ବିଜେପିରେ ଯୋଗଦେଲେ ଅଲିମ୍ପିଆନ୍‌ ଯୋଗେଶ୍ୱର ଏବଂ ହକି ତାରକା ସନ୍ଦୀପ ସିଂହ

ନୂଆଦିଲ୍ଲୀ: ଅଲିମ୍ପିକ ପଦକ ବିଜେତା ରେସଲର୍‌ ତଥା ପଦ୍ମଶ୍ରୀ ସମ୍ମାନିତ ଯୋଗେଶ୍ୱର ଦତ୍ତ ଏବଂ ପୂର୍ବତନ ହକି ଅଧିନାୟକ ସନ୍ଦୀପ ସିଂହ ଗୁରୁବାର ବିଜେପିରେ ସାମିଲ ହୋଇଛନ୍ତି। ହରିଆଣା ବିଜେପି ମୁଖ୍ୟ ସୁଭାଷ ବରାଲାଙ୍କ ଉପସ୍ଥିତିରେ ଏହି ଦୁଇ ପ୍ରସିଦ୍ଧ କ୍ରୀଡ଼ାବିତ୍‌ ବିଜେପିରେ ଯୋଗ ଦେଇଛନ୍ତି। ଯୋଗେଶ୍ୱର ଅନ୍ତର୍ଜାତୀୟ ସ୍ତରରେ ବହୁ ରେସଲିଂ ପ୍ରତିଯୋଗିତାରେ ଭାରତକୁ ପ୍ରତିନିଧିତ୍ୱ କରିବା ସହ ୨୦୧୪ କମନ୍‌ୱେଲ୍‌ଥରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଯୋଗେଶ୍ୱର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ, ସେ […]

bjp

bjp

Subrat Kumar Nayak
  • Published: Thursday, 26 September 2019
  • Updated: 26 September 2019, 09:40 PM IST

Sports

Latest News

ନୂଆଦିଲ୍ଲୀ: ଅଲିମ୍ପିକ ପଦକ ବିଜେତା ରେସଲର୍‌ ତଥା ପଦ୍ମଶ୍ରୀ ସମ୍ମାନିତ ଯୋଗେଶ୍ୱର ଦତ୍ତ ଏବଂ ପୂର୍ବତନ ହକି ଅଧିନାୟକ ସନ୍ଦୀପ ସିଂହ ଗୁରୁବାର ବିଜେପିରେ ସାମିଲ ହୋଇଛନ୍ତି। ହରିଆଣା ବିଜେପି ମୁଖ୍ୟ ସୁଭାଷ ବରାଲାଙ୍କ ଉପସ୍ଥିତିରେ ଏହି ଦୁଇ ପ୍ରସିଦ୍ଧ କ୍ରୀଡ଼ାବିତ୍‌ ବିଜେପିରେ ଯୋଗ ଦେଇଛନ୍ତି। ଯୋଗେଶ୍ୱର ଅନ୍ତର୍ଜାତୀୟ ସ୍ତରରେ ବହୁ ରେସଲିଂ ପ୍ରତିଯୋଗିତାରେ ଭାରତକୁ ପ୍ରତିନିଧିତ୍ୱ କରିବା ସହ ୨୦୧୪ କମନ୍‌ୱେଲ୍‌ଥରେ ସ୍ୱର୍ଣ୍ଣ ପଦକ ଜିତିଥିଲେ।

ଯୋଗେଶ୍ୱର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ, ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ପ୍ରଭାବିତ ହୋଇ ବିଜେପିରେ ଯୋଗ ଦେଇଛନ୍ତି। ସେ କହିଛନ୍ତି, “ମୁଁ ଲୋକଙ୍କ ସେବା କରିବାକୁ ଚାହେଁ। ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ପ୍ରଭାବିତ ହୋଇ ବିଜେପିରେ ସାମିଲ ହୋଇଛି। ମୁଁ ତାଙ୍କୁ ଦୀର୍ଘ ଦିନ ଧରି ଅନୁସରଣ କରୁଛି। କ୍ରୀଡ଼ାବିତ୍‌ଙ୍କ ସମେତ ଆଗକୁ ଆସି ଭଲ କାମ କରିବା ଗୁରୁତ୍ୱପୂର୍ଣ୍ଣ କଥା। ଏହି ପରିବାରରେ ସାମିଲ ହୋଇ ମୁଁ ଆନନ୍ଦିତ।”

ଅକ୍ଟୋବର ୨୦୧୯ରେ ହରିଆଣାରେ ବିଧାନସଭା ନିର୍ବାଚନ ଅଛି। ଠିକ୍‌ ଏହା ପୂର୍ବରୁ ହିଁ ଯୋଗେଶ୍ୱର ଏବଂ ସନ୍ଦୀପ ବିଜେପିରେ ଯୋଗ ଦେଇଛନ୍ତି। ଏମାନେ ବିଧାନସଭା ନିର୍ବାଚନରେ ବିଜେପି ପାଇଁ ଲଢ଼ିବାର ସମ୍ଭାବନା ରହିଛି। ଯୋଗେଶ୍ୱର ସୋନପତ୍‌ରୁ ଲଢ଼ିବେ ବୋଲି ଚର୍ଚ୍ଚା ହେଉଛି। ସେ ଏହା ପୂର୍ବରୁ ହରିଆଣା ପୁଲିସ୍‌ରୁ ଇସ୍ତଫା ଦେଇଛନ୍ତି।

୨୦୧୨ ମସିହାର ଅଲିମ୍ପିକ୍‌ରେ ବ୍ରୋଞ୍ଜ ପଦକ ଜିତିଥିବା ଯୋଗେଶ୍ୱର ୨୦୧୯ରେ ମଧ୍ୟ ଲୋକସଭା ନିର୍ବାଚନ ଲଢ଼ିବାନେଇ ଚର୍ଚ୍ଚା ହୋଇଥିଲା। ରାଜ୍ୟ ବିଜେପି ୟୁନିଟ୍‌ ତାଙ୍କ ନାମ ପ୍ରସ୍ତାବ ରଖିଥିଲା। ଯୋଗେଶ୍ୱରଙ୍କ ବ୍ୟତୀତ ପୂର୍ବତନ ହକି ଅଧିନାୟକ ସନ୍ଦୀପ ସିଂହ ଏବଂ ଶିରୋମଣି ଅକାଳୀ ଦଳ ବିଧାୟକ ବଲକୌର ସିଂହ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି। ସନ୍ଦୀପ ଏହି ଅବସରରେ କହିଛନ୍ତି, ମୁଁ ଦୀର୍ଘଦିନ ଧରି ଜଣେ ବିଜେପି ଅନୁଗାମୀ ରହିଆସିଛି। ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ପ୍ରଭାବିତ। ମୁଁ ଦେଶ ସେବା କରିବାକୁ ବହୁତ ଆଗ୍ରହୀ। ସନ୍ଦୀପ ଜର୍ମାନୀ ବିଶ୍ୱକପ୍‌ରୁ ୨ ଦିନ ପୂର୍ବରୁ ଏକ ଦୁର୍ଘଟଣା ପରେ ପକ୍ଷାଘାତ ଶିକାର ହେବା ପରେ ସଂଘର୍ଷ କରି ପୁଣି ଟିମ୍‌କୁ ଫେରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos