ଅନର୍‌ ଲଞ୍ଚ୍‌ କଲା ଦୁଇଟି ବଜେଟ୍ ସ୍ମାର୍ଟ ଫୋନ୍: ରହିଛି ଆକର୍ଷଣୀୟ ଫିଚର

ଅନର୍‌ ଆଣିଛି ଦୁଇଟି ବଜେଟ୍‌ର ସ୍ମାର୍ଟ ଫୋନ୍‌। ନୂଆଦିଲ୍ଲୀରେ ଏକ ଇଭେଣ୍ଟରେ Honor 7A ଓ Honor 7C ଲଞ୍ଚ୍‌ ହୋଇଛି। ଏହିଦୁଇଟି ଫୋନ୍‌ ଫ୍ଲିପକାର୍ଟ ଓ ଆମାଜନରେ ଉପଲବ୍ଧ। Honor 7Aର ଦାମ୍ ଭାରତରେ ୮,୯୯୯ ଟଙ୍କା ରହିଛି। ଏହାକୁ ଗ୍ରାହକମାନେ ମେ’ ୨୯ ତାରିଖ  ଦିନ ୧୨ଟା ପରେ ଫ୍ଲିପ୍‌କାର୍ଟରୁ କିଣିପାରିବେ। ସେହିପରି Honor 7Cର ଦାମ୍‌ ଭାରତରେ ୩ଜିବି-୩୨ଜିବି ଭ୍ୟାରିଆଣ୍ଟର ଦାମ୍‌ ୯,୯୯୯ ଟଙ୍କା ଓ ୪ଜିବି-‌୬୪ଜିବି ଭ୍ୟାରିଆଣ୍ଟର ଦାମ୍‌ ୧୧,୯୯୯ ରହିଛି। […]

39004-honor-7a-official-website1

Rakesh Mallick
  • Published: Wednesday, 23 May 2018
  • , Updated: 23 May 2018, 01:51 PM IST

ଅନର୍‌ ଆଣିଛି ଦୁଇଟି ବଜେଟ୍‌ର ସ୍ମାର୍ଟ ଫୋନ୍‌। ନୂଆଦିଲ୍ଲୀରେ ଏକ ଇଭେଣ୍ଟରେ Honor 7A ଓ Honor 7C ଲଞ୍ଚ୍‌ ହୋଇଛି। ଏହିଦୁଇଟି ଫୋନ୍‌ ଫ୍ଲିପକାର୍ଟ ଓ ଆମାଜନରେ ଉପଲବ୍ଧ। Honor 7Aର ଦାମ୍ ଭାରତରେ ୮,୯୯୯ ଟଙ୍କା ରହିଛି। ଏହାକୁ ଗ୍ରାହକମାନେ ମେ’ ୨୯ ତାରିଖ  ଦିନ ୧୨ଟା ପରେ ଫ୍ଲିପ୍‌କାର୍ଟରୁ କିଣିପାରିବେ। ସେହିପରି Honor 7Cର ଦାମ୍‌ ଭାରତରେ ୩ଜିବି-୩୨ଜିବି ଭ୍ୟାରିଆଣ୍ଟର ଦାମ୍‌ ୯,୯୯୯ ଟଙ୍କା ଓ ୪ଜିବି-‌୬୪ଜିବି ଭ୍ୟାରିଆଣ୍ଟର ଦାମ୍‌ ୧୧,୯୯୯ ରହିଛି। ଗ୍ରାହକ ଏହି ସ୍ମାର୍ଟଫୋନ୍‌କୁ ମେ ୩୧ ତାରିଖ ଦିନ ୧୨ଟାରୁ ଆମାଜନ୍‌ ଇଣ୍ଡିଆରୁ କିଣିପାରିବେ। ଦୁଇଟିଯାକ ଫୋନ୍‌ ବ୍ଲାକ୍‌,ବ୍ଲୁ ଓ ଗୋଲ୍ଡ କଲର୍‌ରେ ଉପଲବ୍ଧ।

ସବୁଠୁ ଖାସ୍ କଥା ହେଉଛି ଲଞ୍ଚ୍‌ ଅଫର୍‌ ଭାବେ ରିଲିଆନ୍ସ୍‌ ଜିଓ ତରଫରୁ ୨,୨୦୦ ଟଙ୍କା କ୍ୟାସ୍‌ବ୍ୟାକ୍‌ ଅଫର ମିଳିବ। ଏହା ବ୍ୟତୀତ Honor 7Aସହ ୫୦ଜିବି ଡାଟା ଓ Honor 7C ସହ ୧୦୦ ଜିବି ଡାଟା ମାଗଣ ମିଳିବ।

Honor 7Aର ସ୍ପେସିଫିକେସନ୍‌- ଡୁଆଲ ସିମ୍‌ ବିଶିଷ୍ଟ Honor 7A ଆଣ୍ଡ୍ରେଡ୍ ୮.୦ ଓରିଓ ବେସ୍ଡ EMUI୮.୦ରେ କାମ କରେ। ଏଥିରେ ୫.୭ ଇଞ୍ଚ୍‌ର ଏଚ୍‌ଡି (୭୨୦ x ୧୪୪୦) ଆଇପିଏସ୍ ଏଲ୍‌ସିଡି ଡିସ୍‌ପ୍ଲେ ଦିଆଯାଇଛି। ଏହି ସ୍ମାର୍ଟପୋନ୍‌ରେ ୩ଜିବି ରାମ୍‌  ଓ ଅକ୍ଟା-କୋର କ୍ୱାଲକମ୍‌ ସ୍ନାପଡ୍ରାଗନ୍‌ ୪୩୦ ପ୍ରୋସେସର ଦିଆଯାଇଛି। ଏଥିରେ ୩୦୦mAhର ବ୍ୟାଟେରୀ ଉପଲବ୍ଧ। ଏଥିସହ ଏହି ଫୋନ୍‌ରେ ୧୩ ମେଗାପିକ୍ସେଲ ଓ ୨ ମେଗାପିକ୍ସେଲର ଡୁଆଲ ରିୟର କ୍ୟାମେରା ଦିଆଯାଇଛି। ଏହାର ଫ୍ରଣ୍ଟରେ ସଫ୍ଟ ସେଲଫି ଲାଇଟ୍‌ ସହ ୮ ମେଗା ପିକ୍ସେଲର କ୍ୟାମେରା ରହିଛି। ଫୋନ୍‌ର ଇଣ୍ଟରନାଲ ମେମୋରି ୩୨ ଜବି ରହିଛି ଯାହାକୁ ୨୫୬ ଜିବି ଯାଏଁ ବଢ଼ାଯାଇପାରିବ।

Honor 7Cର ସ୍ପେସିଫିକେସନ୍‌- ଏହି ଡୁଆଲ ସିମ୍‌ ବିଶିଷ୍ଟ ଫୋନ୍‌ଟି ଆଣ୍ଡ୍ରଏଡ୍ ୮.୦ ଓରିଓ ବେସ୍ଡ EMUI୮.୦ରେ କାମ କରେ। ଏଥିରେ ୫.୯୯ ଇଞ୍ଚ୍‌ର ଏଚ୍‌ଡି(୭୨୦ x ୧୪୪୦ ପିକ୍ସେଲ) ଆଇପିଏସ୍ ଡିସ୍‌ପ୍ଲେ ଦିଆଯାଇଛି। ଏଥିରେ ୩ ଜିବି/ ୪ଜିବି ରାମ୍‌ ସହ ଅକ୍ଟା-କୋର କ୍ୱାଲକମ୍‌ ସ୍ନାପ ଡ୍ରାଗନ ପ୍ରୋସେସର ଦିଆଯାଇଛି। ଏଥିସହ ଏହି ଫୋନ୍‌ରେ ୧୩ ମେଗାପିକ୍ସେଲ ଓ ୨ ମେଗାପିକ୍ସେଲର ଡୁଆଲ ରିୟର କ୍ୟାମେରା ଦିଆଯାଇଛି। ଏଥିସହ ଫୋନ୍‌ରେ ୧୩ ମେଗାପିକ୍ସେଲ ଓ ୨ମେଗାପିକ୍ସେଲର ଦୁଇଟି ରିୟର କ୍ୟାମେରା ରହିଛି। ଏହାର ଫ୍ରଣ୍ଟରେ ସଫ୍ଟ ସେଲଫି ଲାଇଟ୍‌ ସହ ୮ ମେଗା ପିକ୍ସେଲର କ୍ୟାମେରା ବି ଉପଲବ୍ଧ।

Related story