ସ୍ୱରାଷ୍ଟ୍ର ମନ୍ତ୍ରୀ ଡାକିଲେ ଉଚ୍ଚ ସ୍ତରୀୟ ବୈଠକ

ନୂଆଦିଲ୍ଲୀ: ଅଯୋଧ୍ୟା ରାୟ ପ୍ରକାଶ ପାଇବାର କିଛି ସମୟ ପୂର୍ବରୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ, ଗୁଇନ୍ଦା ମୁଖ୍ୟ ଅରବିନ୍ଦ କୁମାର ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଏହି ବୈଠକରେ ଯୋଗଦେବାର ସୂଚନା ରହିଛି। Home Minister Amit Shah calls a high level security meeting at his residence. National Security Advisor (NSA) Ajit Doval, Intelligence Bureau (IB) […]

AMIT SAHA OFFICE

Subhransu Sekhar
  • Published: Saturday, 09 November 2019
  • , Updated: 09 November 2019, 10:26 AM IST

ନୂଆଦିଲ୍ଲୀ: ଅଯୋଧ୍ୟା ରାୟ ପ୍ରକାଶ ପାଇବାର କିଛି ସମୟ ପୂର୍ବରୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ, ଗୁଇନ୍ଦା ମୁଖ୍ୟ ଅରବିନ୍ଦ କୁମାର ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଏହି ବୈଠକରେ ଯୋଗଦେବାର ସୂଚନା ରହିଛି।

https://twitter.com/ANI/status/1193022549778546692

ରାୟ ପ୍ରକାଶ ପାଇବା ପୂର୍ବରୁ ଦେଶର ସମସ୍ତ ରାଜ୍ୟକୁ ହାଇ ଆଲର୍ଟ କରିଛନ୍ତି ସରକାର। ରାଜଧାନୀ, ଦିଲ୍ଲୀ, ଉତ୍ତର ପ୍ରଦେଶ, ରାଜସ୍ଥାନ ଆଦି ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଅଘଟଣ ଆଶଙ୍କାକୁ ନଜରରେ ରଖି ବିଭିନ୍ନ ସ୍ଥାନରେ ଇଣ୍ଟରନେଟ୍ ସେବା ଉପରେ ରୋକ୍ ଲଗାଯାଇଛି। ଦିଲ୍ଲୀ ପୁଲିସ୍ ମଧ୍ୟ ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ କରିବା ସହ ସନ୍ଦିଗ୍ଧ ଲୋକଙ୍କ ଉପରେ ନଜର ରଖିଛି। ସୋଶାଲ ମିଡିଆରେ ଲୋକଙ୍କ ମତ ଉପରେ ମଧ୍ୟ ସରକାର ନଜର ରଖିଛନ୍ତି।

Related story