ବାପାଙ୍କ ସହ ପରିବା ବିକ୍ରି କରୁଥିଲେ, ଏବେ ବୋର୍ଡ ପରୀକ୍ଷାରେ ଟପ୍ପର ହେଲେ

ପାଟନା: ଅଦମ୍ୟ ଇଚ୍ଛାଶକ୍ତି ଓ ଦୃଢ଼ ମନୋବଳ ଆଗରେ କିଛି ବି ସମ୍ଭବ। ଯଦି ଜୀବନରେ କିଛି କରିବାର ଲକ୍ଷ୍ୟ ରଖି ଜଣେ ଆଗକୁ ବଢ଼ିବ, ତା’ହେଲେ ଯେତେ ପ୍ରତିକୂଳ ପରିସ୍ଥିତି ଆସିଲେ ବି ସେ କେବେ ହେଲେ ହାର ମାନିବ ନାହିଁ। ଏକଥାକୁ ପ୍ରମାଣିତ କରି ଦେଖାଇଛନ୍ତି ବିହାରର ଜଣେ ୧୦ମ ଶ୍ରେଣୀ ଛାତ୍ର।। ଆଜି ବିହାରରେ ୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷା ରେଜଲ୍ଟ ପ୍ରକାଶ ପାଇଛି। ଏଥର ଛାତ୍ରମାନେ ମ୍ୟାଟ୍ରିକ ପରୀକ୍ଷାରେ ଦବଦବା ଦେଖାଇଛନ୍ତି। […]

dfs

Hemant Lenka
  • Published: Tuesday, 26 May 2020
  • , Updated: 26 May 2020, 04:37 PM IST

ପାଟନା: ଅଦମ୍ୟ ଇଚ୍ଛାଶକ୍ତି ଓ ଦୃଢ଼ ମନୋବଳ ଆଗରେ କିଛି ବି ସମ୍ଭବ। ଯଦି ଜୀବନରେ କିଛି କରିବାର ଲକ୍ଷ୍ୟ ରଖି ଜଣେ ଆଗକୁ ବଢ଼ିବ, ତା’ହେଲେ ଯେତେ ପ୍ରତିକୂଳ ପରିସ୍ଥିତି ଆସିଲେ ବି ସେ କେବେ ହେଲେ ହାର ମାନିବ ନାହିଁ। ଏକଥାକୁ ପ୍ରମାଣିତ କରି ଦେଖାଇଛନ୍ତି ବିହାରର ଜଣେ ୧୦ମ ଶ୍ରେଣୀ ଛାତ୍ର।।

ଆଜି ବିହାରରେ ୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷା ରେଜଲ୍ଟ ପ୍ରକାଶ ପାଇଛି। ଏଥର ଛାତ୍ରମାନେ ମ୍ୟାଟ୍ରିକ ପରୀକ୍ଷାରେ ଦବଦବା ଦେଖାଇଛନ୍ତି। ଏହିକ୍ରମରେ ରେହତସର ନାଥୱାର ଜନତା ହାଇସ୍କୁଲର ହିମାଂଶୁ ରାଜ ପରୀକ୍ଷାରେ ଟପ୍ପର ହୋଇଛନ୍ତି। ହିମାଂଶୁ ପରୀକ୍ଷାରେ ୯୬.୨୦% ମାର୍କ ରଖିଛନ୍ତି। ତାଙ୍କୁ ୪୮୧ ନମ୍ବର ମିଳିଛି। ୪୮୦ ମାର୍କ ରଖି ଦ୍ୱିତୀୟ ସ୍ଥାନରେ ଦୁର୍ଗେଶ କୁମାର ରହିଛନ୍ତି।

ତେବେ ଟପ୍ପର ହେବା ହିମାଂଶୁଙ୍କ ପକ୍ଷେ ସହଜ ନଥିଲା। ହିମାଂଶୁ କହିଛନ୍ତି ଯେ କୋଚିଂ ନେବା ସହିତ ତାଙ୍କ ବାପା ମଧ୍ୟ ତାଙ୍କୁ ପାଠପଢ଼ାଉ ଥିଲେ। ପ୍ରତିଦିନ ସେ ୧୪ ଘଣ୍ଟା ପାଠପଢ଼ୁ ଥିଲେ। ହିମାଂଶୁ କହିଛନ୍ତି ଯେ ସେ ସଫ୍ଟୱେୟାର ଇଞ୍ଜିନିୟର ହେବାକୁ ଚାହୁଁଛନ୍ତି। ଏଥିପାଇଁ ସେ ଆହୁରି କଠିନ ପରିଶ୍ରମ କରିବେ ବୋଲି କହିଛନ୍ତି।

ହିମାଂଶୁଙ୍କ ବାପା ଜଣେ ଚାଷୀ। ତାଙ୍କର କୌଣସି ନିଜସ୍ୱ ଚାଷ ଜମି ନାହିଁ। ସେ ଅନ୍ୟର ଜମି ନେଇ ଚାଷ କରିବା ସହ ନିଜ ପରିବାର ଚଳାନ୍ତି। ଅନେକ ସମୟରେ ଆର୍ଥିକ ସଙ୍କଟ ଯୋଗୁ ହିମାଂଶୁଙ୍କ ଶିକ୍ଷାଦାନ ପ୍ରତି ବିପଦ ସୃଷ୍ଟି ହୋଇଥିଲା। ତଥାପି ସେ ହାର ନ ମାନି ପାଠପଢ଼ା ଜାରି ରଖିଥିଲେ।

ସ୍ଥିତି ଏପରି ହୋଇଥିଲା ସେ ବାପାଙ୍କ ସହିତ ବଜାରରେ ପନିପରିବା ବିକ୍ରି କରୁଥିଲେ। ପରିବା ବିକ୍ରି କରିବାକୁ ସେ ବଜାର ଯାଉଥିଲେ ହେଁ ଏହାର ପ୍ରଭାବ ତାଙ୍କ ପାଠପଢ଼ା ଉପରେ ଆଦୌ ପଡ଼ୁନଥିଲା। ବାପାଙ୍କୁ ସହଯୋଗ କରିସାରିବା ପରେ ସେ ପୂର୍ବଭଳି ମନଲଗାଇ ପଢ଼ୁଥିଲେ। ଶେଷରେ ସେ ବୋର୍ଡ ପରୀକ୍ଷାରେ ଟପ୍ପର ହୋଇ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।

ଅନ୍ୟପକ୍ଷରେ ବିହାରରେ ଚଳିତ ବର୍ଷ ୮୦.୫୯% ପିଲା ପାସ କରିଛନ୍ତି। ଗତବର୍ଷ ଏହା ୮୦.୭୩% ରହିଥିଲା। ମୋଟ ୧୪,୯୪,୦୭୧ ଜଣ ଦଶମ ପରୀକ୍ଷା ଦେଇଥିଲେ। ଏଥିରୁ ୧୨,୦୪,୦୩୦ ଜଣ ପାସ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪,୦୩, ୩୯୨ ପ୍ରଥମ ଡିଭିଜନରେ ପାସ କରିଛନ୍ତି।

Related story