୨୦୦ ବର୍ଷର ମସଜିଦ୍‌ରେ ହିନ୍ଦୁ ପଢ଼ୁଛନ୍ତି ନମାଜ, ଗାଁରେ ନାହାନ୍ତି ଜଣେ ବି ମୁସଲିମ୍‌

ପାଟନା: ଦେଶରେ ଧର୍ମକୁ ନେଇ ବିଭେଦ ସୃଷ୍ଟି କରିବା ପାଇଁ କିଛି ଖଳ ପ୍ରକୃତିର ଲୋକ ଓ ଗୋଷ୍ଠୀ ଅପପ୍ରୟାସ କରୁଥିବାବେଳେ କିଛି ସ୍ଥାନର ସକାରାତ୍ମକ ଖବର ସବୁବେଳେ ପ୍ରେରଣା ଦେଇଆସିଛି। ଉପାସନା ଯେ ସବୁବେଳେ ଜଗତମଙ୍ଗଳକାରୀ ଏବଂ ଉପାସନାସ୍ଥଳ ଭାଇଚାରା ସୃଷ୍ଟି ପାଇଁ ସୁଯୋଗ ଦେଇଥାଏ ତାହା ପ୍ରମାଣିତ ହୋଇଛି ବିହାରର ଏକ ଗାଁରେ। ବିହାରର ନାଳନ୍ଦା ଜିଲ୍ଲାର ୨୦୦ ବର୍ଷ ପୂରୁଣା ଏକ ମସଜିଦ୍‌ର ଦାୟିତ୍ୱ ନେଉଛନ୍ତି ହିନ୍ଦୁ। ମାଧି ନାମକ ଏହି ଗାଁର […]

masjid

Subrat Kumar Nayak
  • Published: Sunday, 08 September 2019
  • , Updated: 08 September 2019, 04:46 PM IST

ପାଟନା: ଦେଶରେ ଧର୍ମକୁ ନେଇ ବିଭେଦ ସୃଷ୍ଟି କରିବା ପାଇଁ କିଛି ଖଳ ପ୍ରକୃତିର ଲୋକ ଓ ଗୋଷ୍ଠୀ ଅପପ୍ରୟାସ କରୁଥିବାବେଳେ କିଛି ସ୍ଥାନର ସକାରାତ୍ମକ ଖବର ସବୁବେଳେ ପ୍ରେରଣା ଦେଇଆସିଛି। ଉପାସନା ଯେ ସବୁବେଳେ ଜଗତମଙ୍ଗଳକାରୀ ଏବଂ ଉପାସନାସ୍ଥଳ ଭାଇଚାରା ସୃଷ୍ଟି ପାଇଁ ସୁଯୋଗ ଦେଇଥାଏ ତାହା ପ୍ରମାଣିତ ହୋଇଛି ବିହାରର ଏକ ଗାଁରେ। ବିହାରର ନାଳନ୍ଦା ଜିଲ୍ଲାର ୨୦୦ ବର୍ଷ ପୂରୁଣା ଏକ ମସଜିଦ୍‌ର ଦାୟିତ୍ୱ ନେଉଛନ୍ତି ହିନ୍ଦୁ।

ମାଧି ନାମକ ଏହି ଗାଁର ଲୋକଙ୍କ ଉଦାରବାଦ ଚିନ୍ତାଧାରା ଦେଶର ହଜାର ହଜାର ଲୋକଙ୍କ ପାଇଁ ପ୍ରେରଣା ଦେଉଛି। ଏଠାରେ ଦିନକୁ ୫ ଥର ନମାଜ ପଢ଼ାହୁଏ। କିନ୍ତୁ ବ୍ୟତିକ୍ରମ ହେଉଛି, କେବଳ ହିନ୍ଦୁ ହିଁ ନମାଜରେ ସାମିଲ ହୁଅନ୍ତି। ଜଣେ ଗ୍ରାମବାସୀ କହିବା ଅନୁଯାୟୀ, ଆମେ ଅଜାନ୍‌ ଜାଣିନାହୁଁ, କିନ୍ତୁ ପ୍ରତିଦିନ ପେନ୍‌ଡ୍ରାଇଭ୍‌ ଲଗାଇ ଏହି ପ୍ରଥା ଚାଲୁ ରହିଛି।

ଗାଁ ଲୋକଙ୍କ କହିବା ଅନୁଯାୟୀ, ଏଠାରେ ପୂର୍ବରୁ ବୃହତ୍‌ ସଂଖ୍ୟାରେ ମୁସଲିମ୍‌ ରହୁଥିଲେ। କିନ୍ତୁ ପରେ ସେଠାରୁ ଅନ୍ୟ ସ୍ଥାନକୁ ପଳାଇଯାଇଛନ୍ତି। ପରେ ସେମାନଙ୍କ ସଂଖ୍ୟା ପୂରା କମିଯିବାରୁ ଏହି ମସ୍‌ଜିଦ୍‌ର ଦାୟିତ୍ୱ ନେବାକୁ କେହି ନଥିଲେ। ତେଣୁ ହିନ୍ଦୁମାନେ ଆଗେଇ ଆସିଥିଲେ।

ଏହା କିଏ ନିର୍ମାଣ କରାଇଥିଲେ କେହି ଜାଣନ୍ତିନାହିଁ। ଏହି ମସ୍‌ଜିଦ୍‌ ପ୍ରତିଦିନ ସଫା କରାଯାଏ ଏବଂ ସକାଳେ ଓ ସନ୍ଧ୍ୟାରେ ପ୍ରାର୍ଥନା ହୁଏ। କାହାର କିଛି ଅସୁବିଧା ହେଲେ ଲୋକେ ଏଠାକୁ ପ୍ରାର୍ଥନା ପାଇଁ ଆସନ୍ତି।

Related story