ନେପାଳୀଙ୍କ ଭଳି ଦିଶୁଥିବାରୁ ପାସ୍‌ପୋର୍ଟ ପାଇଲେନି ଦୁଇ ଭଉଣୀ

ଅମ୍ବାଲା: ନେପାଳୀଙ୍କ ଭଳି ଦିଶୁଥିବା ଦର୍ଶାଇ ଦୁଇ ଜଣ ଭଉଣୀଙ୍କୁ ପାସ୍‌ପୋର୍ଟରୁ ବଞ୍ଚିତ କରିଛନ୍ତି କର୍ତ୍ତୃପକ୍ଷ। ଏଭଳି ଅଭିଯୋଗ ହରିଆଣାରୁ ଆସିଛି। ଦୁଇ ଭଉଣୀ କେବଳ ନିଜ ମୁହଁର ଆକୃତି ପାଇଁ ଏଭଳି ହଇରାଣ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ କହିଛନ୍ତି, “ଆମେ ଯେତେବେଳେ ଚଣ୍ଡୀଗଡ଼ର ପାସ୍‌ପୋର୍ଟ ଅଫିସ୍ ଯାଇଥିଲୁ, ସେମାନେ ଆମ ମୁହଁକୁ ଅନାଇଲେ ଏବଂ ନେପାଳୀ ବୋଲି ଲେଖିଦେଲେ। ସେମାନେ ଆମକୁ ଜାତୀୟତାର ପ୍ରମାଣ ଦେବାକୁ କହିଲେ।” ସେ ଆହୁରି ମଧ୍ୟ କହିଛନ୍ତି, ଆମେ […]

Haryana

Subrat Kumar Nayak
  • Published: Thursday, 02 January 2020
  • , Updated: 02 January 2020, 05:00 PM IST

ଅମ୍ବାଲା: ନେପାଳୀଙ୍କ ଭଳି ଦିଶୁଥିବା ଦର୍ଶାଇ ଦୁଇ ଜଣ ଭଉଣୀଙ୍କୁ ପାସ୍‌ପୋର୍ଟରୁ ବଞ୍ଚିତ କରିଛନ୍ତି କର୍ତ୍ତୃପକ୍ଷ। ଏଭଳି ଅଭିଯୋଗ ହରିଆଣାରୁ ଆସିଛି। ଦୁଇ ଭଉଣୀ କେବଳ ନିଜ ମୁହଁର ଆକୃତି ପାଇଁ ଏଭଳି ହଇରାଣ ହୋଇଛନ୍ତି।

ସେମାନଙ୍କ ମଧ୍ୟରୁ ଜଣେ କହିଛନ୍ତି, “ଆମେ ଯେତେବେଳେ ଚଣ୍ଡୀଗଡ଼ର ପାସ୍‌ପୋର୍ଟ ଅଫିସ୍ ଯାଇଥିଲୁ, ସେମାନେ ଆମ ମୁହଁକୁ ଅନାଇଲେ ଏବଂ ନେପାଳୀ ବୋଲି ଲେଖିଦେଲେ। ସେମାନେ ଆମକୁ ଜାତୀୟତାର ପ୍ରମାଣ ଦେବାକୁ କହିଲେ।”

ସେ ଆହୁରି ମଧ୍ୟ କହିଛନ୍ତି, ଆମେ ଏହି ପ୍ରସଙ୍ଗକୁ ହରିଆଣାର ମନ୍ତ୍ରୀ ଅନୀଲ ଭିଜ୍‌ଙ୍କ ପାଖକୁ ଯିବାପରେ ପାସ୍‌ପୋର୍ଟ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଅମ୍ବାଲାର ଡେପୁଟୀ କମିଶନର କହିଛନ୍ତି ଅଶୋକ ଶର୍ମା, ପାସ୍‌ପୋର୍ଟ କର୍ତ୍ତୃପକ୍ଷ ଡକ୍ୟୁମେଣ୍ଟରେ ଲେଖିଥିଲେ ‘ଆବେଦନକାରୀ ନେପାଳୀଙ୍କ ଭଳି ଦିଶୁଛନ୍ତି’।

ଶର୍ମା କହିଛନ୍ତି, ଭଗତ ବାହାଦୁର ନାମକ ଜଣେ ବ୍ୟକ୍ତି ତାଙ୍କର ଦୁଇ ଝିଅ ସନ୍ତୋଷ ଏବଂ ହେନ୍ନାଙ୍କୁ ନେଇ ପାସ୍‌ପୋର୍ଟ ଅଫିସ୍ ଯାଇଥିଲେ। ସେମାନଙ୍କୁ ପାଶପୋର୍ଟ ପାଇଁ ମନା କରାଯାଇଥିଲା। ମୋ ନିକଟକୁ ଏହି ଅଭିଯୋଗ ଆସିବା ପରେ ମୁଁ ହସ୍ତକ୍ଷେପ କରିଥିଲି। ଏହାପରେ ସେମାନଙ୍କୁ ପାସ୍‌ପୋର୍ଟ ଅଫିସ୍ ଡକାଯାଇଥିଲା। ଖୁବଶୀଘ୍ର ପାସ୍‌ପୋର୍ଟ ତାଙ୍କ ପାଖରେ ପହଞ୍ଚିଯିବ।

Related story