ମିଳିଲା ନାବାଳିକାଙ୍କ କ୍ଷତବିକ୍ଷତ ମୃତଦେହ, ଦୁଷ୍କର୍ମ ଅଭିଯୋଗ ଆଣିଲେ ପରିବାର

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ହାଥରସ ଘଟଣାକୁ ନେଇ ସାରା ଦେଶ ସ୍ତବ୍ଧ ହୋଇଯାଇଥିବା ବେଳେ ଏବେ ପୁଣିଥରେ ସମାନ ଧରଣର ଘଟଣା ସାମ୍ନାକୁ ଆସିଛି। ସେହି ଉତ୍ତର ପ୍ରଦେଶର ବାହାଦୋହି ଜିଲ୍ଲାରେ ଜଣେ ନାବାଳିକାଙ୍କ କ୍ଷୟକ୍ଷତି ମୃତଦେହ ମିଳିଛି। ତାଙ୍କ ମୁଣ୍ଡକୁ ପଥରରେ ଛେଚା ଯାଇଥିବା ବେଳେ ମୁହଁକୁ ସଂପୂର୍ଣ୍ଣ ଭାବେ ବିକୃତ କରିଦିଆଯାଇଛି। ତେବେ ପରିବାର ଲୋକ ନିଜ ଝିଅକୁ ଚିହ୍ନଟ କରିବା ସହ ତାଙ୍କ ସହ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ କରିଛନ୍ତି। ପ୍ରାଥମିକ ସୂଚନା […]

r

Hemant Lenka
  • Published: Thursday, 01 October 2020
  • , Updated: 01 October 2020, 08:30 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ହାଥରସ ଘଟଣାକୁ ନେଇ ସାରା ଦେଶ ସ୍ତବ୍ଧ ହୋଇଯାଇଥିବା ବେଳେ ଏବେ ପୁଣିଥରେ ସମାନ ଧରଣର ଘଟଣା ସାମ୍ନାକୁ ଆସିଛି। ସେହି ଉତ୍ତର ପ୍ରଦେଶର ବାହାଦୋହି ଜିଲ୍ଲାରେ ଜଣେ ନାବାଳିକାଙ୍କ କ୍ଷୟକ୍ଷତି ମୃତଦେହ ମିଳିଛି। ତାଙ୍କ ମୁଣ୍ଡକୁ ପଥରରେ ଛେଚା ଯାଇଥିବା ବେଳେ ମୁହଁକୁ ସଂପୂର୍ଣ୍ଣ ଭାବେ ବିକୃତ କରିଦିଆଯାଇଛି। ତେବେ ପରିବାର ଲୋକ ନିଜ ଝିଅକୁ ଚିହ୍ନଟ କରିବା ସହ ତାଙ୍କ ସହ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ କରିଛନ୍ତି।

ପ୍ରାଥମିକ ସୂଚନା ଅନୁଯାୟୀ, ଗୋପିଗଞ୍ଜ ପୁଲିସ୍‌ ଷ୍ଟେସନ ଅନ୍ତର୍ଗତ ଚକ୍ରାଜରମ ତିୱାରିପୁର ଗାଁରେ ହିଁ ନାବାଳିକା ଜଣଙ୍କ ରହୁଥିଲେ। ସେ ନିକଟସ୍ଥ ପଡ଼ିଆକୁ ଶୌଚ ପାଇଁ ଯାଇଥିବେ ବେଳେ ଅଜଣା ଦୁର୍ବୃତ୍ତମାନେ ତାଙ୍କୁ ଆକ୍ରମଣ କରିଥିଲେ।

ଦୁଷ୍କର୍ମ ପରେ ଦୁର୍ବୃତ୍ତମାନେ ଝିଅକୁ ହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ତେବେ ଶବବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଦୁଷ୍କର୍ମ ସମ୍ପର୍କରେ ପ୍ରକୃତ ତଥ୍ୟ ମିଳିବ ବୋଲି ପୁଲିସ୍‌ କହିଛି। ଖବର ପାଇ ପୁଲିସ, ଫରେନ୍ସିକ ଏକ୍ସପର୍ଟ ଓ କ୍ରାଇମବ୍ରାଞ୍ଚ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିଛନ୍ତି।

Related story