ହୋଣ୍ଡା ତିଆରି କଲା ୮୫,୦୦୦ ଟଙ୍କାର ଇଲେଟ୍ରିକ୍‌ ସ୍କୁଟର

ନୂଆଦିଲ୍ଲୀ: ନିକଟରେ ଜାପାନର ହୋଣ୍ଡା କମ୍ପାନୀ ପକ୍ଷରୁ ଟୋକିଓରେ ଏକ ନୂତନ ବିଦ୍ୟୁତ୍‌ ଚାଳିତ ସ୍କୁଟରକୁ ଏକ କାର୍ଯ୍ୟକ୍ରମରେ ପ୍ରଦର୍ଷଣ କରାଯାଇଥିଲା। ଏହି ମଡେଲର ନାଁ PCX Electric ରଖାଯାଇଛି। ବିଶେଷ କରି ସହରାଞ୍ଚଳକୁ ଦୃଷ୍ଟିରେ ରଖି ଏହି ବାଇକ୍‌ ତିଆରି କରାଯାଇଛି। ୧୯୨୩ ଏମଏମ ଲମ୍ବ, ୭୪୫ ଏମଏମ ଓସାର ଏବଂ ୧,୧୦୭ ଏମଏମ ଉଚ୍ଚତା ରହିଛି। ଏଥିରେ ୧.୩୩ଏଚପିର ଇଲେଟ୍ରିକ୍‌ ମୋଟର ଏବଂ ହୋଣ୍ଡା ମୋବାଇଲ ପାୱାର ପ୍ୟାକ୍‌ ନାମର ଡାଟାକେବୁଲ  ଲିଥିୟମ-ଆଓଏନ୍ ମୋବାଇଲ […]

bike-5

Rakesh Mallick
  • Published: Saturday, 25 November 2017
  • , Updated: 25 November 2017, 04:12 PM IST

ନୂଆଦିଲ୍ଲୀ: ନିକଟରେ ଜାପାନର ହୋଣ୍ଡା କମ୍ପାନୀ ପକ୍ଷରୁ ଟୋକିଓରେ ଏକ ନୂତନ ବିଦ୍ୟୁତ୍‌ ଚାଳିତ ସ୍କୁଟରକୁ ଏକ କାର୍ଯ୍ୟକ୍ରମରେ ପ୍ରଦର୍ଷଣ କରାଯାଇଥିଲା। ଏହି ମଡେଲର ନାଁ PCX Electric ରଖାଯାଇଛି। ବିଶେଷ କରି ସହରାଞ୍ଚଳକୁ ଦୃଷ୍ଟିରେ ରଖି ଏହି ବାଇକ୍‌ ତିଆରି କରାଯାଇଛି। ୧୯୨୩ ଏମଏମ ଲମ୍ବ, ୭୪୫ ଏମଏମ ଓସାର ଏବଂ ୧,୧୦୭ ଏମଏମ ଉଚ୍ଚତା ରହିଛି। ଏଥିରେ ୧.୩୩ଏଚପିର ଇଲେଟ୍ରିକ୍‌ ମୋଟର ଏବଂ ହୋଣ୍ଡା ମୋବାଇଲ ପାୱାର ପ୍ୟାକ୍‌ ନାମର ଡାଟାକେବୁଲ  ଲିଥିୟମ-ଆଓଏନ୍ ମୋବାଇଲ ବ୍ୟାଟେରୀ ଖଞ୍ଜା ଯାଇଛି। ଏଥିରେ ACG starter ମଧ୍ୟ ରହିଛି। ୨୦୧୮ ପ୍ରାରମ୍ଭରେ ଏହି ସ୍କୁଟର ଜାପାନରେ ବିଧିବଦ୍ଧ ଭାବେ ଲଞ୍ଚ  ହେବାର କାର୍ଯ୍ୟକ୍ରମ ରହିଛି। ତେବେ ଏହା ଭାରତକୁ କେବେ ଆସିବ ତାହା ଜଣାପଡ଼ିନି।

ତେବେ ପ୍ରଥମ ପ୍ରିମିୟମ ସ୍କୁଟର ତିଆରି କରିବାରେ ହୋଣ୍ଡା ହେଉଛି ପ୍ରଥମ ଅଟୋମୋବାଇଲ କମ୍ପାନୀ । ପୂର୍ବରୁ ହୋଣ୍ଡା ଆକ୍ଟିଭା, ହୋଣ୍ଡା ଆକ୍ଟିଭା ୧୨୫, ହୋଣ୍ଡା ଡିଓ ଆଦି ମଡେଲର ସ୍କୁଟର ନିର୍ମାଣ କରାଯାଇଛି। ହେଲେ ଏଥର ନୂଆ ‌ଏକ ଭିନ୍ନ ମଡେଲର ବିଦ୍ୟୁତ୍‌ ଚାଳିତ ସ୍କୁଟର PCX Electric ତିଆରି କରାଯାଇଛି। ଏହି ବାଇକ୍‌ର ଦାମ ୮୫,୦୦୦ ଟଙ୍କା ରହିଛି।

Related story