ଇସ୍ଲାମାବାଦ୍: ନଭେମ୍ବର ୯ ତାରିଖରେ କଂଗ୍ରେସ ନେତା ନବଜ୍ୟୋତ ସିଂହ ସିଦ୍ଧୁ କର୍ତ୍ତାରପୁର ପହଞ୍ଚିବା ପୂର୍ବରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ତାଙ୍କୁ ‘ଆମ ସିଦ୍ଧୁ’ କହି ଖୋଜିବାର ଭିଡିଓ ଏବେ ଚର୍ଚ୍ଚାରେ ରହିଛି। ଏହି ଉଦ୍ଘାଟନ ଅବସରରେ ଇମ୍ରାନ୍ ଖାନ୍ଙ୍କ ସହ ଅନ୍ୟ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ।
ଏହି ଉତ୍ସବ ପୂର୍ବରୁ ଏକ ଭିଡିଓରେ ଇମ୍ରାନ୍ ସିଦ୍ଧୁଙ୍କୁ ଖୋଜିବାକୁ ଯାଇ କହିଥିଲେ, “ଆଛା ଆମର ସେ ସିଦ୍ଧୁ କୋଉଠି ଅଛନ୍ତି। ଆରେ ହଁ ମୁଁ କହୁଛି ଆମ ସିଦ୍ଧୁ।”
ଗୁରୁ ନାନକଙ୍କ ୫୫୦ତମ ଜନ୍ମ ବାର୍ଷିକୀ ପୂର୍ବରୁ ଇମ୍ରାନ୍ ପଞ୍ଜାବ ପ୍ରଦେଶରେ କର୍ତ୍ତାରପୁର କରିଡର୍ର ଉଦ୍ଘାଟନ କରିଛନ୍ତି। ଏହି କରିଡର ଦେଇ ହଜାର ହଜାର ଶିଖ୍ ଧର୍ମାବଲମ୍ବୀ କର୍ତ୍ତାରପୁର ସାହିବ୍ ଗୁରୁଦ୍ୱାରା ଯାଇପାରିବେ।