୨୦୧୯-୨୦ ଅନ୍ତରୀଣ ବଜେଟ୍‌ର ମୁଖ୍ୟାଂଶ

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଲୋକସଭାରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଅନ୍ତରୀଣ ବଜେଟ୍ ଉପସ୍ଥାପନ ହୋଇସାରିଛି। ଏହି କାମଚଳା ବଜେଟ୍‌ରେ ସାଧାରଣ ବର୍ଗର ଲୋକଙ୍କୁ ଖୁସି କଲା ଭଳି ମାତ୍ରାଧିକ ପ୍ରୟାସ କରାଯାଇଛି। ଏଠାରେ ପଢ଼ନ୍ତୁ ଏହାର କିଛି ହାଇଲାଇଟ୍‌ସ: – ୨ ହେକ୍ଟର ବା ତା’ଠାରୁ କମ୍‌ ଜମି ଥିବା ଚାଷୀଙ୍କୁ ପ୍ରଧାନମନ୍ତ୍ରୀ କିଷାନ ସମୃଦ୍ଧି ନିଧି ଯୋଜନାରେ ବର୍ଷକୁ ମିଳିବ ୬ ହଜାର ଟଙ୍କା। – ଅଣସଂଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକଙ୍କୁ ୬୦ ବର୍ଷ […]

6

Subrat Kumar Nayak
  • Published: Friday, 01 February 2019
  • , Updated: 01 February 2019, 04:52 PM IST

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଲୋକସଭାରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଅନ୍ତରୀଣ ବଜେଟ୍ ଉପସ୍ଥାପନ ହୋଇସାରିଛି। ଏହି କାମଚଳା ବଜେଟ୍‌ରେ ସାଧାରଣ ବର୍ଗର ଲୋକଙ୍କୁ ଖୁସି କଲା ଭଳି ମାତ୍ରାଧିକ ପ୍ରୟାସ କରାଯାଇଛି। ଏଠାରେ ପଢ଼ନ୍ତୁ ଏହାର କିଛି ହାଇଲାଇଟ୍‌ସ:

  • - ୨ ହେକ୍ଟର ବା ତା’ଠାରୁ କମ୍‌ ଜମି ଥିବା ଚାଷୀଙ୍କୁ ପ୍ରଧାନମନ୍ତ୍ରୀ କିଷାନ ସମୃଦ୍ଧି ନିଧି ଯୋଜନାରେ ବର୍ଷକୁ ମିଳିବ ୬ ହଜାର ଟଙ୍କା।
  • - ଅଣସଂଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକଙ୍କୁ ୬୦ ବର୍ଷ ପରେ ମିଳିବ ୩୦୦୦ ଟଙ୍କା ମାସିକ ପେନ୍‌ସନ। (ପ୍ରଧାନମନ୍ତ୍ରୀ ଶ୍ରମ-ଯୋଗୀ ମନଧନ ଯୋଜନା)
  • - ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟରେ ଲାଗୁହେବ ନାହିଁ ବ୍ୟକ୍ତିଗତ ଆୟକର। ଏହା ପୂର୍ବରୁ ଏହାର ସୀମା ୨.୫ ଲକ୍ଷ ଟଙ୍କା ଥିଲା।
  • -ଡାକଘର ଓ ବ୍ୟାଙ୍କ ସଂଚୟ ଜମାର ସୁଧ ଉପରେ ଟିଡିଏସ୍ ସୀମା ୧୦ ହଜାରରୁ ୪୦ ହଜାର ଟଙ୍କାକୁ ବୃଦ୍ଧି
  • - ମାହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ମନରେଗା)ରେ ଖର୍ଚ୍ଚ ହେବ ୬୦ ହଜାର କୋଟି
  • - ଗ୍ରାମାଞ୍ଚଳରେ ସଡ଼କ ନିର୍ମାଣ ପ୍ରକ୍ରିୟାକୁ ବୃଦ୍ଧି କରିବା ପାଇଁ ଖର୍ଚ୍ଚ ହେବ ୧୯ ହଜାର କୋଟି ଟଙ୍କା
  • - ୨୦୧୯ ମାର୍ଚ୍ଚ ଶେଷ ସୁଦ୍ଧା ଦେଶର ସବୁ ଘରେ ଜଳିବ ବିଜୁଳି ଆଲୁଅ
  • - ଦେଶରେ ୨୨ତମ ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ(ଏମ୍ସ) ହରିୟାଣାରେ ପ୍ରତିଷ୍ଠା ହେବ
  • - ଗୋ- ସମ୍ପଦ ସୁରକ୍ଷା ତଥା ଏହାର ବିକାଶ ପାଇଁ ପ୍ରତିଷ୍ଠା ହେବ ରାଷ୍ଟ୍ରୀୟ କାମଧେନୁ ଆୟୋଗ
  • - ୫ ବର୍ଷରେ ସରକାର ଗଠନ କରିବେ ୧ ଲକ୍ଷ ଡିଜିଟାଲ ଗ୍ରାମ
  • - ରେଳ ଭିତ୍ତିଭୂମି ଆଦି ପାଇଁ ଖର୍ଚ୍ଚ ହେବ ୧.୬ ଲକ୍ଷ କୋଟି ଟଙ୍କା
  • - ଦିଲ୍ଲୀରୁ ବନାରସ ମଧ୍ୟରେ ଚାଲିବ ‘ବନ୍ଦେ ଭାରତ ହାଇସ୍ପିଡ୍ ଏକ୍ସପ୍ରେସ୍’

Related story