ହିମାଚଳ ପ୍ରଦେଶ ନିର୍ବାଚନକୁ ନେଇ ସରଗରମ ରାଜନୀତି

ନୂଆଦିଲ୍ଲୀ:ହିମାଚଳ ପ୍ରଦେଶ ନିର୍ବାଚନକୁ ନେଇ ସରଗରମ ରାଜ୍ୟ ରାଜନୀତି। ପ୍ରମୁଖ ବିରୋଧୀ ଦଳ ବିଜେପି ଏବଂ କଂଗ୍ରେସ ନିର୍ବାଚନୀ ପ୍ରଚାରକୁ ଜୋରଦାର କରିବାରେ ଲାଗିପଡ଼ିଛନ୍ତି। ଆଜି ବିଜେପି ଷ୍ଟାର ପ୍ରଚାରକ ତଥା ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ।  ଦୁଇ ଦିନିଆ ଗସ୍ତ ଅବସରରେ ୧୫ରୁ ଅଧିକ ରାଲିକୁ ସମ୍ବୋଧନ କରିବେ ଶାହ।  ଆଜି ହିମାଚଳର ବାଟଖେଟ୍ ଏବଂ ଚାଲୱାରାରେ ସାଧାରଣ ଜନତାଙ୍କୁ ସମ୍ବୋଧନ କରିଛନ୍ତି ଶାହ।  ଦଳ ନିର୍ବାଚନରେ ଦୁର୍ନୀତିକୁ ମୁଖ୍ୟ  […]

mandi-759-1

Rakesh Mallick
  • Published: Monday, 30 October 2017
  • , Updated: 30 October 2017, 08:01 PM IST

ନୂଆଦିଲ୍ଲୀ:ହିମାଚଳ ପ୍ରଦେଶ ନିର୍ବାଚନକୁ ନେଇ ସରଗରମ ରାଜ୍ୟ ରାଜନୀତି। ପ୍ରମୁଖ ବିରୋଧୀ ଦଳ ବିଜେପି ଏବଂ କଂଗ୍ରେସ ନିର୍ବାଚନୀ ପ୍ରଚାରକୁ ଜୋରଦାର କରିବାରେ ଲାଗିପଡ଼ିଛନ୍ତି।

ଆଜି ବିଜେପି ଷ୍ଟାର ପ୍ରଚାରକ ତଥା ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ।  ଦୁଇ ଦିନିଆ ଗସ୍ତ ଅବସରରେ ୧୫ରୁ ଅଧିକ ରାଲିକୁ ସମ୍ବୋଧନ କରିବେ ଶାହ।  ଆଜି ହିମାଚଳର ବାଟଖେଟ୍ ଏବଂ ଚାଲୱାରାରେ ସାଧାରଣ ଜନତାଙ୍କୁ ସମ୍ବୋଧନ କରିଛନ୍ତି ଶାହ।  ଦଳ ନିର୍ବାଚନରେ ଦୁର୍ନୀତିକୁ ମୁଖ୍ୟ  ପ୍ରସଙ୍ଗ କରିଛି।  ମୁଖ୍ୟମନ୍ତ୍ରୀ ବିରଭଦ୍ର ସିଂହଙ୍କ ଉପରେ ଲାଗିଥିବା ଦୁର୍ନୀତି ଅଭିଯୋଗକୁ ଢାଲ କରିଛି ବିଜେପି । ସେପଟେ କଂଗ୍ରେସ ରାଜ୍ୟର ବିକାଶକୁ  ମୁଖ୍ୟ ପ୍ରସଙ୍ଗ କରିଛି।  ୬୮ ଆସନ ବିଶିଷ୍ଟ ହିମାଚଳ ପ୍ରଦେଶ ନିର୍ବାଚନ ଆସନ୍ତା ୯ ନଭେମ୍ବରରେ ହେବ ।

Related story