ଫି’ ଛାଡ଼ ବାବଦରେ ହାଇକୋର୍ଟ ନିଷ୍ପତ୍ତି ନେବେ

ନୂଆଦିଲ୍ଲୀ: ଘରୋଇ ସ୍କୁଲ ଫି’ ଛାଡ଼ ପ୍ରସଙ୍ଗରେ ସଂପୃକ୍ତ ରାଜ୍ୟର ହାଇକୋର୍ଟ ନିଷ୍ପତ୍ତି ନେବେ। ଓଡ଼ିଶା ସମେତ କିଛି ରାଜ୍ୟର ଅଭିଭାବକ ସଂଘ ତିନି ମାସର ସ୍କୁଲ ଫି’ ଛାଡ଼ କରିବାକୁ ଦାବି କରି ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲେ। ଶୁକ୍ରବାର ଏହି ପ୍ରସଙ୍ଗରେ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତି ଜଷ୍ଟିସ ଏସ.ଏ. ବୋବଡେଙ୍କ ନେତୃତ୍ୱରେ ଗଠିତି ତିନି ଜଣିଆ ଖଣ୍ଡପୀଠ ଚୂଡ଼ାନ୍ତ ନିଷ୍ପତ୍ତି ସଂପୃକ୍ତ ରାଜ୍ୟର ହାଇକୋର୍ଟ ନେବେ ବୋଲି କହିଛନ୍ତି। ପ୍ରତ୍ୟେକ ରାଜ୍ୟର […]

SupremeCourt

SupremeCourt

Subhransu Sekhar
  • Published: Friday, 10 July 2020
  • Updated: 10 July 2020, 04:10 PM IST

Sports

Latest News

ନୂଆଦିଲ୍ଲୀ: ଘରୋଇ ସ୍କୁଲ ଫି’ ଛାଡ଼ ପ୍ରସଙ୍ଗରେ ସଂପୃକ୍ତ ରାଜ୍ୟର ହାଇକୋର୍ଟ ନିଷ୍ପତ୍ତି ନେବେ। ଓଡ଼ିଶା ସମେତ କିଛି ରାଜ୍ୟର ଅଭିଭାବକ ସଂଘ ତିନି ମାସର ସ୍କୁଲ ଫି’ ଛାଡ଼ କରିବାକୁ ଦାବି କରି ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲେ। ଶୁକ୍ରବାର ଏହି ପ୍ରସଙ୍ଗରେ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ।

ପ୍ରଧାନ ବିଚାରପତି ଜଷ୍ଟିସ ଏସ.ଏ. ବୋବଡେଙ୍କ ନେତୃତ୍ୱରେ ଗଠିତି ତିନି ଜଣିଆ ଖଣ୍ଡପୀଠ ଚୂଡ଼ାନ୍ତ ନିଷ୍ପତ୍ତି ସଂପୃକ୍ତ ରାଜ୍ୟର ହାଇକୋର୍ଟ ନେବେ ବୋଲି କହିଛନ୍ତି। ପ୍ରତ୍ୟେକ ରାଜ୍ୟର ସ୍ଥିତି ଅଲଗା ଅଲଗା ରହିଥିବାରୁ ଏଭଳି ଶୁଣାଣି କରିଛନ୍ତି ପ୍ରଧାନ ବିଚରାପତି।

କରୋନା ପାଇଁ ଦେଶବ୍ୟାପୀ ସ୍କୁଲ ଓ କଲେଜ ବନ୍ଦ ରହିଛି। ଏହି ସମୟରେ ଘରୋଇ ସ୍କୁଲ ତିନି ମାସର ଫି’ ଛାଡ଼ କରିବା ଦରକାର ବୋଲି ଅଭିଭାବକ ସଂଘ ନିବେଦନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos