ନୂଆଦିଲ୍ଲୀ: ବୁଧବାର ଏନ୍ଆରସି ପ୍ରସଙ୍ଗରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ତଥା ବିଜେପି ଅଧ୍ୟକ୍ଷ ଅମିତ ଶାହ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି। ସେ ପଚାରିଛନ୍ତି ସେମାନେ କ’ଣ ତୁମ ସମ୍ପର୍କୀୟ? ଅକ୍ଟୋବର ୨୧ରେ ହେବାକୁ ଥିବା ହରିଆଣା ବିଧାନସଭା ନିର୍ବାଚନ ଅବସରରେ ସେ ଏଭଳି କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ଆମେ ଯେତେବେଳେ ବେଆଇନ ଭାବେ ଆମ ଦେଶରେ ରହୁଥିବା ଏହି ଅନୁପ୍ରବେଶକାରୀଙ୍କୁ ତଡ଼ିବା କଥା କହୁଛୁ କଂଗ୍ରେସ ବିରୋଧ କରୁଛି। କଂଗ୍ରେସ ନେତା ପଚାରୁଛନ୍ତି, ସେମାନେ କେଉଁଠି ରହିବେ? ସେମାନେ କ’ଣ ଖାଇବେ? ମୁଁ ପଚାରିବାକୁ ଚାହେଁ ସେମାନେ କ’ଣ ତୁମ ସମ୍ପର୍କୀୟ?
ସେ କହିଥିଲେ, ରାହୁଲ ବାବା ଏହାକୁ ବିରୋଧ କରନ୍ତୁ କିମ୍ବା ଭୁପିନ୍ଦର ସିଂହ ହୁଡା ବିରୋଧ କରନ୍ତୁ, ମୁଁ ଏଠାରେ ପ୍ରତିଶ୍ରୁତି ଦେଉଛି ୨୦୨୪ ବା ତା ଆଗରୁ ପ୍ରତିଟି ଅନୁପ୍ରବେଶକାରୀ ଦେଶ ବାହାରେ ଥିବେ। ସୋନିଆଙ୍କୁ ପରୋକ୍ଷରେ ଟାର୍ଗେଟ୍ କରି କହିଥିଲେ, ଯଦି ସମସ୍ତେ ଗୁରୁଗ୍ରାମ୍ରେ ପଦ୍ମ ଚିହ୍ନରେ ବଟନ୍ ଦବାଇବେ ଏହାର ପ୍ରଭାବ ଇଟାଲୀରେ ଅନୁଭୂତ ହେବ।