ଦେଶରେ ଆଉ ଦୁଇ ସପ୍ତାହ ବଢ଼ିଲା ଲକଡାଉନ

ନୂଆଦିଲ୍ଲୀ: କରୋନା ପାଇଁ ଦେଶରେ ଜାରି ହୋଇଥିବା ଲକଡାଉନକୁ ଆଉ ଦୁଇ ସପ୍ତାହ ବଢ଼ାଇଛନ୍ତି କେନ୍ଦ୍ର ସରକାର। ଏନେଇ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି। ମନ୍ତ୍ରଣାଳୟର ଘୋଷଣା ଅନୁଯାୟୀ, ମେ’ ୪ରୁ ୧୭ ତାରିଖ ଯାଏ ଲକଡାଉନ ୩.୦ କାର୍ଯ୍ୟକାରୀ ହେବ। କରୋନା ପାଇଁ ପ୍ରଥମେ ମାର୍ଚ୍ଚ ୨୫ରୁ ୨୧ ଦିନ, ପରେ ଏପ୍ରିଲ ୧୪ରୁ ମେ’ ଯାଏ ଦେଶରେ ଲକଡାଉନ ଘୋଷଣା କରାଯାଇଥିଲା। ଅର୍ଥାତ ଦେଶରେ ୪୦ ଦିନ ପାଇଁ ଲକଡାଉନ କାର୍ଯ୍ୟକାରୀ ହୋଇଥିଲା। […]

dxs

Hemant Lenka
  • Published: Friday, 01 May 2020
  • , Updated: 01 May 2020, 06:47 PM IST

ନୂଆଦିଲ୍ଲୀ: କରୋନା ପାଇଁ ଦେଶରେ ଜାରି ହୋଇଥିବା ଲକଡାଉନକୁ ଆଉ ଦୁଇ ସପ୍ତାହ ବଢ଼ାଇଛନ୍ତି କେନ୍ଦ୍ର ସରକାର। ଏନେଇ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି। ମନ୍ତ୍ରଣାଳୟର ଘୋଷଣା ଅନୁଯାୟୀ, ମେ’ ୪ରୁ ୧୭ ତାରିଖ ଯାଏ ଲକଡାଉନ ୩.୦ କାର୍ଯ୍ୟକାରୀ ହେବ। କରୋନା ପାଇଁ ପ୍ରଥମେ ମାର୍ଚ୍ଚ ୨୫ରୁ ୨୧ ଦିନ, ପରେ ଏପ୍ରିଲ ୧୪ରୁ ମେ’ ଯାଏ ଦେଶରେ ଲକଡାଉନ ଘୋଷଣା କରାଯାଇଥିଲା।

ଅର୍ଥାତ ଦେଶରେ ୪୦ ଦିନ ପାଇଁ ଲକଡାଉନ କାର୍ଯ୍ୟକାରୀ ହୋଇଥିଲା। ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ମେ’ ୩ ରାତି ୧୨ଟାରେ ଶେଷ ହେବାର ଥିଲା। କିନ୍ତୁ ଆଜି କେନ୍ଦ୍ର ସରକାର ଲକଡାଉନ ଅବଧିକୁ ୨ ସପ୍ତାହ ଯାଏ ବୃଦ୍ଧି କରିଛନ୍ତି।

ମେ’ ୧୭ ତାରିଖ ରାତି ୧୨ଟା ଯାଏ ଏହି ଲକଡାଉନ ନିୟମ ବଳବତ୍ତର ରହିବ। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ମନ୍ତ୍ରଣାଳୟ ଏପରି ନିଷ୍ପତ୍ତି ନେଇଛି।

ପୂର୍ବରୁ ପ୍ରଧାନମନ୍ତ୍ରୀ ଦୁଇ ଥର ଦେଶବାସୀଙ୍କୁ ଉଦବୋଧନ କରି ଲକଡାଉନ ବୃଦ୍ଧି ସମ୍ପର୍କରେ ଘୋଷଣା କରିଥିଲେ। ହେଲେ ଏଥିର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଲକଡାଉନ ବୃଦ୍ଧି ସମ୍ପର୍କରେ ଘୋଷଣା କରିଛି।

ଲକଡାଉନ ବୃଦ୍ଧି କରିବା ପୂର୍ବରୁ କେନ୍ଦ୍ର ସରକାର କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ରେଡ, ଅରେଞ୍ଜ ଓ ଗ୍ରୀନ ଜୋନ ସମ୍ପର୍କରେ ଘୋଷଣା କରିଥିଲେ। ଲକଡାଉନ ଘୋଷଣା ହୋଇଥିବାରୁ ସମଗ୍ର ୩ଟି ଯାକ ଜୋନରେ ବସ, ଟ୍ରେନ, ବିମାନ ଚଳାଚଳ ବନ୍ଦ ରହିବ।

ସ୍କୁଲ, କଲେଜ ଠାରୁ ଆରମ୍ଭ କରି ସମସ୍ତ ଶିକ୍ଷାନୁଷ୍ଠାନ, ହୋଟେଲ, ରେଷ୍ଟୁରାଣ୍ଟ, ସିନେମା ହଲ, ମଲ, ଜିମ, କ୍ରୀଡ଼ା, ସାମାଜିକ, ରାଜନୀତିକ, ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇପାରିବ ନାହିଁ। ସେହିପରି ସମସ୍ତ ପ୍ରକାରର ଧର୍ମାନୁଷ୍ଠାନ ବନ୍ଦ ରହିବ।

 

Related story