ମହାରାଷ୍ଟ୍ର ଓ ହରିଆଣାରେ କମିଲା ଭୋଟ ହାର, ଏବେ ଫଳାଫଳକୁ ଅପେକ୍ଷା

ନୂଆଦିଲ୍ଲୀ: ମହାରାଷ୍ଟ୍ର ଓ ହରିଆଣା ବିଧାନସଭା ପାଇଁ ଭୋଟ ଗ୍ରହଣ ଶେଷ ହୋଇଛି। ମହାରାଷ୍ଟ୍ର ବିଧାନସଭାର ୨୮୮ ଓ ହରିଆଣାର ୯୦ଟି ବିଧାନସଭା ଆସନରେ ପ୍ରାର୍ଥୀ ହୋଇଥିବା ବହୁ ଆଶାୟୀଙ୍କ ଭାଗ୍ୟ ଏବେ ଇଭିଏମରେ ସିଲ୍‌ ହୋଇଯାଇଛି। ଗୋଟିଏ ଦୁଇଟି ସ୍ଥାନରେ ଇଭିଏମ ତ୍ରୁଟିକୁ ଛାଡ଼ିଦେଲେ, ସମସ୍ତ ସ୍ଥାନରେ ଶାନ୍ତିଶୃଙ୍ଖଳାର ସହ ମତଦାନ ଶେଷ ହୋଇଛି। ଏବେ ୨୪ ତାରିଖରେ ଇଭିଏମ ଖୋଲିବା ସହ ଭୋଟ ଗଣତି ହେବ। ସେହିଦିନ ହିଁ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। […]

dc

Hemant Lenka
  • Published: Monday, 21 October 2019
  • , Updated: 21 October 2019, 08:12 PM IST

ନୂଆଦିଲ୍ଲୀ: ମହାରାଷ୍ଟ୍ର ଓ ହରିଆଣା ବିଧାନସଭା ପାଇଁ ଭୋଟ ଗ୍ରହଣ ଶେଷ ହୋଇଛି। ମହାରାଷ୍ଟ୍ର ବିଧାନସଭାର ୨୮୮ ଓ ହରିଆଣାର ୯୦ଟି ବିଧାନସଭା ଆସନରେ ପ୍ରାର୍ଥୀ ହୋଇଥିବା ବହୁ ଆଶାୟୀଙ୍କ ଭାଗ୍ୟ ଏବେ ଇଭିଏମରେ ସିଲ୍‌ ହୋଇଯାଇଛି। ଗୋଟିଏ ଦୁଇଟି ସ୍ଥାନରେ ଇଭିଏମ ତ୍ରୁଟିକୁ ଛାଡ଼ିଦେଲେ, ସମସ୍ତ ସ୍ଥାନରେ ଶାନ୍ତିଶୃଙ୍ଖଳାର ସହ ମତଦାନ ଶେଷ ହୋଇଛି।

ଏବେ ୨୪ ତାରିଖରେ ଇଭିଏମ ଖୋଲିବା ସହ ଭୋଟ ଗଣତି ହେବ। ସେହିଦିନ ହିଁ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ।

ଅନ୍ୟପକ୍ଷରେ ଏହି ଦୁଇ ରାଜ୍ୟରେ ୨୦୧୪ ତୁଳନାରେ ଭୋଟ ଗ୍ରହଣ ହାର ହ୍ରାସ ପାଇଛି। ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ସନ୍ଧ୍ୟା ୬ଟା ସୁଦ୍ଧା ମହାରାଷ୍ଟ୍ରରେ ୬୦.୫% ଭୋଟ ଗ୍ରହଣ ହୋଇଛି। ଧାର୍ଯ୍ୟ ସମୟ ପରେ ମଧ୍ୟ କିଛି ସ୍ଥାନରେ ଲୋକ ଧାଡ଼ିରେ ଛିଡ଼ା ହୋଇଥିବାରୁ ଆଗକୁ ଭୋଟ ପ୍ରତିଶତ ସାମାନ୍ୟ ବୃଦ୍ଧି ପାଇପାରେ।

୨୦୧୪ରେ ମହାରାଷ୍ଟ୍ରରେ ୬୩.୦୮% ଭୋଟିଂ ହୋଇଥିଲା। ଅର୍ଥାତ ଚଳିତ ବର୍ଷ ଭୋଟ ହାର ହ୍ରାସ ପାଇଛି। ସେହିପରି ହରିଆଣାରେ ସନ୍ଧ୍ୟା ୬ଟା ସୁଦ୍ଧା ୬୫% ଭୋଟ ଗ୍ରହଣ ହୋଇଥିଲା।

୨୦୧୪ରେ ଏଠାରେ ୭୫.୫୪% ଲୋକ ନିଜର ମତାଧିକାର ସାବ୍ୟସ୍ତ କରିଥିଲେ। ତେଣୁ ଏଠାରେ ମଧ୍ୟ ଭୋଟଦାନ ହାର ଯଥେଷ୍ଟ ହ୍ରାସ ପାଇଛି। ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ୪୪.୭୮% ଭୋଟିଂ ହୋଇଥିବା ବେଳେ ହରିଆଣାର ଗୁରୁଗ୍ରାମରେ ୫୧.୨୦% ଭୋଟିଂ ହୋଇଛି। ଗୁରୁଗ୍ରାମରେ ୨୦୧୪ରେ ୬୪.୧୧% ଭୋଟିଂ ହୋଇଥିଲା।

Related story