କେଜ୍ରିଓ୍ୱାଲଙ୍କୁ ଶୁଭେଚ୍ଛା ଜଣାଇ ଫସିଗଲେ ହାର୍ଦ୍ଦିକ ପଟେଲ୍
ଅହମଦାବାଦ: ଗୁଜରାଟର ପଟିଦାର ନେତା ହାର୍ଦ୍ଦିକ ପଟେଲ ୧୮ ଜାନୁଆରୀରୁ ନିଖୋଜ ରହିଛନ୍ତି। ଏହାକୁ ନେଇ ଗୁଜରାଟ ପୁଲିସ ବିରୋଧରେ ବର୍ଷିଥିଲେ ହାର୍ଦ୍ଦିକଙ୍କ ସ୍ତ୍ରୀ କିଞ୍ଜଲ ପଟେଲ। କିନ୍ତୁ ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ପରେ କେଜ୍ରିଓ୍ୱାଲଙ୍କୁ ଟୁଇଟ୍ କରି ଶୁଭେଚ୍ଛା ଜଣାଇବା ପରେ ହାର୍ଦ୍ଦିକ ପଟେଲ ଏବଂ ତାଙ୍କ ସ୍ତ୍ରୀ କିଞ୍ଜଲ ପଟେଲଙ୍କ ପୋଲ୍ ଖୋଲିଯାଇଛି।
बधाई… बधाई… एक बार फिर बधाई। दिल्ली की जनता और मुख्यमंत्री अरविंद केजरीवाल जी को हार्दिक बधाई। @ArvindKejriwal pic.twitter.com/1MGrt1pJ2C
— Hardik Patel (@HardikPatel_) February 12, 2020
ହାର୍ଦ୍ଦିକ ନିଖୋଜ ରହିଥିବା ନେଇ ତାଙ୍କ ସ୍ତ୍ରୀ ଅଭିଯୋଗ ଆଣିବା ପରେ ଗୁଜରାଟ ସରକାରଙ୍କୁ ନେଇ ଅନେକ ପ୍ରଶ୍ନ ଉଠିଥିଲା। କାରଣ ହାର୍ଦ୍ଦିକ ନିଖୋଜ ହେବା ପଛରେ ଗୁଜରାଟ ସରକାରର ଭୂମିକା ରହିଛି ବୋଲି କିଞ୍ଜଲ ଅଭିଯୋଗ ଆଣିଥିଲେ। ହାର୍ଦ୍ଦିକଙ୍କ ବିରୋଧରେ ମିଛ ମାମଲା ଯୋଡ଼ି ସରକାରଙ୍କ ତରଫରୁ ନିର୍ଯାତନା ଦିଆଯାଉଛି ବୋଲି ସେ କହିଥିଲେ। ତେବେ ଏଭଳି ଅଭିଯୋଗକୁ ଖଣ୍ଡନ କରିଥିଲେ ଗୁଜୁରାଟ ପୁଲିସ ମହାନିର୍ଦ୍ଦେଶକ ଶିବାନନ୍ଦ ଝା।
ସୂଚନାଯୋଗ୍ୟ, ହାର୍ଦ୍ଦିକଙ୍କ ବିରୋଧରେ ୨୦ରୁ ଅଧିକ ମାମଲା ରହିଛି। ଅଧିକାଂଶ ମାମଲା ଦେଶଦ୍ରୋହ ଏବଂ ଅଶାନ୍ତି ସୃଷ୍ଟି କରିବା ଉଦ୍ଦେଶ୍ୟରେ ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।