ପୁଣି ଇତିହାସ ରଚିଲା ଆମେରିକା

ଫ୍ଲୋରିଡ଼ା: ଆମେରିକାର ସ୍ପେସ୍ ଏଜେନ୍ସି ‘ନାସା’ ଏବଂ ଘରୋଇ ସ୍ପେସ୍ ଏଜେନ୍ସି ‘ସ୍ପେକ୍ସଏକ୍ସ’ ମିଳିତ ଭାବେ ଲଞ୍ଚ୍ କରିଛନ୍ତି ‘ହ୍ୟୁମାନ୍ ସ୍ପେସ୍ ମିଶନ’। ୯ ବର୍ଷ ଧରି ଗବେଷଣା କରିବା ପରେ ଶେଷରେ ଇତିହାସ ରଚିଛନ୍ତି ଆମେରିକାର ଏହି ଦୁଇ ସ୍ପେସ୍ ଏଜେନ୍ସି। ଫ୍ଲୋରିଡାର କେପ୍‌ କନଭାରାଲରେ ଥିବା ଜନ୍ ଏଫ୍ କେନେଡି ସ୍ପେସ୍ ସେଣ୍ଟରରୁ ନାସା-ସ୍ପେସ୍ଏକ୍ସ ଡେମୋ-୨ ମିଶନ ସଫଳତାର ସହ ମହାକାଶକୁ ପଠାଯାଇଛି। US President Donald Trump arrives at Kennedy Space […]

space x

Subhransu Sekhar
  • Published: Sunday, 31 May 2020
  • , Updated: 31 May 2020, 10:53 AM IST

ଫ୍ଲୋରିଡ଼ା: ଆମେରିକାର ସ୍ପେସ୍ ଏଜେନ୍ସି ‘ନାସା’ ଏବଂ ଘରୋଇ ସ୍ପେସ୍ ଏଜେନ୍ସି ‘ସ୍ପେକ୍ସଏକ୍ସ’ ମିଳିତ ଭାବେ ଲଞ୍ଚ୍ କରିଛନ୍ତି 'ହ୍ୟୁମାନ୍ ସ୍ପେସ୍ ମିଶନ'। ୯ ବର୍ଷ ଧରି ଗବେଷଣା କରିବା ପରେ ଶେଷରେ ଇତିହାସ ରଚିଛନ୍ତି ଆମେରିକାର ଏହି ଦୁଇ ସ୍ପେସ୍ ଏଜେନ୍ସି। ଫ୍ଲୋରିଡାର କେପ୍‌ କନଭାରାଲରେ ଥିବା ଜନ୍ ଏଫ୍ କେନେଡି ସ୍ପେସ୍ ସେଣ୍ଟରରୁ ନାସା-ସ୍ପେସ୍ଏକ୍ସ ଡେମୋ-୨ ମିଶନ ସଫଳତାର ସହ ମହାକାଶକୁ ପଠାଯାଇଛି।

https://twitter.com/ANI/status/1266806892820492288

ଆମେରିକୀୟ ସମୟ ଅନୁଯାୟୀ, ରାତି ୩.୨୨ ରେ ଏହି ରକେଟ୍ ଉତକ୍ଷେପଣ କରାଯାଇଥିଲା। ଏହା ସହିତ ୨ ମହାକାଶଚାରୀ ରବର୍ଟ ବେହେଙ୍କେନ୍ ଏବଂ ଡଗଲାସ୍ ହର୍ଲି ଡ୍ରାଗନ୍ ସ୍ପେସକ୍ରାଫ୍ଟ ମାଧ୍ୟମରେ ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ (ଆଇଏସ୍ଏସ୍) କୁ ଯାଇଛନ୍ତି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ମିଶନ ଆରମ୍ଭ ବେଳେ ଫ୍ଲୋରିଡାର କେନେଡି ସ୍ପେସ୍ ସେଣ୍ଟରରେ ଉପସ୍ଥିତ ଥିଲେ।

ନାସା ଆଡମିନିଷ୍ଟ୍ରେଟର ଜିମ ବ୍ରାଇଡେନଷ୍ଟାଇନ ଏକ ଟୁଇଟରେ କହିଛନ୍ତି ଯେ ୯ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଆମେ ଆମେରିକୀୟ ରକେଟ୍ ମାଧ୍ୟମରେ ଆମେରିକାରୁ ଆମେରିକୀୟ ମହାକାଶଚାରୀଙ୍କୁ ପଠାଇଛୁ।

https://twitter.com/NASA/status/1266812660374528001

ସେ ଲେଖିଛନ୍ତି ଯେ, ମୁଁ ନାସା ଏବଂ ସ୍ପେସ୍ ଏକ୍ସ ଟିମ୍ ପାଇଁ ଗର୍ବିତ। ଏଭଳି ସଫଳତା ଆମ ସମସ୍ତଙ୍କ ପାଇଁ ନିଆରା ଅନୁଭୂତି। ଯେତେବେଳେ ଆପଣ ଏହି ଟିମକୁ ଏହି ରକେଟରେ ଦେଖନ୍ତି (ଫାଲକନ୍ ୯) ଏହା ଏକ ଭିନ୍ନ ପ୍ରକାରର ଅନୁଭବ ହୋଇଥାଏ। ଏହା ହେଉଛି ଆମ ଟିମ୍।

ପ୍ରଥମ ଥର ପାଇଁ କୌଣସି ଘରୋଇ କମ୍ପାନୀ ଜରିଆରେ ଡ୍ରାଗନ୍ କ୍ୟାପସୁଲ୍ ଏବଂ ଫାଲକନ୍ ୯ ରକେଟକୁ ମହାକାଶକୁ ପଠାଯାଇଛି।ଏହା ପୂର୍ବରୁ ୨୧ ଜୁଲାଇ ୨୦୧୧ରେ ଆମେରିକା ଅନ୍ତିମ ଥର ପାଇଁ ମହାକାଶକୁ ମାନବ ମିଶନ ଯାଇଥିଲା। ଆଉ ଏବେ ୩୧ ମଇରେ ଆମେରିକା ମହାକାଶକୁ ମାନବ ମହାକାଶ ବିମାନ ଛାଡ଼ି ନୂଆ ଇତିହାସ ସୃଷ୍ଟି କରିଛି।

Related story