ନୂଆ ନିୟମ: ହୋମ୍-କ୍ୱାରେଣ୍ଟାଇନରେ ରହିପାରିବେ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କରୋନା ଭୂତାଣୁ ସଂକ୍ରମିତଙ୍କ ପାଇଁ ତାଜା ନିର୍ଦ୍ଦେଶନାମା ଜାରି କରାଯାଇଛି। କରୋନା ସଂକ୍ରମଣର ପୂର୍ବ ଲକ୍ଷଣ କିମ୍ବା ସାମାନ୍ୟ ଲକ୍ଷଣ ଥିଲେ ହୋମ୍-କ୍ୱାରେଣ୍ଟାଇନ୍ ବା ଘରେ ଏକାନ୍ତବାସରେ କିପରି ରହିବେ ସେନେଇ କେତେକ ସ୍ୱତନ୍ତ୍ର ସୂଚନା ଦିଆଯାଇଛି। ବର୍ତ୍ତମାନ ଯେଉଁମାନଙ୍କ ନମୁନା କରୋନା ପଜିଟିଭ୍ ଆସୁଛି, ସେମାନଙ୍କୁ ତୁରନ୍ତ ସଙ୍ଗରୋଧ କରାଯାଇ ହସ୍ପିଟାଲ, କୋଭିଡ୍-୧୯ ଚିକିତ୍ସା ପାଇଁ ସ୍ୱତନ୍ତ୍ର ହସ୍ପିଟାଲ କିମ୍ବା ଓ୍ୱାର୍ଡରେ ଭର୍ତ୍ତି କରାଯାଉଛି। ଏହାସହ ମହାମାରୀ ଭୂତାଣୁର […]

Home Quarantine

Pragnya Choudhury
  • Published: Tuesday, 28 April 2020
  • , Updated: 28 April 2020, 02:28 PM IST

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କରୋନା ଭୂତାଣୁ ସଂକ୍ରମିତଙ୍କ ପାଇଁ ତାଜା ନିର୍ଦ୍ଦେଶନାମା ଜାରି କରାଯାଇଛି। କରୋନା ସଂକ୍ରମଣର ପୂର୍ବ ଲକ୍ଷଣ କିମ୍ବା ସାମାନ୍ୟ ଲକ୍ଷଣ ଥିଲେ ହୋମ୍-କ୍ୱାରେଣ୍ଟାଇନ୍ ବା ଘରେ ଏକାନ୍ତବାସରେ କିପରି ରହିବେ ସେନେଇ କେତେକ ସ୍ୱତନ୍ତ୍ର ସୂଚନା ଦିଆଯାଇଛି।

ବର୍ତ୍ତମାନ ଯେଉଁମାନଙ୍କ ନମୁନା କରୋନା ପଜିଟିଭ୍ ଆସୁଛି, ସେମାନଙ୍କୁ ତୁରନ୍ତ ସଙ୍ଗରୋଧ କରାଯାଇ ହସ୍ପିଟାଲ, କୋଭିଡ୍-୧୯ ଚିକିତ୍ସା ପାଇଁ ସ୍ୱତନ୍ତ୍ର ହସ୍ପିଟାଲ କିମ୍ବା ଓ୍ୱାର୍ଡରେ ଭର୍ତ୍ତି କରାଯାଉଛି। ଏହାସହ ମହାମାରୀ ଭୂତାଣୁର ସଂକ୍ରମଣର ଚେନ୍ ଭାଙ୍ଗିବା ଲାଗି ଚିକିତ୍ସା କରାଯାଉଛି। ତେବେ ଯେଉଁମାନଙ୍କଠାରେ ସଂକ୍ରମଣର ସାମାନ୍ୟ ଲକ୍ଷଣ ବା ପୂର୍ବ ଲକ୍ଷଣ ରହିଥିବ ସେମାନେ ନିଜ ଘରେ ଏକାନ୍ତବାସରେ ରହିବାର ସୁବିଧା ରହିଛି। ସେମାନେ ହସ୍ପିଟାଲ ନ ଆସି ମଧ୍ୟ ନିଜ ଘରେ ହୋମ୍-କ୍ୱାରେଣ୍ଟାଇନରେ ରହିପାରିବେ ବୋଲି ସରକାର କହିଛନ୍ତି। ତେବେ ଯେଉଁମାନେ ଘରେ ଏକାନ୍ତବାସରେ ରହିବେ, ସେମାନେ ନିଶ୍ଚିତ ଭାବେ ଏକ ଚୁକ୍ତିନାମା କରିବା ସହ ସରକାରୀ ଅଧିକାରୀଙ୍କ ତଦାରଖ ତଥା ଡାକ୍ତରଖାନା ସହ ଯୋଗାଯୋଗରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାବ୍ୟତୀତ ଆକ୍ରାନ୍ତଙ୍କୁ ସରକାରଙ୍କ 'ଆରୋଗ୍ୟ ସେତୁ' ଆପ୍ ଡାଉନଲୋଡ୍ କରିବା ସହ ସର୍ବଦା ଏହାକୁ ଆକ୍ଟିଭ୍ ରଖିବାକୁ ହେବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି।

କେଉଁ ମାନେ ହୋମ୍-କ୍ୱାରେଣ୍ଟାଇନ୍ ବା ଘରୋଇ ଏକାନ୍ତବାସରେ ରହିପାରିବେ?

  • କେବଳ ଡାକ୍ତରଙ୍କ ଦ୍ୱାରା ପରୀକ୍ଷଣ କରାଯାଇଥିବା ସଂକ୍ରମଣର ଅତି ମୃଦୁ ବା ସାମାନ୍ୟ ଲକ୍ଷଣ କିମ୍ବା ପୂର୍ବ ଲକ୍ଷଣ ଥିବା ରୋଗୀ ହିଁ ହୋମ୍ କ୍ୱାରେଣ୍ଟାଇନରେ ରହିପାରିବେ।
  • ଯେଉଁ ରୋଗୀଙ୍କଠାରେ ସଂକ୍ରମଣର ସାମାନ୍ୟ ଲକ୍ଷଣ ବା ପୂର୍ବ ଲକ୍ଷଣମାନ ରହିଛି ଏବଂ ତାଙ୍କ ଘରେ ପୃଥକବାସ ପାଇଁ ସୁବିଧା ବା ବ୍ୟବସ୍ଥା କରାଯାଇପାରିବ କେବଳ ସେମାନେ ଘରେ ଏକାନ୍ତବାସରେ ରହିପାରିବେ।
  • କୋଭିଡ୍-୧୯ ଆକ୍ରାନ୍ତଙ୍କ ସେବା କରିବାକୁ ଜଣେ ବ୍ୟକ୍ତି ୨୪ ଘଣ୍ଟା ଉପସ୍ଥିତ ରହିବା ଆବଶ୍ୟକ। ଏହାସହ ସମ୍ପୂର୍ଣ୍ଣ ଏକାନ୍ତବାସ ଅବଧିରେ ସେବା ପ୍ରଦାନକାରୀ ବ୍ୟକ୍ତି ହସ୍ପିଟାଲ ସହ ଯୋଗାଯୋଗରେ ରହିବେ।
  • ଆକ୍ରାନ୍ତଙ୍କ ସେବା କରୁଥିବା ବ୍ୟକ୍ତି ଏବଂ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତି ଡାକ୍ତରଙ୍କ ପରାମର୍ଶ କ୍ରମେ ଏବଂ ପ୍ରୋଟୋକଲ ଅନୁଯାୟୀ ହାଇଡ୍ରୋକ୍ସିକ୍ଲୋରୋକ୍ୱିଇନ୍ ପ୍ରୋଫିଲାକ୍ସିସ୍ ସେବନ କରିବା ଉଚିତ୍।
  • ସରକାରଙ୍କ 'ଆରୋଗ୍ୟ ସେତୁ' ଆପ୍ ନିଜ ମୋବାଇଲରେ ଡାଉନଲୋଡ୍ କରିବେ। ଏହାକୁ ମୋବାଇଲ ବ୍ଲୁ-ଟୁଥ୍ ଏବଂ ଓ୍ୱାଇ-ଫାଇ ମାଧ୍ୟମରେ ସର୍ବଦା ଆକ୍ଟିଭ୍ କରି ରଖିବାକୁ ହେବ।
  • ଆକ୍ରାନ୍ତଙ୍କ ନିଜ ସ୍ୱାସ୍ଥ୍ୟ ଉପରେ ନିୟମିତ ନଜର ରଖିବାରେ କୌଣସି ଆପତ୍ତି ନ ରଖିବା ସହ ଦାୟିତ୍ୱରେ ଥିବା ଜିଲ୍ଲା ସର୍ଭେଲାନ୍ସ ଅଫିସର ଏବଂ ସର୍ଭେଲାନ୍ସ ଟିମକୁ ସ୍ୱାସ୍ଥ୍ୟାବସ୍ଥାର ତାଜା ତଥ୍ୟ ଦେବାକୁ ପଡ଼ିବ।
  • ଆକ୍ରାନ୍ତ ଜଣକ ହୋମ୍-କ୍ୱାରେଣ୍ଟାଇନର ସମସ୍ତ ଗାଇଡଲାଇନ ସମ୍ପୂର୍ଣ୍ଣ ପାଳନ କରିବେ ବୋଲି ଏକ ଅଣ୍ଡରଟେକିଂ ବା ଚୁକ୍ତି କରିବେ।

କେତେବେଳେ ଆକ୍ରାନ୍ତଙ୍କୁ ମେଡିକାଲ୍ ସେବା ଆବଶ୍ୟକ?

ନିଜେ ଆକ୍ରାନ୍ତ ଏବଂ ତାଙ୍କୁ ସେବା କରୁଥିବା ବ୍ୟକ୍ତି ସଦାସର୍ବଦା ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିବା ଉଚିତ। ତେବେ କୌଣସି ଲକ୍ଷଣ ବୃଦ୍ଧି ପାଇଲେ, ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ନିମ୍ନଲିଖିତ ପରିସ୍ଥିତିରେ ଆପଣଙ୍କୁ ଡାକ୍ତରୀ ତଦାରଖ ଆବଶ୍ୟକ।

  • ଶ୍ୱାସ ନେବା ବେଳେ ଯନ୍ତ୍ରଣା ବା ଅସହଜ ଅନୁଭବ କରିବା।
  • ଛାତିରେ ଚାପ ବା ଯନ୍ତ୍ରଣା ଅନୁଭବ କରିବା।
  • ମାନସିକ ଦ୍ୱନ୍ଦ୍ୱ ସୃଷ୍ଟି ହେବା କିମ୍ବା ଜାଗ୍ରତ ହେବାରେ ଅକ୍ଷମତା ଦେଖାଦେବା।
  • ମୁହଁ କିମ୍ବା ଓଠର ରଙ୍ଗ ପରିବର୍ତ୍ତନ ହେବା।
  • ମେଡିକାଲ ଅଫିସରଙ୍କ ପରାମର୍ଶ ଅନୁସାରେ।

କେତେବେଳେ ଏକାନ୍ତବାସ ଶେଷ କରିପାରିବେ?

  • କେବଳ ପରୀକ୍ଷଣ ଦ୍ୱାରା ସଂକ୍ରମିତ ନ ଥିବା ଜଣାପଡ଼ିବା ପରେ ଏବଂ ଲ୍ୟାବ୍ ଟେଷ୍ଟ ପରେ ସର୍ଭେଲାନ୍ସ ଅଫିସରଙ୍କ ନିର୍ଦ୍ଦେଶକ୍ରମେ ଆକ୍ରାନ୍ତ ଜଣକ ହୋମ୍ କ୍ୱାରେଣ୍ଟାଇନରୁ ମୁକ୍ତ ହୋଇପାରିବେ।

Related story