୪୭.୫ ଡିଗ୍ରୀ ତାତିରେ ସିଝିଲା ଚୁରୁ, ୨୮ ଯାଏ ରେଡ ଆଲର୍ଟ

ଜୟପୁର: ସମଗ୍ର ଦେଶରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ବିଶେଷ କରି ଉତ୍ତର ଭାରତରେ ଖରା ଅସହ୍ୟ ହୋଇ ପଡ଼ିଛି। ଆସନ୍ତା ୨୮ ତାରିଖ ଯାଏ ତାତିରୁ ଲୋକଙ୍କୁ ଆଶ୍ୱସ୍ତି ମିଳିବାର ସମ୍ଭାବନା ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ରାଜସ୍ଥାନର ଚୁରୁରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି। ଏଠାରେ ପାରଦ ୪୭.୫ ଡିଗ୍ରୀ ସେଲସିୟସ ରହିଥିଲା। ଏହାବାଦ ରାଜଧାନୀ ଜୟପୁରରେ ବି ଗରମ ପ୍ରବଳ ଅନୁଭୂତ ହୋଇଛି। ଏହାକୁ ଦୃଷ୍ଟିରରେ […]

gd

Hemant Lenka
  • Published: Monday, 25 May 2020
  • , Updated: 25 May 2020, 08:43 PM IST

ଜୟପୁର: ସମଗ୍ର ଦେଶରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ବିଶେଷ କରି ଉତ୍ତର ଭାରତରେ ଖରା ଅସହ୍ୟ ହୋଇ ପଡ଼ିଛି। ଆସନ୍ତା ୨୮ ତାରିଖ ଯାଏ ତାତିରୁ ଲୋକଙ୍କୁ ଆଶ୍ୱସ୍ତି ମିଳିବାର ସମ୍ଭାବନା ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ରାଜସ୍ଥାନର ଚୁରୁରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି। ଏଠାରେ ପାରଦ ୪୭.୫ ଡିଗ୍ରୀ ସେଲସିୟସ ରହିଥିଲା। ଏହାବାଦ ରାଜଧାନୀ ଜୟପୁରରେ ବି ଗରମ ପ୍ରବଳ ଅନୁଭୂତ ହୋଇଛି। ଏହାକୁ ଦୃଷ୍ଟିରରେ ରଖି ପାଣିପାଗ ବିଭାଗ ଆସନ୍ତା ୩ ଦିନ ପାଇଁ ଏଠାରେ ହିଟୱେଭ ସତର୍କ ସୂଚନା ଜାରି କରିଛି। ଦିନକୁ ଦିନ ତାପାମାତ୍ରା ବଢ଼ୁଥିବାରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଲୋକଙ୍କୁ ଘରେ ରହିବା ପାଇଁ ପରାମର୍ଶ ଦେଇଛନ୍ତି।

ଅନ୍ୟପକ୍ଷରେ ଦିଲ୍ଲୀ, ରାଜସ୍ଥାନ, ହରିଆଣା, ପଞ୍ଜାବ ଓ ଉତ୍ତର ପ୍ରଦେଶର କିଛି ଅଂଶରେ ଗ୍ରୀଷ୍ମ ପ୍ରବାହ ପାଇଁ ଭାରତୀୟ ପାଣିପାଗ ବିଭାଗ ହିଟ୍‌ୱେଭ ସତର୍କ ସୂଚନା ଜାରି କରିଛି।

ବିଶେଷ କରି ଆସନ୍ତାକାଲି ତାପମାତ୍ରା ସବୁଠାରୁ ଅଧିକ ରହିବ ବୋଲି ପୂର୍ବାନୁମାନ କରାଯାଇଛି। ତେବେ ୨୯ ଓ ୩୦ ତାରିଖରେ ଧୂଳିଝଡ଼ ସହ ବର୍ଷା ହେବାର ସମ୍ଭାବନା ଥିବାରୁ ଲୋକଙ୍କୁ ଅସହ୍ୟ ତାତିରୁ ସାମାନ୍ୟ ଆଶ୍ୱସ୍ତ ମିଳିପାରେ ବୋଲି ବିଭାଗ କହିଛି।

Related story