୭୫୦ ମେଗାୱାଟ ରେୱା ସୌର ପ୍ରକଳ୍ପର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରଦେଶରେ ରେୱାଠାରେ ୭୫୦ ମେଗାୱାଟ ବିଶିଷ୍ଟ ସୌର ଶକ୍ତି ପ୍ରକଳ୍ପକୁ ଭିଡିଓ କନଫରେନସିଂ ଜରିଆରେ ଉଦଘାଟନ କରିଛନ୍ତି। ୧୫୦୦ ହେକ୍ଟର ପରିମିତ ଅଞ୍ଚଳରେ ଥିବା ସୌର ଉଦ୍ୟାନରେ ୫୦୦ ହେକ୍ଟର ପରିମିତରେ ଥିବା ଏହି ସୌର ପ୍ରକଳ୍ପର ୩ଟି ୟୁନିଟରୁ ୨୫୦ ମେଗାୱାଟ କରି ସୌରଶକ୍ତି ଉତ୍ପାଦିତ ହେବ। ରେୱା ଅଲଟ୍ରା ମେଗା ସୌର ଲିମିଟେଡ (ଆରୟୁଏମଏସଏଲ), ମଧ୍ୟପ୍ରଦେଶ ଊର୍ଜା ବିକାଶ ଲିମିଟେଡ ଓ ଭାରତ ସୋଲାର ଏନର୍ଜୀ ନିଗମର […]

PM rewa

PM rewa

Subhransu Sekhar
  • Published: Friday, 10 July 2020
  • Updated: 10 July 2020, 06:33 PM IST

Sports

Latest News

ନୂଆଦିଲ୍ଲୀ: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରଦେଶରେ ରେୱାଠାରେ ୭୫୦ ମେଗାୱାଟ ବିଶିଷ୍ଟ ସୌର ଶକ୍ତି ପ୍ରକଳ୍ପକୁ ଭିଡିଓ କନଫରେନସିଂ ଜରିଆରେ ଉଦଘାଟନ କରିଛନ୍ତି। ୧୫୦୦ ହେକ୍ଟର ପରିମିତ ଅଞ୍ଚଳରେ ଥିବା ସୌର ଉଦ୍ୟାନରେ ୫୦୦ ହେକ୍ଟର ପରିମିତରେ ଥିବା ଏହି ସୌର ପ୍ରକଳ୍ପର ୩ଟି ୟୁନିଟରୁ ୨୫୦ ମେଗାୱାଟ କରି ସୌରଶକ୍ତି ଉତ୍ପାଦିତ ହେବ। ରେୱା ଅଲଟ୍ରା ମେଗା ସୌର ଲିମିଟେଡ (ଆରୟୁଏମଏସଏଲ), ମଧ୍ୟପ୍ରଦେଶ ଊର୍ଜା ବିକାଶ ଲିମିଟେଡ ଓ ଭାରତ ସୋଲାର ଏନର୍ଜୀ ନିଗମର ମିଳିତ ଉଦ୍ୟମରେ ଏହି ପ୍ରକଳ୍ପ ନିର୍ମିତ ହୋଇଛି।

ସୌର ଶକ୍ତି କେବଳ ଆଜି ନୁହେଁ ବରଂ ଏକବିଂଶ ଶତାବ୍ଦୀରେ ଉର୍ଜା ଆବଶ୍ୟକତାର ଗୋଟିଏ ବଡ ମାଧ୍ୟମ ହେବ। କାରଣ ସୌର ଉର୍ଜା ସ୍ଥିର, ସ୍ୱଚ୍ଛ ଓ ସୁରକ୍ଷିତ ବୋଲି ପ୍ରଧାନମନ୍ତୀ ଏହି ଅବସରରେ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଯେଉଁଭଳି ଭାବେ ଭାରତରେ ସୌର ଶକ୍ତି ଉପରେ କାମ ଚାଲୁଅଛି, ଆଗାମୀ ଦିନରେ ଏହା ଉପରେ ବିତର୍କ ହେବ। ଏହି ପଦକ୍ଷେପ କାରଣରୁ ଭାରତର ସ୍ୱଚ୍ଛ ଉର୍ଜା ସବୁଠୁ ବଡ ଆକର୍ଷିତ ବଜାର ବୋଲି ମନେ କରିଯିବ। ସରକାରଙ୍କ ଅନେକ କାର୍ଯ୍ୟକ୍ରମ ପରିବେଶ ସୁରକ୍ଷା ଏବଂ ଇଜ୍ ଅଫ୍ ଲିଭିଂକୁ ପ୍ରାଥମିକତା ଦେଉଛି। ପରିବେଶର ସୁରକ୍ଷା କେବଳ ପ୍ରକଳ୍ପ ସହିତ ସୀମିତ ହୋଇନାହିଁ ବରଂ ଜୀବନଶୈଳୀ ସହ ଦେଇ ଗତି କରୁଛି ବୋଲି ମୋଦି କହିଛନ୍ତି। ଏହି ଉଦଘାଟନୀ ଅବସରରେ ଭିଡିଓ କନଫରେନସିଂ ଜରିଆରେ କେନ୍ଦ୍ରମନ୍ତ୍ରୀ ତଥା ମଧ୍ୟପ୍ରଦେଶର ରାଜ୍ୟସଭା ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ।

ପ୍ରଧାନ କହିଛନ୍ତି, ୭୫୦ ମେଗାୱାଟ ବିଶିଷ୍ଟ ଅଲଟ୍ରା-ମେଗା ପ୍ରକଳ୍ପ ଭାରତକୁ ସବୁଜ ଅର୍ଥନୀତି ଆଡ଼କୁ ଆଗେଇ ନେବାରେ ନୂଆ ଅଧ୍ୟାୟ। ରେୱା ଅଲଟ୍ରା-ମେଗା ସୋଲାର ପ୍ଲାଣ୍ଟ ଏସିଆର ସର୍ବବୃହତ୍ତମ ସୌରଶକ୍ତି ପ୍ଲାଣ୍ଟ ଏବଂ ଏହା ସ୍ୱଚ୍ଛ ଉର୍ଜା କ୍ଷେତ୍ରରେ ରେୱାକୁ ବିଶ୍ୱ ଉର୍ଜା ମ୍ୟାପର ପ୍ରମୁଖ ପେଣ୍ଠସ୍ଥଳୀ ଭାବେ ସ୍ଥାନିତ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଅକ୍ଷୟ ଶକ୍ତି କ୍ଷେତ୍ରରେ ଏକ ଅଗ୍ରଣୀ ଦେଶ ଭାବେ ଉଭା ହୋଇଛି।

ଜଳବାୟୁ ପରବର୍ତ୍ତନ ଲକ୍ଷ୍ୟ ହାସଲ କରିବାରେ ଭାରତ ଆଗଧାଡ଼ିରେ ରହିଛି ଏବଂ ଭବିଷ୍ୟତ ପାଇଁ ନିରନ୍ତର ସ୍ଥିର, ସ୍ୱଚ୍ଛ ଓ ସୁରକ୍ଷିତ ଉର୍ଜା ଦିଗରେ କାମ କରୁଛି। ଏସିଆର ସର୍ବବୃହତ୍ତ ସୌରଶକ୍ତି ପ୍ଲାଟ୍ ମଧ୍ୟପ୍ରଦେଶରେ ହୋଇଥିବାରୁ ରାଜ୍ୟର ଜନସାଧାରଣ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଧର୍ମେନ୍ଦ୍ର। ଏହି ରେୱା ଶକ୍ତି ପ୍ରକଳ୍ପ ଦେଶର ସୌର ଉର୍ଜା କ୍ଷମତାକୁ ବୃଦ୍ଧି କରିବା ସହ ଦେଶର ଉର୍ଜା ସୁରକ୍ଷା ଓ ବିକାଶକୁ ଆଗକୁ ନେବ ବୋଲି ସେ କହିଛନ୍ତି ।

ଏହି ଉଦଘାଟନ କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ମଧ୍ୟପ୍ରଦେଶର ଅତିରିକ୍ତ ରାଜ୍ୟପାଳ ଆନନ୍ଦିବେନ ପଟେଲ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହଚୌହ୍ୱାନ ଏବଂ ନରେନ୍ଦ୍ର ସିଂହ ତୋମାର ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story