ବେଙ୍ଗାଲୁରୁ(ଓଡ଼ିଶା ରିପୋର୍ଟର): ଗ୍ରହ ଦୋଷ ଆଶଙ୍କା ଓ ଜ୍ୟୋତିଷ କଥା ମାନି ଦିନକୁ ପ୍ରାୟ ୩୫୦ କିଲୋମିଟର ଯିବା ଆସିବା କରୁଥିବା ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି କର୍ଣ୍ଣାଟକର ମନ୍ତ୍ରୀ HD ରେବଣା। ରେବଣା ହେଉଛନ୍ତି ମୁଖ୍ୟମନ୍ତ୍ରୀ HD କୁମାରସ୍ୱାମୀଙ୍କ ବଡ଼ ଭାଇ ଓ ସେ ପୂର୍ତ୍ତ ବିଭାଗର ମନ୍ତ୍ରୀ। ପ୍ରତି ଦିନ ସେ ନିଜ ନିର୍ବାଚନ ମଣ୍ଡଳୀ ହସନ ଜିଲ୍ଲାର ହୋଲେ ନାରାସିପୁରାରୁ ବେଙ୍ଗଳୁରୁ ଯିବା ଆସିବା କରୁଛନ୍ତି। ଚର୍ଚ୍ଚା ହୋଉଛି ଯେ, ଜ୍ୟୋତିଷ କଥା ମାନି ସେ ଏପରି କରୁଛନ୍ତି। ମନ୍ତ୍ରୀ ପଦ ଥିବା ଯାଏ ନିଜ ଘରେ ନ ରହିବାକୁ କୁଆଡ଼େ ଜ୍ୟୋତିଷ ତାଙ୍କୁ ପରାମର୍ଶ ଦେଇଥିଲେ। ନ ହେଲେ ଅଶୁଭ ହେବ ବୋଲି ସେ ସତର୍କବାଣୀ ଦେଇଥିଲେ। ମନ୍ତ୍ରୀ ଭାବେ ତାଙ୍କୁ ଏଯାଁଏ ସରକାରୀ ବାସଭବନ ମିଳି ନଥିବାରୁ ଜ୍ୟୋତିଷଙ୍କ ସତର୍କବାଣୀ ଅନୁସାରେ HD ରେବଣା ପ୍ରତିଦିନ ପ୍ରାୟ ସାଢ଼େ ୩ ଶହ କିଲୋମିଟର ଯିବା ଆସିବା କରୁଥିବା ଚର୍ଚ୍ଚା ହୋଇଥିଲା। ତେବେ ଏହାକୁ ସେ ଖଣ୍ଡନ କରିଛନ୍ତି। ତେବେ ଜ୍ୟୋତିଷ ଉପରେ ରେବଣାଙ୍କ ଅଖଣ୍ଡ ବିଶ୍ୱାସ ବୋଲି ଜଣାପଡ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଭୋଟ୍ ବେଳେ ବିଟ୍କଏନ୍ ଦୁର୍ନୀତିରେ ଫସିଲେ ଶରଦ ପାଓ୍ୱାରଙ୍କ ଝିଅ?
ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏନ୍ସିପି ନେତ୍ରୀ ସୁପ୍ରିୟା ସୁଲେ। ବିଜେପି ଜାରି କରିଥିବା ଅଡିଓ କ୍ଲିପ୍ରେ ତାଙ୍କର ନୁହଁ। ଏହା ମିଛ ବୋଲି କହିଛନ୍ତି।
National
ଭୋଟିଂ ବେଳେ ହଙ୍ଗାମା, ପୁଲିସ ଉପରକୁ ପଥରମାଡ଼
ଉପ-ନିର୍ବାଚନ ବେଳେ ଉତ୍ତେଜନା। ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୂରା ଅଞ୍ଚଳରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି।
National
କଲବଲ କରୁଛି ପ୍ରଦୂଷଣ: ଓ୍ୱାର୍କ ଫ୍ରମ୍ ହୋମ୍ ଲାଗୁ, ଅଫିସ୍ ଆସିବେ ୫୦% କର୍ମଚାରୀ
ବାୟରୁ ଗୁଣବତ୍ତା ୫୦୦ ପାର୍ କରିଛି। ଥଣ୍ଡା ଯେତିକି ବଢୁଛି ସେହି ହିସାବରେ ଦିଲ୍ଲୀର ବାୟୁ ବିଷାକ୍ତ ହୋଇ ଚାଲିଛି। ବିଷାକ୍ତ ବାୟୁ ଯୋଗୁ ଲେକଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହେବାରେ ଲାଗିଛି।
National
ବିବାହ ଉତ୍ସବରେ ଟଙ୍କା ବର୍ଷା; ଜେସିବି ଓ ଛାତ ଉପରୁ ଉଡ଼ାଇଦେଲେ ୨୦ ଲକ୍ଷ
ବର ପକ୍ଷର ବନ୍ଧୁ ପରିଜନ ଛାତ ଉପରେ ତଥା ଏକ ଜେସିବି ଉପରେ ଚଢ଼ି ପ୍ରାୟ ୨୦ ଲକ୍ଷ ଟଙ୍କା ଉଡ଼ାଇଥିବା ଜଣାଯାଇଛି।
National
ମଦ ଭାବି ପିଇ ଦେଲେ ଟଏଲେଟ୍ କ୍ଲିନର୍, ଚାଲିଗଲା ଜୀବନ
କାଚ ବୋତଲରେ ରଖାଯାଇଥିବା ଟଏଲେଟ୍ କ୍ଲିନର୍କୁ ମଦ ଭାବି ଜଣେ ୬୭ ବର୍ଷୀୟ ବୃଦ୍ଧ ପିଇବା ପରେ ତାଙ୍କର ମୃତ୍ୟୁ ହୋଇଛି।