ରାହୁଲ ଗାନ୍ଧିଙ୍କୁ ନିପା ଭାଇରସ୍‌ କହିଲେ ବିଜେପି ନେତା

ନୂଆଦିଲ୍ଲୀ: “ଭାରତୀୟ ଜାତୀୟ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ନିପା ଭାଇରସ୍‌ ସହ ସମାନ। ଯେଉଁ ରାଜନୈତିକ ଦଳ ତାଙ୍କ ସଂସ୍ପର୍ଶରେ ଆସିବ ତାର ସର୍ବନାଶ ଘଟିବ।” ଏପରି ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ହରିୟାଣାର ସ୍ୱାସ୍ଥ୍ୟ ମନ୍ତ୍ରୀ ଅନିଲ୍‌ ବିଜ୍। ଟ୍ୱିଟ୍‌ କରି ଏକଥା କହିବା ପରେ ଅନିଲ୍‌ ଏବେ ଚର୍ଚ୍ଚାରେ। କେବଳ ଏତିକି ନୁହେଁ, ବିବାଦୀୟ ମନ୍ତବ୍ୟ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ଅନିଲ୍‌ ବିଜ୍‌। ପୂର୍ବରୁ ସେ ଏମିତି ଅନେକ ବିବାଦୀୟ ମନ୍ତବ୍ୟ […]

rahul

Rakesh Mallick
  • Published: Wednesday, 30 May 2018
  • , Updated: 30 May 2018, 04:38 PM IST

ନୂଆଦିଲ୍ଲୀ: “ଭାରତୀୟ ଜାତୀୟ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ନିପା ଭାଇରସ୍‌ ସହ ସମାନ। ଯେଉଁ ରାଜନୈତିକ ଦଳ ତାଙ୍କ ସଂସ୍ପର୍ଶରେ ଆସିବ ତାର ସର୍ବନାଶ ଘଟିବ।” ଏପରି ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ହରିୟାଣାର ସ୍ୱାସ୍ଥ୍ୟ ମନ୍ତ୍ରୀ ଅନିଲ୍‌ ବିଜ୍। ଟ୍ୱିଟ୍‌ କରି ଏକଥା କହିବା ପରେ ଅନିଲ୍‌ ଏବେ ଚର୍ଚ୍ଚାରେ।

କେବଳ ଏତିକି ନୁହେଁ, ବିବାଦୀୟ ମନ୍ତବ୍ୟ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ଅନିଲ୍‌ ବିଜ୍‌। ପୂର୍ବରୁ ସେ ଏମିତି ଅନେକ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ପୂର୍ବରୁ ସେ ତାଜ୍‌ମହଲକୁ ‘ସୁନ୍ଦର କବରଖାନା’ ସହ ତୁଳନା କରି ଚର୍ଚ୍ଚାକୁ ଆସିଥିଲେ।ସେହିପରି କିଛିଦିନ ତଳେ ଏବିଭିପି ବିରୋଧରେ ଆଭିଯାନ କରୁଥିବା ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଛାତ୍ର ଗୁର୍‌ମେହେର୍‌ କୌରଙ୍କୁ ସମର୍ଥନ କରୁଥିବା ଲୋକମାନେ ପାକିସ୍ତାନି ଥିଲେ ଏବଂ ତାଙ୍କୁ ଦେଶରୁ ବାହାର କରିଦେବା ଉଚିତ ବୋଲି ଅନିଲ୍ ମନ୍ତବ୍ୟ ରଖିଥିଲେ।

ସୂଚନାଯୋଗ୍ୟ ଯେ, କିଛିଦିନ ହେବ ଦେଶରେ ନିପା ଭାଇରସ୍‌ର ଆତଙ୍କ ଜାରି ରହିଛି। ଏହି ରୋଗରେ ଏପର୍ଯ୍ୟନ୍ତ ୧୩ଜଣଙ୍କର  ମତ୍ୟୁ ଘଟିଲାଣି। ବାଦୁଡ଼ି ଠାରୁ ଏହି ରୋଗ ସଂକ୍ରମିତ ହେଉଥିବା ଜଣାପଡିଛି। ଏହି ରୋଗର ଚିକିତ୍ସା ଲାଗି ଏପର୍ଯ୍ୟନ୍ତ ଔଷଧ ବାହାରିନାହିଁ।

Related story