ହାର୍ଦ୍ଦିକ ପଟେଲଙ୍କୁ ବଡ଼ ଦାୟିତ୍ୱ ଦେଲେ ସୋନିଆ

ନୂଆଦିଲ୍ଲୀ: ଗୁଜରାଟ କଂଗ୍ରେସର ନେତା ହାର୍ଦ୍ଦିକ ପଟେଲଙ୍କୁ ଗୁରୁ ଦାୟିତ୍ୱ ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ। ଗୁଜରାଟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଭାବରେ ତାଙ୍କୁ ଦାୟିତ୍ୱ ଦେଇଛନ୍ତି ସୋନିଆ। ଏ ନେଇ କଂଗ୍ରେସ ମହାସଚିବ କେସି ବେଣୁଗୋପାଳ ସୂଚନା ଦେଇଛନ୍ତି। ପଟିଦାର ଆନ୍ଦୋଳନରୁ ହାର୍ଦ୍ଦିକ ଚର୍ଚ୍ଚାକୁ ଆସିଥିଲେ। ହାର୍ଦ୍ଦିକଙ୍କ ବୟସ ଏବେ ୨୬। ଗୁଜରାଟର ଏବେର ପ୍ରମୁଖ ରାଜନେତାଙ୍କ ମଧ୍ୟରେ ହାର୍ଦ୍ଦିକ ଅନ୍ୟତମ। ସୋନିଆ ଗାନ୍ଧୀ ଯେଉଁ ଦାୟିତ୍ୱ ଦେଇଛନ୍ତି ତାକୁ ସେ ଭଲ ଭାବରେ […]

hardik-patel

hardik-patel

Subhransu Sekhar
  • Published: Saturday, 11 July 2020
  • Updated: 11 July 2020, 09:49 PM IST

ନୂଆଦିଲ୍ଲୀ: ଗୁଜରାଟ କଂଗ୍ରେସର ନେତା ହାର୍ଦ୍ଦିକ ପଟେଲଙ୍କୁ ଗୁରୁ ଦାୟିତ୍ୱ ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ। ଗୁଜରାଟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଭାବରେ ତାଙ୍କୁ ଦାୟିତ୍ୱ ଦେଇଛନ୍ତି ସୋନିଆ। ଏ ନେଇ କଂଗ୍ରେସ ମହାସଚିବ କେସି ବେଣୁଗୋପାଳ ସୂଚନା ଦେଇଛନ୍ତି। ପଟିଦାର ଆନ୍ଦୋଳନରୁ ହାର୍ଦ୍ଦିକ ଚର୍ଚ୍ଚାକୁ ଆସିଥିଲେ।

ହାର୍ଦ୍ଦିକଙ୍କ ବୟସ ଏବେ ୨୬। ଗୁଜରାଟର ଏବେର ପ୍ରମୁଖ ରାଜନେତାଙ୍କ ମଧ୍ୟରେ ହାର୍ଦ୍ଦିକ ଅନ୍ୟତମ। ସୋନିଆ ଗାନ୍ଧୀ ଯେଉଁ ଦାୟିତ୍ୱ ଦେଇଛନ୍ତି ତାକୁ ସେ ଭଲ ଭାବରେ ତୁଲାଇବେ ବୋଲି ପଟେଲ ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେବା ବେଳେ କହିଛନ୍ତି। ବୟସ ସେତେଟା ହୋଇନଥିଲେ ମଧ୍ୟ ରାଜନୀତିରେ ଅଭିଜ୍ଞତା ଅଧିକ ଆବଶ୍ୟକ ବୋଲି ସେ କହିଛନ୍ତି।

ପଟିଦାର ଆନ୍ଦୋଳନର ନେତା ହୋଇ ଚର୍ଚ୍ଚାକୁ ଆସିଥିବା ହାର୍ଦ୍ଦିକ ପଟେଲ ୧୨ ମାର୍ଚ୍ଚ ୨୦୧୯ରେ କଂଗ୍ରେସରେ ଯୋଗ ଦେଇଥିଲେ। ଏହାପରେ ଗୁଜରାଟର ପଞ୍ଚାୟତ ନିର୍ବାଚନ ବେଳେ ତାଙ୍କୁ ଅନେକ ବଡ଼ ବଡ଼ ପ୍ରଚାରରେ ସାମିଲ୍ ହୋଇଥିବା ଦେଖିବାକୁ ମିଳିଥିଲା।

ସୂଚନାଯୋଗ୍ୟ, ହାର୍ଦ୍ଦିକଙ୍କ ବିରୋଧରେ ୨୦ରୁ ଅଧିକ ମାମଲା ରହିଛି। ଅଧିକାଂଶ ମାମଲା ଦେଶଦ୍ରୋହ ଏବଂ ଅଶାନ୍ତି ସୃଷ୍ଟି କରିବା ଉଦ୍ଦେଶ୍ୟରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos