ନୂଆଦିଲ୍ଲୀ : ବାଣଭର୍ତ୍ତି ସପୁରୀ ଖାଇ କେରଳରେ ଏକ ଗର୍ଭବତୀ ହାତୀର ହୃଦୟ ବିଦାରକ ମୃତ୍ୟୁକୁ ନେଇ ଏବେ ସାରା ଦେଶ ଭାବବିହ୍ୱଳ ହୋଇଉଠିଛି। ସୋଶାଲ ମିଡିଆରେ ସେଲେବ୍ରିଟିଙ୍କଠାରୁ ଆରମ୍ଭ କରି ସାଧାରଣ ଜନତା ପର୍ଯ୍ୟନ୍ତ ଏଭଳି କ୍ରୁର ମାନସିକତା ରଖୁଥିବା ଲୋକଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏକାସଙ୍ଗରେ ସ୍ୱର ଉଠାଇଛନ୍ତି।
ରିପୋର୍ଟ ଅନୁସାରେ ଏହି ଗର୍ଭବତୀ ହାତୀଟି ଖାଇବା ଅନ୍ୱେଷଣରେ କେରଳର ପାଲକଡ୍ ଜିଲ୍ଲାରେ ଥିବା ଜଙ୍ଗଲରୁ ସ୍ଥାନୀୟ ଗାଁକୁ ଚାଲିଆସିଥିଲା। ଯେଉଁଠାରେ ପଶୁତୁଲ୍ୟ ଲୋକ ହାତୀଟିକୁ ସପୁରୀରେ ବାଣ ପୂରାଇ ଖାଇବା ପାଇଁ ଦେଇଥିଲେ। ଯାହାକୁ ଖାଇବା ପରେ ହାତୀଟିର ମୁହଁରେ ହିଁ ବାଣଭର୍ତ୍ତି ସପୁରୀଟି ଫାଟି ଯାଇଥିଲା। ମୁହଁରେ ଅହସ୍ୟ ଯନ୍ତ୍ରଣା ହେବା ପରେ ହାତୀଟି କିଛି ଦିନ ପର୍ଯ୍ୟନ୍ତ କିଛି ଖାଇନପାରି ଗାଁରେ ବୁଲିବାରୁ ଲାଗିଥିଲା। ବୁଲି ବୁଲି ଏକ ନଦୀରେ ମେ’ ୨୭ ତାରିଖରେ ହାତୀଟି ଶେଷ ନିଃଶ୍ୱାସ ତ୍ୟାଗ କରିଛି।
Literacy rate doesn't reflect education. #Elephant pic.twitter.com/r4gLkzaQaQ
— Haimanti (@theinkedletters) June 3, 2020
ଏହି ମୃତ୍ୟୁ ଖବର ସୋଶାଲ ମିଡିଆରେ ଭାଇରାଲ୍ ହେବା ପରେ ୟୁଜର୍ସ ପ୍ରତିକ୍ରିୟାଶୀଳ ହୋଇଉଠିଛନ୍ତି। ଏଭଳି କଠୋର କାମ କରିଥିବା ଅପରାଧୀଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ହାତୀକୁ ନ୍ୟାୟ ଦେବା ପାଇଁ ଦାବି ଉଠିଛି। ସେହିପରି ଟ୍ୱିଟରରେ ଅନ୍ୟ କିଛି ୟୁଜର ଗର୍ଭବତୀ ହାତୀ ଉପରେ ହୋଇଥିବା ପାଶବିକ କାର୍ଯ୍ୟ ପାଇଁ ବିଭିନ୍ନ ପ୍ରକାର ଫଟୋ ପୋଷ୍ଟ କରି ଉଦ୍ବେଗ ପ୍ରକାଶ କରିଛନ୍ତି।
‘ସାକ୍ଷରତା ହାର କେବେ ହେଲେ ଶିକ୍ଷାକୁ ଦର୍ଶାଏ ନାହିଁ’ ବୋଲି ଟ୍ୱିଟରେ ଜଣେ ୟୁଜର ପୋଷ୍ଟ କରି ଲେଖିଛନ୍ତି। ସେହିପରି ଜଣେ ୟୁଜର ମା’ ହାତୀ ପେଟରେ ଛୁଆ ହାତୀଟି ଖେଳୁଥିବାର ଏକ ଫଟେ ଶେଆର୍ କରିଛନ୍ତି।
Somewhere in God's own country, not Kerala..#Elephant pic.twitter.com/TUdVTdfBVj
— Rashi Verma (@AdvRashi) June 3, 2020
ସୋଶାଲ ମିଡିଆରେ ଅନେକ ଆବେଗଭରା ଫଟୋ ପୋଷ୍ଟ କରି ୟୁଜର୍ସ ଏଭଳି ଅମାନବୀୟ କାର୍ଯ୍ୟ ପାଇଁ ହାତୀଟିକୁ କ୍ଷମା ମାଗିଛନ୍ତି।
That's why we are facing several disasters again and again.
God bless her soul 🙏😢
As a human I am sorry #Elephant 🐘
God please forgive us 🙏#Karma pic.twitter.com/CH7lFPJrQW— Sakshi Gupta🇮🇳 (@Sakshi4india) June 3, 2020
ବନ ଅଧିକାରୀଙ୍କର କହିବା ଅନୁସାରେ, ହାତୀଟି ଏପ୍ରିଲ ମାସ ଶେଷ ସୁଦ୍ଧା କିମ୍ୱା ମେ’ ମାସ ଆରମ୍ଭରେ ବାଣବର୍ତ୍ତି ସପୁରୀ ଖାଇଥିବା ଅନୁମାନ କରାଯାଉଛି। ମୃତ୍ୟୁର ଦୁଇଦିନ ପୂର୍ବରୁ ଅର୍ଥାତ୍ ମେ’ ମାସ ୨୫ ତାରିଖରେ ବନବିଭାଗ ଏହି ହାତୀ ବିଷୟରେ ଜାଣିବାକୁ ପାଇଥିଲେ। ଯନ୍ତ୍ରଣାକୁ ସହିନପାରିବାରୁ ହାତୀଟି ଏକ ନଦୀରେ ଛିଡ଼ା ହୋଇ ପାଣିପିଉଥିବା ଦେଖିବାକୁ ମିଳିଥିଲା। ତେଣୁ ବନବିଭାଗ ସୁରେନ୍ଦ୍ରନ୍ ଓ ନୀଳକଣ୍ଠନ୍ ନାମରେ ଦୁଇଟି ହାତୀକୁ ଆଣି ଗର୍ଭବତୀ ହାତୀକୁ ନଦୀରୁ ବାହାର କରିବା ପାଇଁ ଚେଷ୍ଟା କରିଥିଲେ। ହେଲେ ବିଭିନ୍ନ ଚେଷ୍ଟା ସତ୍ତ୍ୱେ ବନବିଭାଗ ବିଫଳ ହୋଇଥିଲା ଏବଂ ମେ’ ୨୭ ତାରିଖରେ ହାତୀଟିର ସେହି ଅବସ୍ଥାରେ ମୃତ୍ୟୁ ହୋଇଥିଲା।
An act most #inhumane to will fully feed a pineapple full of fire crackers to friendly wild pregnant #Elephant is just unacceptable..strict action should be taken against the culprits sir 🙏🏽@vijayanpinarayi @CMOKerala @PrakashJavdekar @moefcc @ntca_india https://t.co/ittFQogkQV
— Randeep Hooda (@RandeepHooda) June 2, 2020
ବର୍ତ୍ତମାନ କେରଳ ପୁଲିସ ଏକ ମାମଲା ରୁଜୁ କରି ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ମାମଲାରେ ସଂପୃକ୍ତ ଥିବା ବ୍ୟକ୍ତିଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇପାରିନାହିଁ।