ନିଜ ଦେଶରେ ଆକ୍ରମଣର ଶିକାର ହେଲା ହିଜବୁଲ୍ ମୁଖିଆ

ନୂଆଦିଲ୍ଲୀ: ନିଜ ଦେଶରେ ଆକ୍ରମଣର ଶିକାର ହୋଇଛି ଆତଙ୍କୀ ସଂଗଠନ ହିଜବୁଲ ମୁଜାହିଦ୍ଦିନର ମୁଖ୍ୟ ସୟିଦ୍ ସଲ୍ଲାଉଦ୍ଦିନ୍। ମେ’ ୨୫ରେ ହିଜବୁଲ ମୁଖିଆ ଇସଲାମାବାଦରେ ଆକ୍ରମଣର ଶିକାର ହୋଇଥିବା ଜଣାପଡ଼ିଛି। ଗୁଇନ୍ଦା ରିପୋର୍ଟ ଅନୁଯାୟୀ, ମହମ୍ମଦ ୟୁସୁଫ ଓରଫ୍ ସୟିଦ୍ ସଲ୍ଲାଉଦ୍ଦିନର ପାକିସ୍ତାନରେ ୟୁନାଇଟେଡ ଜିହାଦ କାଉନସିଲ୍ ନାମରେ ଏକ ସଂଗଠନ ଚଳାଉଛି। ଆକ୍ରମଣ ବେଳେ ଉଭୟ ସୟିଦ୍ ଏବଂ ୟୁନାଇଟେଡ ଜିହାଦ କାଉନସିଲର ସଦସ୍ୟ ଆକ୍ରମଣର ଶିକାର ହୋଇଛନ୍ତି। ଏବେ ସମସ୍ତେ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି। […]

hizbul terrorist

Subhransu Sekhar
  • Published: Friday, 29 May 2020
  • , Updated: 29 May 2020, 08:35 PM IST

ନୂଆଦିଲ୍ଲୀ: ନିଜ ଦେଶରେ ଆକ୍ରମଣର ଶିକାର ହୋଇଛି ଆତଙ୍କୀ ସଂଗଠନ ହିଜବୁଲ ମୁଜାହିଦ୍ଦିନର ମୁଖ୍ୟ ସୟିଦ୍ ସଲ୍ଲାଉଦ୍ଦିନ୍। ମେ’ ୨୫ରେ ହିଜବୁଲ ମୁଖିଆ ଇସଲାମାବାଦରେ ଆକ୍ରମଣର ଶିକାର ହୋଇଥିବା ଜଣାପଡ଼ିଛି।

ଗୁଇନ୍ଦା ରିପୋର୍ଟ ଅନୁଯାୟୀ, ମହମ୍ମଦ ୟୁସୁଫ ଓରଫ୍ ସୟିଦ୍ ସଲ୍ଲାଉଦ୍ଦିନର ପାକିସ୍ତାନରେ ୟୁନାଇଟେଡ ଜିହାଦ କାଉନସିଲ୍ ନାମରେ ଏକ ସଂଗଠନ ଚଳାଉଛି। ଆକ୍ରମଣ ବେଳେ ଉଭୟ ସୟିଦ୍ ଏବଂ ୟୁନାଇଟେଡ ଜିହାଦ କାଉନସିଲର ସଦସ୍ୟ ଆକ୍ରମଣର ଶିକାର ହୋଇଛନ୍ତି। ଏବେ ସମସ୍ତେ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି। ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ଯୋଜନାବଦ୍ଧ ଭାବରେ ସୟିଦ୍ ଓ ତା’ର ସଂଗଠନ ବିରୋଧରେ ଆକ୍ରମଣ କରିଥିବା ସୂଚନା ରହିଛି।

ଯଦିଓ ଉଭୟ ଭାରତରେ ଅଶାନ୍ତି ସୃଷ୍ଟି କରିବାକୁ ଚାହୁଁଛନ୍ତି ହେଲେ ଗତବର୍ଷ ଧାରା ୩୭୦ ଉଚ୍ଛେଦ ହେବା ପରେ ଆଇଏସଆଇ ଏବଂ ହିଜବୁଲ ମୁଖିଆ ମଧ୍ୟରେ ବିବାଦ ବଢ଼ିଥିବା ଜଣାପଡ଼ିଛି। ଏମିତିକି ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ହିଜୁବଲକୁ ଆଉ ଆଇଏସଆଇ ସମର୍ଥନ କରୁନଥିବା ଜଣାପଡ଼ିଛି।

Related story