ଶାହଙ୍କ କରୋନା ରିପୋର୍ଟକୁ ନେଇ ଦ୍ୱନ୍ଦ୍ୱ, ସ୍ପଷ୍ଟୀ କରଣ ରଖିଲା ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ: କରୋନାରେ ଆକ୍ରାନ୍ତ ହୋଇ ଦିଲ୍ଲୀ ସ୍ଥିତ ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଗୃହମନ୍ତ୍ରୀ ଅମିତ ଶାହଙ୍କ କରୋନା ଟେଷ୍ଟ ରିପୋର୍ଟକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି। ଶାହଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଥିବା ନେଇ ବିଜେପି ନେତା ତଥା ସାଂସଦ ମନୋଜ ତିଓ୍ୱାରୀ ଏକ ଟ୍ୱିଟ୍ କରିଥିଲେ। ଏହାପରେ ଡିଲିଟ୍ କରିଦେବା ପରେ ଦ୍ୱନ୍ଦ୍ୱ ଉପୁଜିଥିଲା। ଏବେ ଗୃହ ମନ୍ତ୍ରାଳୟ ସ୍ପଷ୍ଟୀକରଣ ରଖିଛି। ଗୃହ ମନ୍ତ୍ରାଳୟ ମନୋଜ ତିଓ୍ୱାରୀଙ୍କ ଟ୍ୱିଟକୁ ନେଇ କହିଛି ଶାହଙ୍କ ଦ୍ୱିତୀୟ ଥର […]

amit shah

amit shah

Subhransu Sekhar
  • Published: Sunday, 09 August 2020
  • Updated: 09 August 2020, 02:26 PM IST

Sports

Latest News

ନୂଆଦିଲ୍ଲୀ: କରୋନାରେ ଆକ୍ରାନ୍ତ ହୋଇ ଦିଲ୍ଲୀ ସ୍ଥିତ ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଗୃହମନ୍ତ୍ରୀ ଅମିତ ଶାହଙ୍କ କରୋନା ଟେଷ୍ଟ ରିପୋର୍ଟକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି। ଶାହଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଥିବା ନେଇ ବିଜେପି ନେତା ତଥା ସାଂସଦ ମନୋଜ ତିଓ୍ୱାରୀ ଏକ ଟ୍ୱିଟ୍ କରିଥିଲେ। ଏହାପରେ ଡିଲିଟ୍ କରିଦେବା ପରେ ଦ୍ୱନ୍ଦ୍ୱ ଉପୁଜିଥିଲା। ଏବେ ଗୃହ ମନ୍ତ୍ରାଳୟ ସ୍ପଷ୍ଟୀକରଣ ରଖିଛି।
ଗୃହ ମନ୍ତ୍ରାଳୟ ମନୋଜ ତିଓ୍ୱାରୀଙ୍କ ଟ୍ୱିଟକୁ ନେଇ କହିଛି ଶାହଙ୍କ ଦ୍ୱିତୀୟ ଥର କରୋନା ଟେଷ୍ଟ ହୋଇନାହିଁ।

https://twitter.com/ANI/status/1292363279407419393

ସୂଚନାଯୋଗ୍ୟ, ଅଗଷ୍ଟ ୨ରେ ଅମିତ ଶାହ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ଜଣାପଡ଼ିଥିଲା। ଏହାପରେ ସେ ଦିଲ୍ଲୀର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଦିଲ୍ଲୀ ଏମ୍ସର ଏକ ଡାକ୍ତରୀ ଟିମ୍ ଶାହଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ସେହିପରି ଶନିବାର (ଅଗଷ୍ଟ ୮) କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ୱାଲ, କେନ୍ଦ୍ର ରାଜ୍ୟମନ୍ତ୍ରୀ କୈଳାଶ ଚୌଧୁରୀ କରୋନାରେ ସଂକ୍ରମିତ ହେବା ପରେ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos