌ ଚଲାଉଛନ୍ତି। ଦସରଥ କୁହନ୍ତି ସେ ପ୍ରଥମେ ମହମବତୀରେ କେଶକୁ ଜଳାନ୍ତି। ପରେ ଷ୍ଟାଇଲରେ ଏହାକୁ ସାଇଜ କରନ୍ତି। ସେ ପାଖାପାଖି ୬ ବର୍ଷ ହେଲାଣି ଏଭଳି ଉପାୟରେ କେଶ କାଟି ଆସୁଛନ୍ତି।

Related story