ଗାତକୁ ଖସିପଡ଼ିଲା ଘୋଡ଼ା, ତା’ପରେ କଣ ହେଲା ପଢନ୍ତୁ

ଲକ୍ଷ୍ନୌ:ଉତ୍ତର ପ୍ରଦେଶ ଜଲାଉନରେ ଖାତରେ ପଡିଥିବା ଘୋଡ଼ାକୁ ଉଦ୍ଧାର କଲେ ସ୍ଥାନୀୟ ଲୋକେ।  ଏକ ଜେସିବି ସାହାଯ୍ୟରେ ଘୋଡାକୁ ଉଦ୍ଧାର କରାଯାଇଛି।   ୧୦-୧୨ ଫୁଟର ଏକ ଗଭୀର ଖାତରେ ପଡିଯାଇଥିଲା ଏହି ଘୋଡ଼ା।   ଖାତଟି ସଂକୀର୍ଣ୍ଣ ଥିବାରୁ ଉଦ୍ଧାର କରିବା କଷ୍ଟକର ହୋଇଥିଲା।   ଦମକଳ ବାହିନୀ ଓ ପ୍ରାଶାସନିକ ଅଧିକାରୀ ଆସିଥିଲେ ମଧ୍ୟ ଘୋଡ଼ାକୁ ଉଦ୍ଧାର କରାଯାଇପାରି ନ ଥିଲେ।  ଶେଷରେ ଘୋଡ଼ାର ମାଲିକ ୨ ହଜାର ଟଙ୍କା ଖର୍ଚ୍ଚ କରି ଏକ ଜେସିବି ମେସିନ୍ ଡାକିଥିଲେ। […]

h-777

Rakesh Mallick
  • Published: Saturday, 05 May 2018
  • , Updated: 05 May 2018, 10:25 PM IST

ଲକ୍ଷ୍ନୌ:ଉତ୍ତର ପ୍ରଦେଶ ଜଲାଉନରେ ଖାତରେ ପଡିଥିବା ଘୋଡ଼ାକୁ ଉଦ୍ଧାର କଲେ ସ୍ଥାନୀୟ ଲୋକେ।  ଏକ ଜେସିବି ସାହାଯ୍ୟରେ ଘୋଡାକୁ ଉଦ୍ଧାର କରାଯାଇଛି।   ୧୦-୧୨ ଫୁଟର ଏକ ଗଭୀର ଖାତରେ ପଡିଯାଇଥିଲା ଏହି ଘୋଡ଼ା।   ଖାତଟି ସଂକୀର୍ଣ୍ଣ ଥିବାରୁ ଉଦ୍ଧାର କରିବା କଷ୍ଟକର ହୋଇଥିଲା।   ଦମକଳ ବାହିନୀ ଓ ପ୍ରାଶାସନିକ ଅଧିକାରୀ ଆସିଥିଲେ ମଧ୍ୟ ଘୋଡ଼ାକୁ ଉଦ୍ଧାର କରାଯାଇପାରି ନ ଥିଲେ।  ଶେଷରେ ଘୋଡ଼ାର ମାଲିକ ୨ ହଜାର ଟଙ୍କା ଖର୍ଚ୍ଚ କରି ଏକ ଜେସିବି ମେସିନ୍ ଡାକିଥିଲେ।   ସ୍ଥାନୀୟ ଲୋକଙ୍କ ସହାୟତାରେ ଘୋଡ଼ା ପଡିଯାଇଥିବା ଖାତର ଆଖପାଖରୁ ମାଟି କାଡ଼ି ଘୋଡ଼ାକୁ ଉଦ୍ଧାର କରାଯାଇଥିଲା।

Related story