ପାକିସ୍ତାନକୁ ବିପଦ ତରଳୁଥିବା ଗ୍ଲାସିୟର

ଶିସ୍ପର ଗ୍ଲାସିୟର: ପାକିସ୍ତାନର ହାସନାବାଦ୍‌ ନାମକ ଏକ ଗାଁରେ ଏବେ ଭୟର ବାତାବରଣ। କାରଣ ଶିସ୍ପର ଗ୍ଲାସିୟରରୁ ସୃଷ୍ଟ ଏକ ନଦୀ ଏହି ଗାଁ ଆଡ଼କୁ ମାଡ଼ି ଆସିବାରେ ଲାଗିଛି। ଗ୍ଲାସିୟର ତରଳିବାକୁ ଆରମ୍ଭ କରିଥିବାରୁ ଏହି ବିପଦ ବଢ଼ିବାରେ ଲାଗିଛି। ଏହି ବିପଦର ଭୟାବହତା ଏପରି ଥିଲା ଶହ ଶହ ବୃହତ ବରଫ ଖଣ୍ଡ ଏହି ଉପତ୍ୟକା ଉପରକୁ ସାଧାରଣ ବେଗଠାରୁ ୧୦ ଗୁଣା ବେଗରେ ମାଡ଼ିଆସୁଛି। ଜଳବାୟୁ ପରିବର୍ତ୍ତନର ଏହା ଅନ୍ୟତମ ବଡ଼ ଉଦାହରଣ। […]

Glasier

Subrat Kumar Nayak
  • Published: Friday, 10 January 2020
  • , Updated: 10 January 2020, 04:30 PM IST

ଶିସ୍ପର ଗ୍ଲାସିୟର: ପାକିସ୍ତାନର ହାସନାବାଦ୍‌ ନାମକ ଏକ ଗାଁରେ ଏବେ ଭୟର ବାତାବରଣ। କାରଣ ଶିସ୍ପର ଗ୍ଲାସିୟରରୁ ସୃଷ୍ଟ ଏକ ନଦୀ ଏହି ଗାଁ ଆଡ଼କୁ ମାଡ଼ି ଆସିବାରେ ଲାଗିଛି। ଗ୍ଲାସିୟର ତରଳିବାକୁ ଆରମ୍ଭ କରିଥିବାରୁ ଏହି ବିପଦ ବଢ଼ିବାରେ ଲାଗିଛି। ଏହି ବିପଦର ଭୟାବହତା ଏପରି ଥିଲା ଶହ ଶହ ବୃହତ ବରଫ ଖଣ୍ଡ ଏହି ଉପତ୍ୟକା ଉପରକୁ ସାଧାରଣ ବେଗଠାରୁ ୧୦ ଗୁଣା ବେଗରେ ମାଡ଼ିଆସୁଛି।

ଜଳବାୟୁ ପରିବର୍ତ୍ତନର ଏହା ଅନ୍ୟତମ ବଡ଼ ଉଦାହରଣ। ଏପରି ପରିବର୍ତ୍ତନ କାରଣରୁ ବିଶ୍ୱର ବିଭିନ୍ନ ଗ୍ଲାସିୟର ତରଳିବାକୁ ଆରମ୍ଭ କରିଛି। ଉତ୍ତର ପାକିସ୍ତାନର କାରାକୋରମ୍‌ ପର୍ବତମାଳାରା ଥିବା ଶିସ୍ପର ଗ୍ଲାସିୟର ମଧ୍ୟ ଏହି କାରଣରୁ ତରଳିବାକୁ ଆରମ୍ଭ କରିଛି। ତେବେ ଏହି କାରଣରୁ ବରଫ ଖଣ୍ଡ ଖସିବା ସେଠାକାର ଲୋକ ଏବଂ ଘରଗୁଡ଼ିକ ପାଇଁ ଚିନ୍ତାର କାରଣ ପାଲଟିଛି। ପଶୁମାନଙ୍କ ପାଇଁ ମଧ୍ୟ ଏହା ବିପଦ ବୋଲି କୁହାଯାଉଛି।

ପାକିସ୍ତାନ ୟୁଏନ୍‌ଡିପି ପକ୍ଷରୁ କୁହାଯାଇଛି, “ଯେତେବେଳେ ଗ୍ଲାସିୟର ତରଳେ ଏହା କେବଳ ବରଫ ଖଣ୍ଡ ଖସାଏନି, ପାଣି ଆସେ ଏବଂ କାଦୁଅ ମାଡ଼ିଆସେ। ଏହା ବାଟରେ ଯାହା ପଡ଼େ ସବୁ ଧ୍ୱଂସ କରିଦିଏ।”

Related story