କେଜ୍ରିୱାଲଙ୍କ ସହ କାଲି ଆଲୋଚନା କରିବେ ଶାହ ଓ ଡା ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ସଂକ୍ରମଣ ହୁହୁ ହୋଇ ବଢ଼ୁଥିବାରୁ ଏହାକୁ କେମିତି ରୋକାଯିବ, ତା’ର ଉପାୟ ଏଯାଏ ମିଳିନାହିଁ। ବିଶେଷ କରି ଅନଲକ-୧ ପରଠାରୁ ଦିଲ୍ଲୀରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଛି। ସ୍ଥିତିକୁ ଦୃଷ୍ଟିରେ ଆସନ୍ତାକାଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଉପରାଜ୍ୟପାଳ ଅନୀଲ ବୈଜଲଙ୍କ ସହ କେନ୍ଦ୍ର ସରକାର ବୈଠକ କରିବେ। କେନ୍ଦ୍ର ପକ୍ଷରୁ ଏହି ବୈଠକରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଯୋଗଦେବ। ଆସନ୍ତାକାଲି ୧୧ଟା […]

sw

Hemant Lenka
  • Published: Saturday, 13 June 2020
  • , Updated: 13 June 2020, 04:03 PM IST

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ସଂକ୍ରମଣ ହୁହୁ ହୋଇ ବଢ଼ୁଥିବାରୁ ଏହାକୁ କେମିତି ରୋକାଯିବ, ତା’ର ଉପାୟ ଏଯାଏ ମିଳିନାହିଁ। ବିଶେଷ କରି ଅନଲକ-୧ ପରଠାରୁ ଦିଲ୍ଲୀରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଛି।

ସ୍ଥିତିକୁ ଦୃଷ୍ଟିରେ ଆସନ୍ତାକାଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଉପରାଜ୍ୟପାଳ ଅନୀଲ ବୈଜଲଙ୍କ ସହ କେନ୍ଦ୍ର ସରକାର ବୈଠକ କରିବେ। କେନ୍ଦ୍ର ପକ୍ଷରୁ ଏହି ବୈଠକରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଯୋଗଦେବ।

ଆସନ୍ତାକାଲି ୧୧ଟା ବେଳେ ଏହି ବୈଠକ ବସିବ। ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହ ଓ ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଏସଡିଏମର ସଦସ୍ୟମାନଙ୍କ ସହ ଦିଲ୍ଲୀର କରୋନା ସ୍ଥିତି ନେଇ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

Related story