ନୋଟରେ ଗାନ୍ଧିଙ୍କ ବଦଳରେ ସଭରକରଙ୍କ ଫଟୋ ଛାପିବାକୁ ଦାବି

ମୀରଟ: ଆରଏସ୍‌ଏସ୍‌ ସହ ସିଧାସଳଖ ସମ୍ପର୍କ ରଖିଥିବା ଅଖିଳ ଭାରତୀୟ ହିନ୍ଦୁ ମହାସଭା ପକ୍ଷରୁ ଏବେ ଏକ ଅଜବ ଦାବି ଉପସ୍ଥାପନ କରାଯାଇଛି। ଭାରତୀୟ ମୁଦ୍ରାରେ ଦେଶର ପିତା ମହାତ୍ମା ଗାନ୍ଧିଙ୍କ ଫଟୋକୁ ହଟାଇ ସଭରକରଙ୍କ ଫଟୋ ଛାପିବାକୁ ଏହି ସଂଗଠନ ଦାବି କରିଛି। ଏଥିସହ ସଭରକରଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିବାକୁ ମଧ୍ୟ ହିନ୍ଦୁ ମହାସଭା ଦାବି କରିଛି। ସଭରକରଙ୍କ ଜୟନ୍ତୀ ସମାରୋହରେ ହିନ୍ଦୁ ମହାସଭାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଣ୍ଡିତ ଅଶୋକ ଶର୍ମା ଏବଂ […]

p

Hemant Lenka
  • Published: Tuesday, 28 May 2019
  • , Updated: 28 May 2019, 05:44 PM IST

ମୀରଟ: ଆରଏସ୍‌ଏସ୍‌ ସହ ସିଧାସଳଖ ସମ୍ପର୍କ ରଖିଥିବା ଅଖିଳ ଭାରତୀୟ ହିନ୍ଦୁ ମହାସଭା ପକ୍ଷରୁ ଏବେ ଏକ ଅଜବ ଦାବି ଉପସ୍ଥାପନ କରାଯାଇଛି। ଭାରତୀୟ ମୁଦ୍ରାରେ ଦେଶର ପିତା ମହାତ୍ମା ଗାନ୍ଧିଙ୍କ ଫଟୋକୁ ହଟାଇ ସଭରକରଙ୍କ ଫଟୋ ଛାପିବାକୁ ଏହି ସଂଗଠନ ଦାବି କରିଛି।

ଏଥିସହ ସଭରକରଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିବାକୁ ମଧ୍ୟ ହିନ୍ଦୁ ମହାସଭା ଦାବି କରିଛି। ସଭରକରଙ୍କ ଜୟନ୍ତୀ ସମାରୋହରେ ହିନ୍ଦୁ ମହାସଭାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଣ୍ଡିତ ଅଶୋକ ଶର୍ମା ଏବଂ ପ୍ରଦେଶ ମୁଖପାତ୍ର ଅଭିଷେକ ଅଗ୍ରୱାଲ ସଭରକରଙ୍କୁ ଭାରତ ରତ୍ନ ଦେବାକୁ ଦାବି କରି କହିଛନ୍ତି, “ସଭରକରଙ୍କ ଭାରତ ଗଠନ ପାଇଁ ଅବଦାନ ଅତୁଳନୀୟ। ତାଙ୍କୁ ଭାରତ ରତ୍ନ ଦେଇ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ଦେବା ଉଚିତ।

ଏହା ସହ ଭାରତୀୟ ମୁଦ୍ରାରେ ମହାତ୍ମା ଗାନ୍ଧିଙ୍କ ଫଟୋକୁ ହଟାଇ ସଭରକରଙ୍କ ଫଟୋ ଲଗାଯିବା ଦରକାର। କାରଣ ସେ ଦେଶ ପାଇଁ ନିଃସ୍ୱାର୍ଥପର ଭାବେ କାର୍ଯ୍ୟ କରି ଆସିଥିଲେ।”

ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସଭରକରଙ୍କ ଜୟନ୍ତୀରେ ଟ୍ୱିଟ କରି ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସେ କହିଥିଲେ, “ରାଷ୍ଟ୍ର ନିର୍ମାଣ ପାଇଁ ସଭରକର ବହୁ ଲୋକଙ୍କୁ ପ୍ରେରଣା ଦେଇଛନ୍ତି। ବୀର ସଭରକର ଏକ ମଜଭୁତ ଭାରତ ଗଠନ ପାଇଁ ସମସ୍ତଙ୍କ ମଧ୍ୟରେ ସାହସ ଭରିଥିଲେ।”

Related story