ହରିଆଣାରେ ସ୍ଥିତି ଗମ୍ଭୀର: ଫ୍ଲାଗ୍‌ମାର୍ଚ୍ଚ କଲା ସେନା

ଚଣ୍ଡିଗଡ଼: ଓବିସି ମାନ୍ୟତା, ଚାକିରି ଓ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଦାବି କରି ହରିଆଣାରେ ଜାଠମାନେ ଚଳାଇଥିବା ଆନ୍ଦୋଳନ ଜାରି ରହିଛି। କର୍ଫ୍ୟୁ ବଳବତ୍ତର ରହିଥିବା ସତ୍ତ୍ୱେ ଓ ଦୁଇଟି ଜିଲ୍ଲାରେ ହିଂସାକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରି ଦେବାକୁ ନିର୍ଦ୍ଦେଶ ଥିବା ସତ୍ତ୍ୱେ ଗତକାଲି ରାତିରେ ଅନେକ ସ୍ଥାନରେ ହିଂସାକାଣ୍ଡ ଘଟିଛି। ଉତ୍ତେଜନପୂର୍ଣ୍ଣ ସ୍ଥାନଗୁଡ଼ିକରେ ଆଜି ସେନା ପକ୍ଷରୁ ଫ୍ଲାଗ୍ ମାର୍ଚ୍ଚ କରାଯାଇଥିବା ବେଳେ ରୋହତକ ଜିଲ୍ଲାର କିଛି ଅଞ୍ଚଳରେ ପଶିବାକୁ ହେଲିକପ୍ଟରର ସହାୟତା ନେଉଛି […]

hariyana

Rakesh Mallick
  • Published: Saturday, 20 February 2016
  • , Updated: 20 February 2016, 05:54 AM IST

ଚଣ୍ଡିଗଡ଼: ଓବିସି ମାନ୍ୟତା, ଚାକିରି ଓ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଦାବି କରି ହରିଆଣାରେ ଜାଠମାନେ ଚଳାଇଥିବା ଆନ୍ଦୋଳନ ଜାରି ରହିଛି। କର୍ଫ୍ୟୁ ବଳବତ୍ତର ରହିଥିବା ସତ୍ତ୍ୱେ ଓ ଦୁଇଟି ଜିଲ୍ଲାରେ ହିଂସାକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରି ଦେବାକୁ ନିର୍ଦ୍ଦେଶ ଥିବା ସତ୍ତ୍ୱେ ଗତକାଲି ରାତିରେ ଅନେକ ସ୍ଥାନରେ ହିଂସାକାଣ୍ଡ ଘଟିଛି। ଉତ୍ତେଜନପୂର୍ଣ୍ଣ ସ୍ଥାନଗୁଡ଼ିକରେ ଆଜି ସେନା ପକ୍ଷରୁ ଫ୍ଲାଗ୍ ମାର୍ଚ୍ଚ କରାଯାଇଥିବା ବେଳେ ରୋହତକ ଜିଲ୍ଲାର କିଛି ଅଞ୍ଚଳରେ ପଶିବାକୁ ହେଲିକପ୍ଟରର ସହାୟତା ନେଉଛି ସେନା।

ଜାଠମାନଙ୍କର ଏହି ଆନ୍ଦୋଳନ ଯୋଗୁଁ ରାଜ୍ୟରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ରୋହତକ, ଜିଣ୍ଡ୍, ଭିୱାନି ଓ ରାଜ୍ୟର ଅନ୍ୟ ସ୍ଥାନଗୁଡ଼ିକରେ ଜରୁରୀ ସାମଗ୍ରୀ ପହଞ୍ଚି ପାରୁ ନାହିଁ।

ଆନ୍ଦୋଳନ ତୀବ୍ର ହେଉଥିବା ଦେଖି ଗତକାଲି ହରିଆଣା ସରକାର ସେନାକୁ ଡାକିଥିଲେ। ରାଜ୍ୟର ୯ଟି ଜିଲ୍ଲାରେ ଅର୍ଦ୍ଧସାମରିକ ବାହିନୀର ୩,୩୦୦ ଜଣ ଯବାନଙ୍କୁ ମୁତୟନ କରାଯାଇଛି। ଭିୱାନି ଓ ରୋହତକ ଜିଲ୍ଲାରେ କର୍ଫ୍ୟୁ ଜାରି କରାଯାଇଛି ଏବଂ ଆନ୍ଦୋଳନକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜାଠମାନେ ଚଳାଇଥିବା ଆନ୍ଦୋଳନ ହିଂସାର ରୂପ ନେବା ସହିତ ଜଣଙ୍କ ମୃତ୍ୟୁ ଘଟିବା ଓ ଅନ୍ୟ ୨୫ ଜଣ ଆହତ ହେବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।

ନିଷେଧାଦେଶ ଲାଗୁ ହୋଇଥିବା ସତ୍ତ୍ୱେ ଗତକାଲି ରାତିରେ ହିସାର, ଝାଜ୍ଜର, ଜିଣ୍ଡ୍, କୈଥାଲ୍ ଓ ପାନିପତରେ ହିଂସାକାଣ୍ଡ ଘଟିଥିଲା। ଗତକାଲି ଆନ୍ଦୋଳନକାରୀମାନେ ରାଜ୍ୟର ଅର୍ଥମନ୍ତ୍ରୀ ଅଭିମନ୍ୟୁ ଓ ଅନେକ ସରକାରୀ କର୍ମଚାରୀଙ୍କ ଘର ଜାଳି ଦେଇଥିଲେ। ରୋହତକ, ଝାଜ୍ଜର, ହାଂସି ଓ ରାଜ୍ୟର ଅନ୍ୟ ସ୍ଥାନରେ ଅନେକ ଘରୋଇ ସଂପତ୍ତିକୁ ଆନ୍ଦୋଳନକାରୀମାନେ ନଷ୍ଟ କରି ଦେଇଥିଲେ।

ଭିୱାନିରେ ଆଜି ସକାଳେ ସେନା ପକ୍ଷରୁ ଫ୍ଲାଗ୍ ମାର୍ଚ୍ଚ କରାଯାଇଛି। ଘରେ ରହିବାକୁ ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Related story