ଏବେ କେମିତି ଅଛନ୍ତି କରୋନା ଆକ୍ରାନ୍ତ ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ?

ନୂଆଦିଲ୍ଲୀ: କରୋନାରେ ସଂକ୍ରମିତ ହୋଇ ଗୁରୁତର ହୋଇପଡ଼ିଛନ୍ତି ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ। ଏବେ ସେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲର ଆଇସିୟୁରେ ଅଛନ୍ତି। ତେବେ ପୂର୍ବ ଅପେକ୍ଷା ଏବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତୀ ଆସିଛି। ସୋମବାର ସେ ହସ୍ପିଟାଲର ଜେନେରାଲ ଓ୍ୱାର୍ଡକୁ ସ୍ଥାନାନ୍ତର ହୋଇପାରନ୍ତି। ହସ୍ପିଟାଲ ପକ୍ଷରୁ ରବିବାର ଏହି ସୂଚନା ମିଳିଛି। ୫୫ ବର୍ଷୀୟ ଏହି ମନ୍ତ୍ରୀଙ୍କ ଶରୀରରୁ ଜ୍ୱର ନଛାଡ଼ିବାରୁ ତାଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପୂର୍ବରୁ ପରୀକ୍ଷାମୂଳକ ଭାବରେ ପ୍ଲାଜମା […]

satyendra-jain

Subhransu Sekhar
  • Published: Sunday, 21 June 2020
  • , Updated: 21 June 2020, 06:03 PM IST

ନୂଆଦିଲ୍ଲୀ: କରୋନାରେ ସଂକ୍ରମିତ ହୋଇ ଗୁରୁତର ହୋଇପଡ଼ିଛନ୍ତି ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ। ଏବେ ସେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲର ଆଇସିୟୁରେ ଅଛନ୍ତି। ତେବେ ପୂର୍ବ ଅପେକ୍ଷା ଏବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତୀ ଆସିଛି। ସୋମବାର ସେ ହସ୍ପିଟାଲର ଜେନେରାଲ ଓ୍ୱାର୍ଡକୁ ସ୍ଥାନାନ୍ତର ହୋଇପାରନ୍ତି। ହସ୍ପିଟାଲ ପକ୍ଷରୁ ରବିବାର ଏହି ସୂଚନା ମିଳିଛି।

୫୫ ବର୍ଷୀୟ ଏହି ମନ୍ତ୍ରୀଙ୍କ ଶରୀରରୁ ଜ୍ୱର ନଛାଡ଼ିବାରୁ ତାଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପୂର୍ବରୁ ପରୀକ୍ଷାମୂଳକ ଭାବରେ ପ୍ଲାଜମା ଥେରାପୀ ଚିକିତ୍ସାରେ ଅନେକ କରୋନା ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି। ଏବେ ସେ ମଧ୍ୟ ପ୍ଲାଜମା ଥେରାପୀରେ ମଧ୍ୟ ଆରୋଗ୍ୟ ହେଉଥିବା ସୂଚନା ରହିଛି।

ସୂଚନାଯୋଗ୍ୟ, ବୁଧବାର ରାଜୀବ ଗାନ୍ଧୀ ସୁପର ସ୍ପେଶାଲିଟି ହସ୍ପିଟାଲରେ ସତ୍ୟେନ୍ଦ୍ର ଜୈନ ଭର୍ତ୍ତି ହୋଇଥିଲେ। ଗୁରୁବାର ସତ୍ୟେନ୍ଦ୍ରଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିଲା କିନ୍ତୁ ଶରୀରରେ ଜ୍ୱର ରହିଥିଲା। ଏହାପରେ ଡାକ୍ତରୀ ଟିମ୍ ଜାଣିବାକୁ ପାଇଥିଲା ସତ୍ୟେନ୍ଦ୍ରଙ୍କ ଫୁସଫୁସକୁ କରୋନା ସଂକ୍ରମିତ ହୋଇଛି। ଏହାପରେ ଶୁକ୍ରବାର ଦିଲ୍ଲୀର ସାକେତ ମ୍ୟାକ୍ସ ହସ୍ପିଟାଲକୁ ତାଙ୍କୁ ସ୍ଥାନାନ୍ତର କରାଯାଇଛି।

Related story