ଦେଶର ୧୭୦ ଜିଲ୍ଲା କରୋନା ହଟସ୍ପଟ ଭାବେ ଚିହ୍ନଟ, ୨୦୭ ନନ୍‌ ହଟସ୍ପଟ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଭାରତରେ କାୟା ବିସ୍ତାର କରିବାରେ ଲାଗିଛି। କରୋନା ଯୋଗୁ ମହାରାଷ୍ଟ୍ର ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଦିଲ୍ଲୀ, ତାମିଲନାଡୁ, ଆନ୍ଧ୍ର ପ୍ରଦେଶ, ରାଜସ୍ଥାନ ଓ ଉତ୍ତର ପ୍ରଦେଶ ସ୍ଥିତି ମଧ୍ୟ ସାଂଘାତିକ ହେବାରେ ଲାଗିଛି। ଏହି ସବୁ ସ୍ଥାନରୁ ସର୍ବାଧିକ କରୋନା ରୋଗୀ ଚିହ୍ନଟ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟା ମନ୍ତ୍ରଣାଳୟ ଦେଶରେ ମୋଟ ୧୭୦ଟି କରୋନା ହଟସ୍ପଟ ଜିଲ୍ଲା ଚିହ୍ନଟ କରିଛି। ସେହିପରି ୨୭୦ଟି ଜିଲ୍ଲାକୁ ନନ୍‌ […]

nb

Hemant Lenka
  • Published: Wednesday, 15 April 2020
  • , Updated: 15 April 2020, 05:33 PM IST

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଭାରତରେ କାୟା ବିସ୍ତାର କରିବାରେ ଲାଗିଛି। କରୋନା ଯୋଗୁ ମହାରାଷ୍ଟ୍ର ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଦିଲ୍ଲୀ, ତାମିଲନାଡୁ, ଆନ୍ଧ୍ର ପ୍ରଦେଶ, ରାଜସ୍ଥାନ ଓ ଉତ୍ତର ପ୍ରଦେଶ ସ୍ଥିତି ମଧ୍ୟ ସାଂଘାତିକ ହେବାରେ ଲାଗିଛି। ଏହି ସବୁ ସ୍ଥାନରୁ ସର୍ବାଧିକ କରୋନା ରୋଗୀ ଚିହ୍ନଟ ହେଉଛନ୍ତି।

ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟା ମନ୍ତ୍ରଣାଳୟ ଦେଶରେ ମୋଟ ୧୭୦ଟି କରୋନା ହଟସ୍ପଟ ଜିଲ୍ଲା ଚିହ୍ନଟ କରିଛି। ସେହିପରି ୨୭୦ଟି ଜିଲ୍ଲାକୁ ନନ୍‌ ହଟସ୍ପଟ ତାଲିକାରେ ରଖାଯାଇଛି। ଅର୍ଥାତ ଏଠାରେ ସଂକ୍ରମିତ ଆଶଙ୍କା କମ ଓ ଏହା ଗ୍ରୀନ ଜୋନରେ ରହିଛି।

ହଟସ୍ପଟ ଜିଲ୍ଲାର ଅର୍ଥ ପ୍ରତିଦିନ ଏଠାରେ ଅନେକ ଲୋକ କରୋନାରେ ଆକ୍ରାନ୍ତ ହେଉଛନ୍ତି। ନନ୍‌ ହଟସ୍ପଟ ଜିଲ୍ଲାର ଅର୍ଥ, ଏଠାରେ କରୋନା ରୋଗୀ ଅଛନ୍ତି, ହେଲେ ଏମାନଙ୍କ ସଂଖ୍ୟା ବହୁତ କମ ଓ ନୂଆ ରୋଗୀ ବହୁତ କମ ସାମ୍ନାକୁ ଆସୁଛନ୍ତି।

ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି, ବୁଧବାର କ୍ୟାବିନେଟ ସଚିବ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବ, ଡିଜିପି, ସ୍ୱାସ୍ଥ୍ୟ ସଚିବ, ଜିଲ୍ଲାପାଳ, ଏସପି, ପୌରପାଳିକା କମିଶନର ଓ ସିଏମଓମାନଙ୍କ ସହ ଭିଡିଓ କନଫରେନ୍ସିଂ କରିଛନ୍ତି। ଆଲୋଚନା ବେଳେ ହଟସ୍ପଟରେ କଣ୍ଟେନମେଣ୍ଟ ଷ୍ଟ୍ରାଟେଜୀ କେମିତି କାର୍ଯ୍ୟକାରୀ ହେଉଛି, ସେ ବିଷୟରେ ପ୍ରଚାରି ବୁଝିଥିଲେ।

କଣ୍ଟେନମେଣ୍ଟ ଷ୍ଟ୍ରାଟେଜୀ ଅନୁଯାୟୀ, ସଂକ୍ରମିତ ଅଞ୍ଚଳରେ ଏକ ସ୍ୱତନ୍ତ୍ର ଟିମ ଘରଘର ବୁଲି ଆକ୍ଟିଭ କେସକୁ ଠାବ କରିବେ। ଏହି ଅଞ୍ଚଳରେ ରହୁଥିବା ଲୋକମାନଙ୍କର ନମୁନା ପରୀକ୍ଷା କରାଯିବ। ସେମାନେ ବିଦେଶ ଯାଇଥାଆନ୍ତୁ କିମ୍ବା ସଂକ୍ରମିତ ବ୍ୟକ୍ତିଙ୍କ ଲୋକଙ୍କ ସଂସ୍ପର୍ଶରେ ଆସି ନଥିଲେ ବି ସେମାନଙ୍କର ପରୀକ୍ଷା କରାଯିବ।

କିଛି ଅଞ୍ଚଳରେ ରୋଗୀ ଚିହ୍ନଟ ହୋଇଛନ୍ତି। କିନ୍ତୁ ଏମାନଙ୍କ ସଂଖ୍ୟା କମ ଥିବାରୁ ସେଗୁଡ଼ିକୁ ହଟସ୍ପଟ ଭାବେ ଚିହ୍ନଟ କରାଯାଇନାହିଁ। ଭବିଷ୍ୟତରେ ସେଭଳି ଅଞ୍ଚଳକୁ ସମ୍ଭାବ୍ୟ ହଟସ୍ପଟ ଭାବେ ଚିହ୍ନଟ କରାଯିବ। ପ୍ରତିଜିଲ୍ଲାକୁ କୋଭିଡ-୧୯ କ୍ରାଇସିସ ମ୍ୟାନେଜମେଣ୍ଟ ପ୍ରସ୍ତୁତ କରାଯାଇଛି। ଗୋଟିଏ ଅଞ୍ଚଳରୁ ଆଉ ଗୋଟିଏ ଅଞ୍ଚଳକୁ ଏହା ଯେମିତି ନ ବ୍ୟାପିବ, ତା’ର ବ୍ୟବସ୍ଥା କରିବାକୁ କୁହାଯାଇଛି। ଯେଉଁ ଅଞ୍ଚଳରେ ନୂଆ ମାମଲା ଆସିବ, ସେହି ଅଞ୍ଚଳକୁ କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଚିହ୍ନଟ କରାଯିବ।

ସେହିପରି ଏହା ପାଖ ଅଞ୍ଚଳକୁ ବଫର ଜୋନ କୁହାଯିବ। ବର୍ତ୍ତମାନ ସେସବୁ ଅଞ୍ଚଳ ଉପରେ ଦୃଷ୍ଟି ରଖିବାକୁ ରାଜ୍ୟ ସରକାରମାନଙ୍କୁ କୁହାଯାଇଛି। ବିଭିନ୍ନ ରାଜ୍ୟମାନଙ୍କ ସହ ଆଲୋଚନା କରି ଦେଶରେ ମୋଟ ୧୭୦ଟି କରୋନା ହଟସ୍ପଟ ଚିହ୍ନଟ ହୋଇଛି। ଏଯାଏ ଦେଶରେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ। କେବଳ କିଛି ଅଞ୍ଚଳରେ କରୋନା ସଂକ୍ରମଣ ଅଧିକ ରହିଛି ବୋଲି ସେ କହିଛନ୍ତି।

Related story