ରାଇଗଞ୍ଜ ଗାଁରେ ହିନ୍ଦୁଙ୍କୁ ଭୋଟ ଦେବା ମନା

କୋଲକାତା: ପଶ୍ଚିମବଙ୍ଗର ରାଇଗଞ୍ଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଏକ ଗାଁରେ ଆଜି ଅଭାବନୀୟ ଘଟଣା ଘଟିଛି। ଆଜି ଏଠାରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ପାଇଁ ମତଦାନ ଗ୍ରହଣ ହୋଇଛି। ତେବେ ଏହି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଏକ ଗାଁରେ ହିନ୍ଦୁ ଭୋଟ୍‌ରମାନଙ୍କୁ ଜୋରଜବରଦସ୍ତ କରି ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବାକୁ ଦିଆଯାଇନାହିଁ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଏହି ଗାଁରେ ଥିବା ହିନ୍ଦୁ ଭୋଟରମାନେ ଆଜି ଭୋଟ ଦେବାକୁ ନିକଟସ୍ଥ ବୁଥକୁ ଯାଉଥିଲେ। ଏହି ସମୟରେ ଅନ୍ୟ ଏକ ଧର୍ମର […]

c

Hemant Lenka
  • Published: Thursday, 18 April 2019
  • , Updated: 18 April 2019, 07:06 PM IST

କୋଲକାତା: ପଶ୍ଚିମବଙ୍ଗର ରାଇଗଞ୍ଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଏକ ଗାଁରେ ଆଜି ଅଭାବନୀୟ ଘଟଣା ଘଟିଛି। ଆଜି ଏଠାରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ପାଇଁ ମତଦାନ ଗ୍ରହଣ ହୋଇଛି। ତେବେ ଏହି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଏକ ଗାଁରେ ହିନ୍ଦୁ ଭୋଟ୍‌ରମାନଙ୍କୁ ଜୋରଜବରଦସ୍ତ କରି ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବାକୁ ଦିଆଯାଇନାହିଁ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଏହି ଗାଁରେ ଥିବା ହିନ୍ଦୁ ଭୋଟରମାନେ ଆଜି ଭୋଟ ଦେବାକୁ ନିକଟସ୍ଥ ବୁଥକୁ ଯାଉଥିଲେ। ଏହି ସମୟରେ ଅନ୍ୟ ଏକ ଧର୍ମର ଲୋକମାନେ ସେମାନଙ୍କୁ ଅଟକାଇ ଥିଲେ। ସେମାନେ ହିନ୍ଦୁ ଲୋକଙ୍କୁ ମାଡ଼ ମାରିବା ସହ ସେମାନଙ୍କ ଭୋଟର ପରିଚୟପତ୍ର ଛଡ଼ାଇ ନେଇଥିଲେ। ଏହି ହିନ୍ଦୁ ଭୋଟରମାନେ ବିଜେପିକୁ ଭୋଟ ଦେବାକୁ ଯୋଜନା କରୁଥିବାରୁ ସେମାନଙ୍କ ଉପରେ ଏଭଳି ଅତ୍ୟାଚାର ହୋଇଥିବା ଅଭିଯୋଗ ହୋଇଛି।

ଟିଭି ନ୍ୟୁଜ ଚ୍ୟାନେଲ 'ଟାଇମ୍ସ ନାଓ'ର ପ୍ରତିନିଧି ଭୋଟ ଦେବାରୁ ବଞ୍ଚିତ ହୋଇଥିବା ଲୋକଙ୍କ ସହ କଥା ହୋଇ ପ୍ରକୃତ ସତ ସାମ୍ନାକୁ ଆଣିଛନ୍ତି। ଏହି ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଏହି ଗାଁରେ ମୁସଲିମ୍‌ଙ୍କ ସଂଖ୍ୟା ସର୍ବାଧିକ। ଏଠାରେ ହିନ୍ଦୁ ଧର୍ମର ଲୋକ ସଂଖ୍ୟାଲଘୁ ସମ୍ପ୍ରଦାୟ ହେବାର ମାନ୍ୟତା ପାଇଛନ୍ତି। ଆଜି ହିନ୍ଦୁ ଲୋକମାନେ ଭୋଟ ଦେବାକୁ ଯାଉଥିବା ବେଳେ ସେମାନଙ୍କୁ ଅଧା ରାସ୍ତାରେ ଅଟକାଇ ଦିଆଯାଇଥିଲା।

ଜଣେ ବ୍ୟକ୍ତି କହିଛନ୍ତି, “ଆଜି ମୁଁ ଭୋଟ ଦେବାକୁ ଯାଉଥିବା ବେଳେ ୪ରୁ ୫ ଜଣ ମୁସଲିମ ଲୋକ ମୋତେ ଅଟକାଇଥିଲେ। ସେମାନେ ମୋତେ ମାଡ଼ ମାରିବା ସହ ମୋ ସାଇକେଲକୁ ଭାଙ୍ଗି ଦେଇଥିଲେ। ସେମାନେ ମୋତେ ବିଜେପି ସମର୍ଥକ ବୋଲି କହି ସେଠାରୁ ଚାଲିଯିବାକୁ ଧମକ ମଧ୍ୟ ଦେଇଥିଲେ।”

ଟାଇମ୍ସ ନାଓ ପ୍ରତିନିଧି ଏହିପରି ଏକାଧିକ ଲୋକଙ୍କୁ ଭେଟିଥିଲେ। ସମସ୍ତେ ସେମାନଙ୍କ ପରିଚୟପତ୍ର ଦେଖାଇଥିଲେ ହେଁ କାହା ଅଙ୍ଗୁଳିରେ ଭୋଟ୍‌ ଦେବା ସମୟରେ ଲଗାଯାଉଥିବା କାଳିର ଦାଗ ନଥିଲା। ଏହି ଘଟଣାକୁ ନେଇ ପଶ୍ଚିମବଙ୍ଗ ବିଜେପି ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଛି।

Related story