ହାତକୁ ଦି’ହାତ ହେଲେ ହାର୍ଦ୍ଦିକ, ପୁରୁଣା ବାନ୍ଧବୀ ହେଲେ ଜୀବନସାଥୀ

ଅହମଦାବାଦ: ଶେଷରେ ହାତକୁ ଦି’ ହାତ ହୋଇଛନ୍ତି ପଟିଦାର ଆନ୍ଦୋଳନର ନେତା ହାର୍ଦ୍ଦିକ ପଟେଲ। ସେ ତାଙ୍କର ପିଲା ଦିନର ବନ୍ଧୁ କିଞ୍ଜଲ୍ ପାରିଖ୍‌ଙ୍କୁ ସବୁଦିନ ପାଇଁ ଆଜି ଜୀବନ ସାଥୀ ଭାବେ ଗ୍ରହଣ କରିଛନ୍ତି। ଗୁଜରାଟର ସୁରେନ୍ଦରନଗରଠାରେ ଆୟୋଜିତ ବିବାହ ଉତ୍ସବରେ ହାର୍ଦ୍ଦିକ ଓ କିଞ୍ଜଲଙ୍କ ବାହାଘର ଶେଷ ହୋଇଛି।

ମୁଲି ତଲିକାଠାରେ ଥିବା ଦିଗସର ଗାଁରେ ଏକ ସାଧାରଣ ଉତ୍ସବ ମାଧ୍ୟମରେ ୨୫ ବର୍ଷୀୟ ହାର୍ଦ୍ଦିକ ଓ କିଞ୍ଜଲଙ୍କ ବିବାହ ଶେଷ ହୋଇଛି। ଏହି ବିବାହ ଉତ୍ସବରେ ମାତ୍ର ୧୦୦ ଜଣ ଅତିଥି ଯୋଗଦେଇଥିଲେ। ପଟେଲ୍‌ ରୀତିନୀତି ଅନୁସାରେ ଏହି ବାହାଘର ହୋଇଛି।

ହାର୍ଦ୍ଦିକଙ୍କ ବାପା ଭାରତ ପଟେଲ କହିଛନ୍ତି, “ ହାର୍ଦ୍ଦିକ ଓ କିଞ୍ଜଲ ଅହମଦାବାଦ୍‌ସ୍ଥିତ ଚାନ୍ଦନଗରି ଗାଁରେ ରହୁଥିଲେ। ଉଭୟ ପରସ୍ପରକୁ ପିଲାବେଳୁ ଜାଣିଛନ୍ତି।”

କିଞ୍ଜଲ୍ ଓ ହାର୍ଦ୍ଦିକଙ୍କ ଭଉଣୀ ମୋନିକା ଏକାଠି ପାଠ ପଢ଼ୁଥିଲେ। ପୂର୍ବରୁ, ୨୦୧୬ ମାର୍ଚ୍ଚରେ ହାର୍ଦ୍ଦିକ୍‌ଙ୍କ ପରିବାର ତାଙ୍କ ନିର୍ବନ୍ଧ ଶେଷ ହୋଇଥିବା ଘୋଷଣା କରିଥିଲେ। ସେହି ସମୟରେ ହାର୍ଦ୍ଦିକ୍‌ ଲାଜପୋରେ ଜେଲ୍‌ରେ ଥିଲେ। କିଞ୍ଜଲ୍ କମର୍ସରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ଏବେ ଗାନ୍ଧିନଗରଠାରେ ଏଲ୍ଏଲ୍‌ବି ପଢ଼ୁଛନ୍ତି।

ଆହୁରି ପଢ଼ନ୍ତୁ

ମହିଳା ନେତ୍ରୀଙ୍କୁ ‘ଆଇଟମ୍’ କହି ବିବାଦରେ କମଲନାଥ, ଜବାବ ଦେଲେ ଶିବରାଜ

୨୦ ଅକ୍ଟୋବର,ମଙ୍ଗଳବାର: ସାମାଜିକ ପ୍ରତିଷ୍ଠା ବଢ଼ିବ

ବଟଲରଙ୍କ ମାଡ଼ରେ ଧୋନିଙ୍କ ଚେନ୍ନାଇ ଚିତପଟାଙ୍ଗ

୧୨୫ ରନ୍‌ରେ ଅଟକିଲେ ଧୋନି ଧୁରନ୍ଧର

ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଲା ଚେନ୍ନାଇ

ପୂଜା ମଣ୍ଡପକୁ ଲୋକଙ୍କ ପାଇଁ ନୋ-ଏଣ୍ଟ୍ରି ଜୋନ୍ ଘୋଷଣା କଲେ କୋର୍ଟ

‘ଦେଶରେ କରୋନା ଏବେ ଗୋଷ୍ଠୀ ସଂକ୍ରମଣରେ ପହଞ୍ଚିଲାଣି’

୧୯ ଅକ୍ଟୋବର,ସୋମବାର: ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ

ଦ୍ୱିତୀୟ ସୁପର ଓଭରରେ ବାଜି ଜିତିଲା ପଞ୍ଜାବ, ନିରାଶ ହେଲା ମୁମ୍ୱାଇ

ଫର୍ଗୁସନଙ୍କ କମାଲ୍: ସୁପର ଓଭରରେ ହାଇଦ୍ରାବାଦ ଚିତପଟାଙ୍ଗ୍

ମୋ ଟ୍ୱିଟ୍ ନବୀନ ବାବୁ ତାଙ୍କ ସହକର୍ମୀଙ୍କୁ ବୁଝାଇ ଦିଅନ୍ତୁ: ବୈଜୟନ୍ତ

ବୈଜୟନ୍ତଙ୍କ ଟ୍ୱିଟ୍ ବୁଝି ନପାରି ବାଉଳି ହେଲେ ସମାଲୋଚକ