କରୋନା ଅଟକାଇବାକୁ ମୁଁ ଈଶ୍ୱରଙ୍କୁ କହିଛି: ପୋପ୍‌

ଭାଟିକାନ୍‌ ସିଟି: କରୋନା ଭାଇରସ୍‌ର ଭୟାବହତାରେ ଅନ୍ତ ଘଟାଇବାକୁ ଈଶ୍ୱରଙ୍କୁ କହିଛନ୍ତି ବୋଲି ଖ୍ରୀଷ୍ଟିଆନ୍‌ ଧର୍ମଗୁରୁ ପୋପ୍‌ ଫ୍ରାନ୍ସିସ୍‌ ଆଜି ସୂଚନା ଦେଇଛନ୍ତି। ଏଥି ସହିତ ସେ କହିଛନ୍ତି, ଏହି ସମୟରେ ଲୋକେ ସଙ୍ଗରୋଧ ବା କ୍ୱାରେଣ୍ଟାଇନ୍‌ରେ ରହିବା ସହ ପରିବାର ପାଇଁ ସମୟ ଦେବା ଦରକାର। ନିଜ ପ୍ରିୟଜନଙ୍କୁ ହରାଇଥିବା ଲୋକଙ୍କୁ ସେ ସମ୍ବୋଧନ କରି କହିଛନ୍ତି, ପରିବାର ଲୋକଙ୍କ ସହ ଏବେ ଯଥେଷ୍ଟ ସମୟ ବିତାଇବା ଦରକାର। ନିଜେ ପୋପ୍‌ ମଧ୍ୟ ବର୍ତ୍ତମାନ ଥଣ୍ଡାରେ […]

Pope

Subrat Kumar Nayak
  • Published: Thursday, 19 March 2020
  • , Updated: 19 March 2020, 06:07 PM IST

ଭାଟିକାନ୍‌ ସିଟି: କରୋନା ଭାଇରସ୍‌ର ଭୟାବହତାରେ ଅନ୍ତ ଘଟାଇବାକୁ ଈଶ୍ୱରଙ୍କୁ କହିଛନ୍ତି ବୋଲି ଖ୍ରୀଷ୍ଟିଆନ୍‌ ଧର୍ମଗୁରୁ ପୋପ୍‌ ଫ୍ରାନ୍ସିସ୍‌ ଆଜି ସୂଚନା ଦେଇଛନ୍ତି। ଏଥି ସହିତ ସେ କହିଛନ୍ତି, ଏହି ସମୟରେ ଲୋକେ ସଙ୍ଗରୋଧ ବା କ୍ୱାରେଣ୍ଟାଇନ୍‌ରେ ରହିବା ସହ ପରିବାର ପାଇଁ ସମୟ ଦେବା ଦରକାର।

ନିଜ ପ୍ରିୟଜନଙ୍କୁ ହରାଇଥିବା ଲୋକଙ୍କୁ ସେ ସମ୍ବୋଧନ କରି କହିଛନ୍ତି, ପରିବାର ଲୋକଙ୍କ ସହ ଏବେ ଯଥେଷ୍ଟ ସମୟ ବିତାଇବା ଦରକାର। ନିଜେ ପୋପ୍‌ ମଧ୍ୟ ବର୍ତ୍ତମାନ ଥଣ୍ଡାରେ ପୀଡ଼ିତ ଅଛନ୍ତି। ସେ ରବିବାର ଚର୍ଚ୍ଚ ଯାଏ କରୋନା ଭାଇରସ୍‌ ବାବଦରେ ପ୍ରାର୍ଥନା କରିଥିଲେ।

ସେ ଏଭଳି ଘୋଷଣା ସେହି ସମୟରେ କରିଛନ୍ତି ଯେତେବେଳେ ଇଟାଲୀ କରୋନା ସହ ସବୁଠାରୁ ଭୟଙ୍କର ଲଢ଼େଇ ଲଢ଼ୁଛି। ଚାଇନା ବାହାରେ ସବୁଠାରୁ ଅଧିକ ପ୍ରଭାବିତ ଏହି ଦେଶରେ ବୁଧବାର ସୁଦ୍ଧା ୨,୯୭୮ ଜଣଙ୍କ ଜୀବନ ଯାଇଛି। ଗୁରୁବାର ଅଧିକ ଜୀବନ ଗଲେ ଏହା ଚାଇନା ସଂଖ୍ୟାକୁ ମଧ୍ୟ ବଳାଇ ଯିବ।

ଇଟାଲୀରେ ହିଁ ଏଭଳି ଲଗାତାର ଜୀବନ ଯିବାକୁ ନେଇ ବିଭିନ୍ନ କାରଣ ସାମ୍ନାକୁ ଆସୁଛି। ସେ ମଧ୍ୟରୁ ଗୋଟିଏ ହେଉଛି ଏଠାରେ ଅଧିକ ସଂଖ୍ୟାରେ ବୟସ୍କ ବ୍ୟକ୍ତି ବସବାସ କରନ୍ତି। ଏଠାରେ ମୃତକଙ୍କ ମଧ୍ୟରୁ ୮୭%ଙ୍କ ବୟସ ୭୦ରୁ ଅଧିକ। ସେମାନେ ପୂର୍ବରୁ ମଧୁମେହ ପରି ବହୁ ରୋଗରେ ପୀଡ଼ିତ ଥିବା ମଧ୍ୟ ଜଣାଯାଇଛି।

Related story