ନୂଆଦିଲ୍ଲୀ: ପ୍ରକୃତି ବିଭୋର କରେ, ଆନମନା କରେ ଏବଂ ଭାବୁକକୁ କବିରେ ପରିଣତ କରିଦିଏ। ଏହା ସତରେ ପ୍ରମାଣିତ କରିଛି ମାମଲ୍ଲାପୁରମ୍ ଉପକୂଳ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କବିରେ ପରିଣତ କରିଦେଇଛି ଏଠାକାର ପ୍ରକୃତି। ମୋଦି ଏହି କବିତାକୁ ନେଇ କହିଛନ୍ତି, ସେ ସମୁଦ୍ର ସହିତ କଥା ହେବା ଭିତରେ ହଜିଯାଇଥିଲେ।
https://twitter.com/narendramodi/status/1183308048120582144
ସେ କହିଛନ୍ତି, ଏହି ବାର୍ତ୍ତାଳପରେ ମୋ ଅନୁଭବର ପୃଥିବୀ ରହିଥିଲା। ମୁଁ ଏସବୁକୁ ଆପଣମାନଙ୍କୁ ଏକ କବିତା ଆକାରରେ ପ୍ରକାଶ କରୁଛି।
୮ ପାରାଗ୍ରାଫ୍ ବିଶିଷ୍ଟ ଏହି କବିତାରେ ମୋଦି ସମୁଦ୍ର ସହ ସୂର୍ଯ୍ୟ, ତରଙ୍ଗ ଏବଂ ଏହାର ଯନ୍ତ୍ରଣା ବାବଦରେ ଲେଖିଛନ୍ତି। ସୂଚନାଯୋଗ୍ୟ ଯେ, ମୋଦି ସି ଜିନ୍ପିଙ୍ଗଙ୍କୁ ଭେଟିବା ପାଇଁ ଏହି ଐତିହ୍ୟ ସହରରେ ବେଶ୍ କିଛି ସମୟ କାଟିଥିବାବେଳେ ସେଥିରୁ ପ୍ରମୁଖ ଥିଲା ସମୁଦ୍ର ସ୍ଥାନ। ସେ ଏହି ସମୁଦ୍ର କୂଳରେ ପଲିଥିନ୍ ଗୋଟାଉଥିବାର ଭିଡିଓ ପୂର୍ବରୁ ଭାଇରାଲ ହୋଇଥିଲା। ଆଉ ବର୍ତ୍ତମାନ ସେ ପ୍ରକୃତିକୁ କିଭଳି ଦୃଷ୍ଟିରେ ଦେଖନ୍ତି ଏବଂ ଭାବବିହ୍ୱଳ ହୁଅନ୍ତି ତାହା ବର୍ଣ୍ଣନା କରିଛନ୍ତି।
https://twitter.com/narendramodi/status/1183219001998172160
ସେ ସମୁଦ୍ରକୂଳରେ ଏକ ଆକ୍ୟୁପ୍ରେସର ସାମଗ୍ରୀ ସହ ଅନ୍ୟ ଏକ ଟ୍ୱିଟ୍ କରିଛନ୍ତି। ସେ କହିଛନ୍ତି, ମୋତେ ସମସ୍ତେ ପଚାରୁଛନ୍ତି ମୁଁ ହାତରେ କ’ଣ ଧରିଛି। ଏଇଟା ଗୋଟେ ଆକ୍ୟୁପ୍ରେସର ରୋଲର। ମୁଁ ବେଳେବେଳେ ଏହାକୁ ବ୍ୟବହାର କରେ, ଏହା ବେଶ୍ କାମରେ ଆସେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।