ପ୍ରଥମରୁ ଦଶମ ବିନା ପରୀକ୍ଷାରେ ପାସ୍

ଚଣ୍ଡିଗଡ: ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ଯାଏ ସମସ୍ତ ଛାତ୍ରଛାତ୍ରୀଙ୍କୁ ବିନା ପରୀକ୍ଷାରେ ପାସ୍ କରି ଦେଇଛନ୍ତି ହରିଆଣା ସରକାର। କୌଣସି ଛାତ୍ର ଅଟକି ନରହିବା ଦରକାର ବୋଲି ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କହିଛନ୍ତି। କରୋନା ଭାଇରସର ସଂକ୍ରମଣକୁ ଦେଖି ସାରା ଦେଶ ଏବେ ଲକଡାଉନ୍ ରହିଛି। ସମସ୍ତ ସ୍କୁଲ ମଧ୍ୟ ବନ୍ଦ ରହିଛି। ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଖଟ୍ଟର କହିଛନ୍ତି, ବିଜ୍ଞାନ ପରୀକ୍ଷା ହୋଇନାହିଁ। ଅନ୍ୟ ସମସ୍ତ ବିଷୟରେ ଛାତ୍ରଛାତ୍ରୀ ରଖିଥିବା […]

manohar khattar

Subhransu Sekhar
  • Published: Monday, 06 April 2020
  • , Updated: 06 April 2020, 05:38 PM IST

ଚଣ୍ଡିଗଡ: ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ଯାଏ ସମସ୍ତ ଛାତ୍ରଛାତ୍ରୀଙ୍କୁ ବିନା ପରୀକ୍ଷାରେ ପାସ୍ କରି ଦେଇଛନ୍ତି ହରିଆଣା ସରକାର। କୌଣସି ଛାତ୍ର ଅଟକି ନରହିବା ଦରକାର ବୋଲି ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କହିଛନ୍ତି। କରୋନା ଭାଇରସର ସଂକ୍ରମଣକୁ ଦେଖି ସାରା ଦେଶ ଏବେ ଲକଡାଉନ୍ ରହିଛି। ସମସ୍ତ ସ୍କୁଲ ମଧ୍ୟ ବନ୍ଦ ରହିଛି।

ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଖଟ୍ଟର କହିଛନ୍ତି, ବିଜ୍ଞାନ ପରୀକ୍ଷା ହୋଇନାହିଁ। ଅନ୍ୟ ସମସ୍ତ ବିଷୟରେ ଛାତ୍ରଛାତ୍ରୀ ରଖିଥିବା ମାର୍କକୁ ଦେଖି ପାସ୍ କରି ଦିଆଯାଇଛି।

ସେହିପରି ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀ ଦ୍ୱାଦଶ ଶ୍ରେଣୀକୁ ଉନ୍ନୀତ ହୋଇଛନ୍ତି। ଗଣିତ ପାଇଁ ପରୀକ୍ଷା ଏପର୍ଯ୍ୟନ୍ତ ହୋଇନାହିଁ। ପରିସ୍ଥିତି ସ୍ୱାଭାବିକ ହେବା ପରେ ଗଣିତ ପରୀକ୍ଷା କରାଯିବ।

ସ୍କୁଲ ଖୋଲିବା ପରେ ସମସ୍ତେ ଉପର ଶ୍ରେଣୀରେ ଯାଇ ବସିବେ ବୋଲି ମନହର ଖଟ୍ଟର କହିଛନ୍ତି। ଦ୍ୱାଦଶ ଶ୍ରେଣୀର ଛାତ୍ରମାନଙ୍କ ବାବଦରେ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ଏନସିଇଆରଟି ମତାମତ ଦେବା ପରେ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି।

Related story